ଅତାବିରାରେ ବ୍ରାଉନ୍ ସୁଗର ଜବତ୍, ୧ ଗିରଫ

0

ଖବରଦାତା ସମ୍ମିଳନୀ ରେ ବରଗଡ଼ ଏସଡିପିଓ ପଦାରବିନ୍ଦ ତ୍ରିପାଠୀ ସୂଚନା ଦେଉଛନ୍ତି


ଅତାବିରା, ୪/୩(ସଂସ୍କୃତି ମିଡ଼ିଆ)- ବରଗଡ଼ ଜିଲା ଅତାବିରା ଥାନା ପୋଲିସକୁ ମିଳିଛି ଏକ ସଫଳତା l ବୁଧବାର ସକାଳେ ପେଟ୍ରୋଲିଂ ସମୟରେ ଏକ ସ୍କୁଟି କୁ ଯାଞ୍ଚ ସମୟରେ ବ୍ରାଉନ୍ ସୁଗର ଜବତ୍ କରାଯାଇ ଜଣଙ୍କୁ ଗିରଫ କରାଯାଇଛି l ଗିରଫ ବ୍ୟକ୍ତି ଜଣକ ହେଲେ ଅତାବିରା ଥାନା ଭୋଇପୁରା ଗ୍ରାମର ନବଘନ ତ୍ରିପାଠୀଙ୍କ ୨୯ ବର୍ଷୀୟ ପୁତ୍ର ଶୁଭମ୍ ତ୍ରିପାଠୀ l ଏ ନେଇ ଅତାବିରା ଥାନାରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ବରଗଡ଼ ଏସଡିପିଓ ପଦାରବିନ୍ଦ ତ୍ରିପାଠୀ ପ୍ରକାଶ କରିଛନ୍ତି l

ଖବରଦାତା ସମ୍ମିଳନୀ ରେ ବରଗଡ଼ ଏସଡିପିଓ ପଦାରବିନ୍ଦ ତ୍ରିପାଠୀ ସୂଚନା ଦେଉଛନ୍ତି…

ପୋଲିସ ସୂତ୍ରରୁ ମିଳିଥିବା ସୂଚନାରୁ ପ୍ରକାଶ ଯେ, ବୁଧବାର ସକାଳେ ବରଗଡ଼ ଏସପିଙ୍କ ଠାରୁ ବିଶ୍ୱସ୍ତ ସୂଚନା ପାଇ ଅତାବିରା ଥାନା ପୋଲିସ ପାଟ୍ରୋଲିଂ ଦଳ ଏସ୍ଆଇ ସସ୍ମିତା ବେହେରାଙ୍କ ନେତୃତ୍ୱରେ ସରଣ୍ଡା ଛକ ନିକଟରେ ଏକ ବ୍ଲକିଂ କରିଥିଲେ। ଏହି ସମୟରେ ଅଭିଯୁକ୍ତ ଶୁଭମ୍ ସେହି ରାସ୍ତା ଦେଇ ଅତାବିରା ପଟକୁ ଆସୁଥିବା ବେଳେ ତାକୁ କାବୁ କରି ତାଙ୍କ ସ୍କୁଟି OR 15G / 8284କୁ ଯାଞ୍ଚ କରାଯାଇଥିଲା l ଅଧିକ ତଲାସୀ ସମୟରେ 70 ଟି ଛୋଟ ପକେଟରେ ବ୍ରାଉନ୍ ସୁଗର ଜବତ କରାଯାଇଥିଲା। ସ୍ଥାନୀୟ ବଜାରରେ ୫୦୦/- ଟଙ୍କାରେ ଚୋରା ଦ୍ରବ୍ୟ ଅର୍ଥାତ୍ ବ୍ରାଉନ୍ ସୁଗର ଥିବା ଅଧିକ ପଚରାଉଚରା ପରେ ଅଭିଯୁକ୍ତ ସ୍ୱୀକାର କରିଛି l ଯେ ସେ ଏହାକୁ ପଶ୍ଚିମ ବିହାର ଖଡ଼ଗପୁରରୁ ସ୍ଥାନୀୟ ବଜାରରେ ବିକ୍ରୟ କରିବା ପାଇଁ କିଣି ଆଣିଥିଲା। ଗିରଫ ଅଭିଯୁକ୍ତ ଶୁଭମ୍ ଠାରୁ ଅତାବିରା ପୋଲିସ ୭ ଗ୍ରାମ ୯୩୦ ମିଲି ଗ୍ରାମ୍ ବ୍ରାଉନ୍ ସୁଗର ଯାହାର ବଜାର ମୂଲ୍ୟ 35 ହଜାର ଟଙ୍କା ହେବ, ନଗଦ ୧୨୦୦/- ଟଙ୍କା, ଗୋଟିଏ ଟିଭିଏସ୍ ସ୍କୁଟି ରେଜିଷ୍ଟ୍ରେସନ୍ ନମ୍ବର ଓ଼ଆର ୧୫-ଜି-୮୨୮୪ ଏବଂ ଗୋଟିଏ ମୋବାଇଲ୍ ଫୋନ୍ ଜବତ କରାଯାଇଛି l ଏନେଇ ଅତାବିରା ଥାନାରେ ଏସଆଇ ସସ୍ମିତା ବେହେରାଙ୍କ ଅଭିଯୋଗ କ୍ରମେ ଏକ ମାମଲା ନମ୍ବର ୯୦/୨୦୨୬ ରୁଜୁ କରାଯାଇ ଇନିସ୍ପେକ୍ଟର ଅଞ୍ଜଳି ସା ଘଟଣାର ଅଧିକ ତଦନ୍ତ ଚାଲିଥିବା ଆଇଆଇସି ପ୍ରକାଶ କର୍ଣ୍ଣ ସୂଚନା ଦେଇଛନ୍ତି l


Leave a Reply

Your email address will not be published. Required fields are marked *

error: Content is protected !!