ଆପ୍ ଯୁବ ନେତା ଶାହରୁଖ ଲୋଧିଆ ଙ୍କୁ ମିଳିଲା ଜାମିନ
ବରଗଡ଼, ୧୩/୧(ସଂସ୍କୃତି ମିଡ଼ିଆ )-ଆପ୍ ଯୁବ ନେତା ଶାହରୁଖ ଲୋଧିଆ ଦୀର୍ଘ ୧୫ ଦିନ ଜେଲ ରେ ରହିବା ପରେ ଜାମିନ ରେ ଜେଲ ରୁ ମୁକ୍ତ ହୋଇଛନ୍ତି। ଆମ୍ ଆଦମୀ ପାର୍ଟି ର ନେତା ଓ କାର୍ଯ୍ୟ କର୍ତ୍ତା ମାନେ ତାଙ୍କୁ ସ୍ୱାଗତ କରିବା ସହ ସତ୍ୟମେବ ଜୟତେ ବୋଲି କହିଛନ୍ତି। ଗତ ଡିସେମ୍ବର ୨୯ ତାରିଖ ରୁ ସେ ବରଗଡ ଉପ କାରାଗାର ରେ ଥିଲେ। ଭଟଲି ନିର୍ବାଚନ ମଣ୍ଡଳୀ ରେ ଚାଷୀ ମାନଙ୍କ ଧାନ ବିକ୍ରି ସମସ୍ୟା ବାବଦରେ ବିଧାୟକ ଙ୍କୁ ଦାବୀ ପତ୍ର ଦେବାକୁ ଯାଇଥିବା ବେଳେ ବିଜେପି ଗୁଣ୍ଡା ମାନେ ତାଙ୍କୁ ଆକ୍ରମଣ କରି ଓଲଟା ମିଥ୍ୟା କେଶ ଯଥା ଭାରତୀୟ ନ୍ୟାୟ ସଂହିତା ଅଧିନୀୟମ – ୨୯୬, ୧୧୫(୨), ୧୦୯, ୩୫୧(୨) ଏବଂ ଏସସି, ଏସଟି ଏଟ୍ରୋସିଟି ଆକ୍ଟ ଲଗାଇ ପୋଲିସ ଜେଲ ପଠେଇ ଦେଇଥିଲା। ମାନ୍ୟବର ଜିଲ୍ଲା ଅଦାଲତ ତାଙ୍କୁ ଜାମିନ ଦେଇଛନ୍ତି। ଆଗକୁ ଏହି କେଶ ରେ ଆକ୍ରମଣକାରୀ ଙ୍କୁ ଗିରଫ ନକରିବା ପର୍ଯ୍ୟନ୍ତ ନ୍ୟାୟିକ ଲଢେଇ ଜାରି ରହିବ ବୋଲି ରାଜ୍ୟ ସମ୍ପାଦକ ଭବାନୀ ସାହୁ କହିଛନ୍ତି। ସେହିପରି ସମସ୍ତ ଙ୍କୁ ଶାହରୁଖ ଧନ୍ୟବାଦ ଜଣାଇବା ସହ ଚାଷୀ ମାନଙ୍କ ଅଧିକାର ପାଇଁ ଆମ୍ ଆଦମୀ ପାର୍ଟି ସବୁ ବେଳେ ସଂଗ୍ରାମ ଜାରି ରଖିବ ବୋଲି କହିଛନ୍ତି। ଜିଲ୍ଲା ସଭାପତି ଯଦୁମଣି ପଧାନ, ମାରିୟମ ବାର୍ଲା, ଜୟ କ୍ରିଷ୍ଣା ଛୁରିଆ, ଅସିତ ସାହୁ, ସୁବଳ କହର, ନରୋତ୍ତମ ପଣ୍ଡା,ସରିତା ସୁନା ଉପସ୍ଥିତ ଥିଲେ।
