ଅଜଣା ଗାଡ଼ି ଧକ୍କା ରେ ବାଇକ ଚାଳକ ମୃତ
filter: 0; fileterIntensity: 0.0; filterMask: 0; brp_mask:0; brp_del_th:null; brp_del_sen:null; delta:null; module: photo;hw-remosaic: false;touch: (-1.0, -1.0);sceneMode: 2097152;cct_value: 0;AI_Scene: (-1, -1);aec_lux: 0.0;aec_lux_index: 0;albedo: ;confidence: ;motionLevel: -1;weatherinfo: null;temperature: 34;
ଅତାବିରା, ୧୭/୩(ସଂସ୍କୃତି ମିଡ଼ିଆ)- ସମ୍ବଲପୁର – ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥର ଅତାବିରା ଥାନା ଝାଉଁଜୋର ନିକଟରେ ମଙ୍ଗଳବାର ସନ୍ଧ୍ୟା ସାଢେ ୭ ଟାରେ ଏକ ସଡ଼କ ଦୁର୍ଘଟଣାରେ ଜୈନିକ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି l ମୃତକଙ୍କ ପରିଚୟ ମିଳିପାରିନାହିଁ l
ମିଳିଥିବା ସୂଚନାରୁ ପ୍ରକାଶ ଯେ, ସମ୍ବଲପୁର ପଟରୁ ବରଗଡ଼ ଆଡ଼କୁ ଯାଉଥିବା ଏକ ମୋଟରସାଇକେଲ ନମ୍ବର ଓଡ଼ି ୨୩ଏମ୍ /୬୩୫୧କୁ ଏକ ଅଜଣା ଗାଡ଼ି ୫୩ ନମ୍ୱର ଜାତୀୟ ରାଜପଥ ର ଅତାବିରା ଝାଉଁଜୋର ନଦୀ ପାଖରେ ଧକ୍କା ଦେଇ ଫେରାର ହୋଇଯାଇଥିଲା l ଫଳରେ ଘଟଣାସ୍ଥଳରେ ହିଁ ବ୍ୟକ୍ତିଙ୍କ ପ୍ରାଣ ଚାଲିଯାଇଥିଲା l ତଥାପି ଦୁର୍ଘଟଣା ଗ୍ରସ୍ତ ବ୍ୟକ୍ତିଙ୍କୁ ଅତାବିରା ପୋଲିସ ପକ୍ଷରୁ ବୁର୍ଲା ଡାକ୍ତରଖାନାକୁ ପଠାଯାଇଥିଲା l ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ଦୁର୍ଘଟଣା ଫଳରେ କିଛି କ୍ଷଣ ଗାଡ଼ି ମୋଟର ଜାମ୍ ହୋଇଯାଇଥିଲା l ଏ ନେଇ ଅତାବିରା ଥାନାରେ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଚଳାଇଥିବା ଆଇଆଇସି ପ୍ରକାଶ କର୍ଣ୍ଣ କହିଛନ୍ତି l ପ୍ରକାଶ ଥାଉକି ଏହି ଜାତୀୟ ରାଜପଥରେ କିଛି ଦିନ ହେଲା ଦୁର୍ଘଟଣା ବଢ଼ିବାରେ ଲାଗିଛି l ଗତ ୧୩ ତାରିଖ ଅତାବିରା ଧର୍ମଶାଳା ସମ୍ମୁଖରେ ଦୁଇଟି ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଉଭୟ ଟ୍ରକର ଡ୍ରାଇଭର ମୃତ୍ୟୁ ବରଣ କରିଥିଲେ l ଏଣୁ ଏଠାରେ ଦୁର୍ଘଟଣା ରୋକିବାକୁ ବିଭାଗୀୟ ଅଧିକାରୀ ସ୍ୱତନ୍ତ୍ର ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ବୋଲି ଜନସାଧାରଣରେ ମତ ପ୍ରକାଶ ପାଇଛି l
