ସୁଶାନ୍ତ ଅଗ୍ରୱାଲ ଥିଲେ ଅଜାତ ଶତ୍ରୁ, ଦୁର୍ଗା ମଣ୍ଡପ ରେ ଶ୍ରଦ୍ଧାଞ୍ଜଳୀ ସଭା

0

ସୁଶାନ୍ତ ଅଗ୍ରୱାଲ ଥିଲେ ଅଜାତ ଶତ୍ରୁ।

    ଦୁର୍ଗା ମଣ୍ଡପ ରେ ଶ୍ରଦ୍ଧାଞ୍ଜଳୀ ସଭା ।

ଅତାବିରା, ୨୩/୨(ସଂସ୍କୃତି ମିଡ଼ିଆ )- : ସୁଶାନ୍ତ ଅଗ୍ରୱାଲ ଜଣେ ପରୋପକାରୀ, ଦରଦୀ ମଣିଷ ତଥା ଅମାୟିକ ବ୍ୟକ୍ତିତ୍ୱର ଅଧିକାରୀ ହେବା ସହ ଜଣେ ଅଜାତ ଶତ୍ରୁ ଥିଲେ ବୋଲି ଆଜି ଅତାବିରା ଦୁର୍ଗା ମନ୍ଦିର ମଣ୍ଡପ ରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳୀ ସଭାରେ ମତ ରଖିଛନ୍ତି ବିଭିନ୍ନ ବ୍ୟକ୍ତି ବେଷେଶ। ରବି ପଣ୍ଡାଙ୍କ ପରିଚାଳନା ରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳୀ ସଭାରେ ବକ୍ତା ମାନେ ସ୍ବର୍ଗତ ସୁଶାନ୍ତଙ୍କୁ ଜଣେ ଅତ୍ୟନ୍ତ ପରୋପକାରୀ ବ୍ୟକ୍ତିତ୍ଵ ର ଅଧିକାରୀ ଥିଲେ, ସଦା ସର୍ବଦା ମେଡିକାଲ କାର୍ଯ୍ୟ ରେ ଜନ ସାଧାରଣ ଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସୁଥିଲେ। ସେ ଦୁର୍ଗା ମନ୍ଦିର କମିଟି ଓ ତିହାର ଲୋକ ମହୋତ୍ସବ ସମିତିର ଜଣେ ସକ୍ରିୟ ସଦସ୍ୟ ଭାବରେ ତାଙ୍କର ଯୋଗଦାନ ପାଇଁ ସର୍ବଦା ସ୍ମରଣୀୟ ହୋଇ ରହିବେ ବୋଲି ପ୍ରକାଶ କରିବା ସହ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ।

ଶ୍ରଦ୍ଧାଞ୍ଜଳୀ ସଭା ପ୍ରାରମ୍ଭରେ ତାଙ୍କ ଫଟୋଚିତ୍ର ରେ ପୁଷ୍ପାଞ୍ଜଳୀ ପ୍ରଦାନ ସହ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ସଭାରେ ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ ଙ୍କ ଶୋକ ବାର୍ତ୍ତା ମଧ୍ୟ ପାଠ କରାଯାଇଥିଲା।

ଏହି ଶୋକ ସଭାରେ ବିଜେପି ଦଳ , ବିଜେଡି ଦଳ , କଂଗ୍ରେସ ଦଳ, ଦୁର୍ଗା ମନ୍ଦିର କମିଟି, ତିହାର ଲୋକମହୋତ୍ସବ ସମିତି, କୋଶଳ ଆନ୍ଧ୍ର କଲ୍ଚରାଲ ଏସୋସିଏସନ , ଗଣେଶ ମନ୍ଦିର କମିଟି , ବଣିକ ସଂଘ, ପ୍ରଗତି କ୍ଲବ ର କର୍ମକର୍ତ୍ତା ଓ ସଦସ୍ୟ ମାନେ ଉପସ୍ଥିତ ଥିଲେ। ଏଥିରେ ଉନି କ୍ରୀଷ୍ଣନ ନାୟାର , ସୁରେନ୍ଦ୍ର ସ୍ବାଇଁ, ବିରେନ୍ଦ୍ର କର, ପାର୍ଥ ସାରଥୀ ପଣ୍ଡା, କେ.ପି.ଶ୍ରୀନିବାସ , ଅରବିନ୍ଦ ପାତ୍ର, ସିଦ୍ଧାର୍ଥ ଶଙ୍କର ପଣ୍ଡା, ଜିତେନ୍ଦ୍ରିୟ ଦାଶ , ଭୂପେନ୍ଦ୍ର ପଟେଲ, ମନୋଜ ଶତପଥୀ, ବିଲୋସ ଯୋନପୁରି, ଅବିନାଶ ପ୍ରଧାନ, ସୁନିତା ବାଗ, ମଣ୍ଡା ବାଲା ସୁବ୍ରମନ୍ୟମ , ରୀଙ୍କୁ ପ୍ରଧାନ, ରାଜେଶ ପ୍ରଧାନ , ଜଗୁ କୋଟକ , ଅକ୍ଷୟ ପ୍ରଧାନ , ପ୍ରଭାତ ପ୍ରଧାନ, ସ୍ଵାଧୀନ ପ୍ରଧାନ, ପିନ୍ଟୁ ସାହୁ, ଶଙ୍କର ବାରିକ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ।


Leave a Reply

Your email address will not be published. Required fields are marked *

error: Content is protected !!