ଶିକ୍ଷା, ସ୍ବାସ୍ଥ୍ୟ ସେବାରେ ସମର୍ପିତ ସନ୍ତୋଷିନୀ

0

ଅତାବିରା, ୮/୩(ସଂସ୍କୃତି ମିଡ଼ିଆ)-ସମ୍ପ୍ରତି ସମଗ୍ର ବିଶ୍ଵରେ ଆଜି ମାର୍ଚ୍ଚ ୮ ତାରିଖକୁ ମହିଳା ଦିବସ ବା ନାରୀ ସଶକ୍ତିକରଣ ଦିବସ ରୂପେ ପାଳନ କରାଯାଉଛି । ନାରୀ ସଶକ୍ତିକରଣର ଅର୍ଥ ହେଉଛି ନାରୀ ପ୍ରତିଭାର ଉପଯୋଗ କରି ସାମାଜିକ ପ୍ରଗତିକୁ ତ୍ବରାନ୍ବିତ କରାଇବା। ନାରୀର ଶକ୍ତି ଓ ସମର୍ଥ ପ୍ରତି ସମ୍ମାନ ଦେଇ ସେମାନଙ୍କୁ ସୁସଂଗଠିତ କରି ସମାଜରେ ଏକ ଜାଗରଣ ସୃଷ୍ଟି କରିବା ହେଉଛି ନାରୀସ ଶକ୍ତିକରଣର ମୁଖ୍ୟ ଲକ୍ଷ୍ୟ ।

ଏସବୁକୁ ଆଖିଆଗରେ ରଖି ସରକାରଙ୍କ ବିଭିନ୍ନ ଯୋଜନା କେନ୍ଦ୍ର ସରକାର ଓ ରାଜ୍ୟ ସରକାର କାର୍ଯ୍ୟକାରୀ କରିଛନ୍ତି l ଯଦ୍ବାରା ନାରୀ ନିଜେ ଶିକ୍ଷା ସଚେତନତା ମାଧ୍ୟମରେ ସ୍ୱାବଲମ୍ବୀ ହୋଇପାରିବ I ରାଷ୍ଟ୍ର ଗଠନର ଅନୁଭୂମିକା ଗ୍ରହଣ କରିଥିବା ନାରୀ ସବୁ ପ୍ରକାର ସୁବିଧା ସୁଯୋଗ ପାଇ ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇ ଯେପରି ସମ୍ମାନ ସହ ସ୍ୱାବଲମ୍ବୀ ହୋଇପାରିବ l

କୁହାଯାଏ ଝିଅ ହେଲେ ପାଠୋଇ, ଦେଶ ଯିବ ଆଗେଇ । ଏହାକୁ କେନ୍ଦ୍ର ଓ ରାଜ୍ୟ ସରକାର ସବୁବେଳେ ଅଗ୍ରାଧୀକାର ଦେଇ ଆସୁଛନ୍ତି । ଏହାକୁ ମୂଳମନ୍ତ୍ର ଭାବେ ଗ୍ରହଣ କରି ବରଗଡ଼ ଜିଲା ଅତାବିରା ବ୍ଲକ ବୁଗବୁଗା ଗ୍ରାମର ମୂଳ ବାସିନ୍ଦା ସମାଜସେବୀ ସନ୍ତୋଷିନୀ କର୍ଣ୍ଣ ଖୋଲିଛନ୍ତି ଶିକ୍ଷାନୁଷ୍ଠାନ । ଯେମିତି ଗରିବ ଘର ପିଲା ପାଠ ପଢିପାରିବ । ଶିକ୍ଷାରୁ ବଂଚିତ ନ ହେବ । ସେ ଦିଗରେ ଦୀର୍ଘ ୩୪ ବର୍ଷ ହେଲା ତାଙ୍କ ଅନୁଷ୍ଠାନ କାର୍ଯ୍ୟ କରୁଛି । ଖାଲି ଶିକ୍ଷା ନୁହେଁ ସମାଜରେ ସ୍ୱାସ୍ଥ୍ୟ ସେବାର ଗୁରୁତ୍ୱ ବୁଝି ୧୯୯୨ ମସିହାରୁ ଚଲାଉଛନ୍ତି ନର୍ସିଂ ବିଦ୍ୟାଳୟ । ଶିକ୍ଷା ଓ ସ୍ୱାସ୍ଥ୍ୟକୁ ଜୀବନର ମୂଳମନ୍ତ୍ର କରି ଆଗକୁ ବଢୁଛନ୍ତି । ପ୍ରଥମେ ଔଷଧିୟ ବୃକ୍ଷଳତା ରୋପଣ କରି ତାଙ୍କ ସଂଘଷମୟ ଜୀବନ ଆରମ୍ଭ କରିଥିଲେ l ସ୍ୱାମୀ ଫକୀର କର୍ଣ୍ଣ କୃଷି ଅଧିକାରୀ ଭାବେ କାର୍ଯ୍ୟ କରୁଥିବାରୁ ଏହି ସମୟରେ ସେ ଔଷଧିୟ ବୃକ୍ଷଳତା ରୋପଣର ପ୍ରେରଣା ପାଇଥିଲେ l ପରେ ୧୯୯୨ ମସିହାରେ ସୁନ୍ଦରଗଡ଼ ଠାରେ ୧୮ ଜଣ ଛାତ୍ରୀଛାତ୍ରଙ୍କୁ ନେଇ ଜିଏନଏମ ନର୍ସିଙ୍ଗ ପାଠ୍ୟକ୍ରମ ଆରମ୍ଭ କରିଥିଲେ l ସମୟକ୍ରମେ ୨୦୧୨ ମସିହାରେ ଏଏନଏମ, ୨୦୧୩ରେ ବିଏସସି ନର୍ସିଙ୍ଗ, ୨୦୧୪ରେ ପିବି ବିଏସସି, ଏମ୍ ଏସସି ନର୍ସିଙ୍ଗ ଏବଂ ୨୦୨୦ ମସିହାରେ ବରଗଡ଼ଠାରେ ସମସ୍ତ ନର୍ସିଙ୍ଗ ପାଠ୍ୟକ୍ରମ ଆରମ୍ଭ କରି ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚିପାରିଛନ୍ତି ସନ୍ତୋଷିନୀ କର୍ଣ୍ଣ l ମାହେଶ୍ୱରୀ ନର୍ସିଙ୍ଗ କଲେଜ ତଥା ମାହେଶ୍ୱରୀ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନ ବରଗଡ଼ ଓ ସୁନ୍ଦରଗଡ଼ରେ ଚାଲିଛି ତାଙ୍କ ଶିକ୍ଷାନୁଷ୍ଠାନ l ଏହିପରି ଭାବେ ସେ ସୁନ୍ଦରଗଡ଼ ରେ ୧୮ ଜଣ ଛାତ୍ରୀଛାତ୍ରଙ୍କ ପାଠପଢାରୁ ଆରମ୍ଭ କରି ଏବେ ୧୬୦୦ ପିଲା କରୁଛନ୍ତି ଅଧ୍ୟୟନ l ବରଗଡ଼ ରେ ଵି ୬୦୦ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି l ଯେଉଁଥିପାଇଁ ଅନେକ ସ୍ଥାନରେ ସେ ସମ୍ମାନିତ ମଧ୍ୟ ହୋଇଛନ୍ତି । ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ଦେଇଛନ୍ତି କର୍ମନିଯୁକ୍ତି । ଏପରିକି ସେହି ଶିକ୍ଷାନୁଷ୍ଠାନ ଓ ନର୍ସିଂ କଲେଜରେ ପାଠ ପଢି ଛାତ୍ରଛାତ୍ରୀ ପରବର୍ତ୍ତୀ ମୂହୁର୍ତ୍ତରେ ଚାକିରି ମଧ୍ୟ କରିପାରିଛନ୍ତି । ୨୦୨୦ ମସିହା ଏପ୍ରିଲ ମାସ ସ୍ୱାମୀ ଫକୀର କର୍ଣ୍ଣ ସରକାରୀ କୃଷି କର୍ମଚାରୀ ଜୀବନ ଅବସରପରେ ପୂର୍ଣ୍ଣମାତ୍ରାରେ ସନ୍ତୋଷିନୀଙ୍କୁ ସହଯୋଗ କରୁଛନ୍ତି l ଫଳରେ ସନ୍ତୋଷିନୀ ଆଗକୁ ରଖିଥିବା ଲକ୍ଷ୍ୟ ଦ୍ବିଗୁଣିତ ହୋଇଛି l ସନ୍ତୋଷନିଙ୍କ ସାଂସାରିକ ଜୀବନରେ ଦୁଇ ଝିଅ ଗୋଟିଏ ପୁଅ ଙ୍କ ସହ ସ୍ୱାମୀଙ୍କ ସମର୍ଥନ ରହି ଆସିଛି l ଯାହାକି ତାଙ୍କୁ ସ୍ୱାବଲମ୍ବୀ କରି ସମ୍ମାନ ସହ କାର୍ଯ୍ୟଧାରା ଆଗକୁ ଜାରି ରଖିଛନ୍ତି l ତାଙ୍କ କାର୍ଯ୍ୟଧାରା ଆଗାମୀ ପିଢ଼ି ମହିଳାଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇଛି l


Leave a Reply

Your email address will not be published. Required fields are marked *

error: Content is protected !!