ବରଗଡ ସରକାରୀ ବସଷ୍ଟାଣ୍ଡ ସାମ୍ନାରେ ଛୁରାମାଡ

0

ବରଗଡ଼, ୧୦/୩(ସଂସ୍କୃତି ମିଡ଼ିଆ) ବରଗଡ ସରକାରୀ ବସଷ୍ଟାଣ୍ଡ ସାମ୍ନାରେ ଛୁରାମାଡ ! ଚାଲିଗଲା ବ୍ୟକ୍ତିଙ୍କ ଜୀବନ l ମୃତକ ହେଲେ ବରଗଡ ପାଣ୍ଡରି ପଥର ଗାଁର ଉଦୟନାଥ ସୁନା l ସୋମବାର ସନ୍ଧ୍ୟା ସମୟରେ ବ୍ୟକ୍ତିଙ୍କୁ କ୍ଷତାକ୍ତ ଅବସ୍ଥାରେ ଦେଖି ପୋଲିସକୁ ଖବର ଦେଇଥିଲେ ଲୋକେ l ଖବର ପାଇ ଟାଉନ ଥାନା ପୋଲିସ ଘଟଣାସ୍ଥଳକୁ ପହଞ୍ଚି ବ୍ୟକ୍ତିଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ବରଗଡ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ l ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ଛାତିରେ ଗଭୀର ଆଘାତ ଲାଗିବା ସହ ଅଧିକ ରକ୍ତସ୍ରାବ ହେବାରୁ ତାଙ୍କର ମୃତ୍ୟୁ ହୋଇ ଥିବା ପୋଲିସ ପ୍ରାଥମିକ ତଦନ୍ତ ରୁ ଅନୁମାନ କରୁଛି l

ତେବେ ଘଟଣା ସ୍ଥଳରୁ ଏକ ଚୁରୀ ଜବତ ହୋଇଥିବା ବେଳେ କିଏ, କାହିଁକି ହତ୍ୟା କଲା ତାହା ଅସ୍ପଷ୍ଟ ରହିଛି l ଘଟଣା ସ୍ଥଳରେ ତଦନ୍ତ କରୁଛି ଟାଉନ ଥାନା ପୋଲିସ l


Leave a Reply

Your email address will not be published. Required fields are marked *

error: Content is protected !!