ଜବତ ହେଲା ୫ବନ୍ଧୁକ, ବନ୍ଧା ହେଲେ ୫ ଅଭିଯୁକ୍ତ
ଝାରସୁଗୁଡା, ୧୨/୩(ସଂସ୍କୃତି ମିଡ଼ିଆ )-ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ଥାନା ପୋଲିସକୁ ମିଳିଛି ବଡ଼ ସଫଳତା l ୫ ବନ୍ଧୁକ ଜବତ କରିବା ସହ ୫ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ l ସୂଚନା ଅନୁସାରେ ବ୍ରଜରାଜନଗର ଥାନା ରାମପୁର ଅଞ୍ଚଳରୁ ୫ ଜଣ ଯୁବକଙ୍କୁ ପୋଲିସ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରିଛି। ସେମାନେ ହେଲେ ବ୍ରଜରାଜନଗର ଥାନା ଅଧୀନ ରାମପୁର ଅଞ୍ଚଳର ସନ୍ତୋଷ ବିଶ୍ୱାଳ(୩୦), କହ୍ନେୟା ସହିସ(୩୩), ଗଙ୍ଗା ନଗରର ଏମ୍ଡି ମୁନା(୨୫), ମୁଖ୍ୟ ବଜାର ଅଞ୍ଚଳର ଦେବେନ୍ଦ୍ର ପାଲ୍ ସିଂ(୨୯) ଏବଂ ଚୁନାଭଟା ଅଞ୍ଚଳର ସନ୍ଦୀପ ଦାସ(୩୩) l ସେମାନଙ୍କ ନିକଟରୁ ୫ଟି ବନ୍ଧୁକ ଓ ୪ଟି ଜୀବନ୍ତ ଗୁଳି ଜବତ କରାଯାଇଛି। ସେମାନଙ୍କ ନାମରେ ଏକାଧିକ ମାମଲା ରହିଛି ବୋଲି ବ୍ରଜରାଜନଗର ଥାନାରେ ମଙ୍ଗଳବାର ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଝାରସୁଗୁଡ଼ା ଏସ୍ପି ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ର କହିଛନ୍ତି। ତାଙ୍କ ସୂଚନା ଅନୁଯାୟୀ, ରାମପୁର ଅଞ୍ଚଳର ଏକ ସ୍ଥାନରେ ସୋମବାର ରାତିରେ ଗିରଫ ଯୁବକମାନେ ଅପରାତ୍ମକ କାର୍ଯ୍ୟ କରିବା ପାଇଁ ଏକତ୍ରିତ ହୋଇଥିଲେ। ଖବରପାଇ
l ବ୍ରଜରାଜନଗର ଥାନା ଅଧିକାରୀ ଧବଳେଶ୍ଵର ସାହୁ ପୋଲିସ ଟିମ୍ ସହ ଘଟଣାସ୍ଥଳରେ ଚଢ଼ାଉ କରି ଯୁବକମାନଙ୍କୁ ଗିରଫ କରିଥିଲେ। ଏନେଇ ଥାନାରେ ଏକ ମାମଲା ( ନଂ.୬୭/୨୬) ରୁଜୁ ହୋଇଛି। ଏହି ଖବରଦାତା ସମ୍ମିଳନୀରେ ବ୍ରଜରାଜନଗର ଏସ୍ଡିପିଓ ଚିନ୍ତାମଣି ପ୍ରଧାନଙ୍କ ସମେତ ଅନ୍ୟ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ।
