ସରଣ୍ଡା ମନ୍ଦିର ଛକରେ ଦୁର୍ଘଟଣା ହାଇୱା ଧକ୍କାରେ ଚୂରମାର ହୋଇଗଲା ୨ଟ୍ରାନ୍ସଫମର
ଅତାବିରା, ୨୦/୩(ସଂସ୍କୃତି ମିଡ଼ିଆ ) ସମ୍ବଲପୁର – ବରଗଡ଼ ୫୩ ଜାତୀୟ ରାଜପଥରେ ପ୍ରତ୍ୟହ ଛୋଟ ବଡ଼ ଦୁର୍ଘଟଣା ଘଟି ଧନ ଜୀବନ ହାନୀ ଘଟୁଛି l ଶୁକ୍ରବାର ଏହି ରାଜରାସ୍ତାର ଅତାବିରା ଥାନା ସରଣ୍ଡା ମନ୍ଦିର ଛକରେ ଏପରି ଏକ ଦୁର୍ଘଟଣା ଘଟିଛି l ଝାରସୁଗୁଡାରୁ ଆସ୍ ପାଉଡର ବୋଝେଇ ହୋଇ ସୋହେଲା ଯାଉଥିବା ଏକ ହାଇୱା ନମ୍ବର ଓଡ଼ି ୨୩ୟୁ /୨୩୭୮ ଏକ ଅଜଣା ଟ୍ରଲରକୁ ପଛରୁ ବାଡେଇ ହୋଇ ରାସ୍ତା କଡ଼କୁ ଓଲଟି ପଡିଥିଲା l ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ପ୍ରଚଣ୍ଡ ଶବ୍ଦ ସହ ରାସ୍ତା କଡ଼ରେ ଥିବା ବିଦ୍ୟୁତ ବିଭାଗର ଦୁଇ ଦୁଇଟି ଟ୍ରାନ୍ସଫମର ସମ୍ପୂର୍ଣ୍ଣ ଭାଙ୍ଗି ଚୁରମାର ହୋଇଯାଇଛି l ଗୋଟିଏ ଟ୍ରାନ୍ସଫମର ୧୦୦ କେଭି ର ଥିବା ବେଳେ ଅନ୍ୟଟି ୨୫ କେଭି ର ଥିଲା l ଦୁର୍ଘଟଣା ଫଳରେ ୧୧ କିଲୋୱାଟ ବିଦ୍ୟୁତ ତାର ସହ ଘରପକାରଣ ବହୁ କେବୁଲ ତାର ଛିଣ୍ଡି ନଷ୍ଟ ହୋଇଯାଇଥିଲା l ଫଳରେ ସକାଳ ୬ଟା ୧୫ ଦୁର୍ଘଟଣା ସମୟରୁ ଅପରାହ୍ନ ୩ଟା ୨୦ ମିନିଟ ଯାଏଁ ସରଣ୍ଡା ଫ୍ରିଡ଼ରେ ବିଦ୍ୟୁତ ବିଛିନ୍ନ ହୋଇଯାଇଥିଲା l ଯୁଦ୍ଧ କାଳୀନ କାର୍ଯ୍ୟ କରି ବିଦ୍ୟୁତ ବିଭାଗ କାର୍ଯ୍ୟ କରି ଅନ୍ୟ ଟ୍ରାନ୍ସଫମରରୁ ଗ୍ରହକଙ୍କୁ ଲାଇନ ଦେଇଛନ୍ତି l ଏଠାରେ ସୂଚନା ଯୋଗ୍ୟ ଯେ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ମନ୍ଦିର ପ୍ରତିଷ୍ଠା ସମୟରେ ଏଠାରେ 100 କେଭି ର ନୂଆଁ ଟ୍ରାନ୍ସଫମର ଲଗାଯାଇଥିଲା l ଅନ୍ୟ ପଟେ ଦୁର୍ଘଟଣାଗ୍ରସ୍ତ ହାଇୱାର ଡ୍ରାଇଭର ରୀତିକ କୁମାର (୨୦) ଆହତ ହୋଇ ପ୍ରଥମେ ଅତାବିରା ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ତାଙ୍କ ବେଙ୍କ ପଛରେ ଦରଦ ହେବାରୁ ଚିକିତ୍ସା ପାଇଁ ତାଙ୍କୁ ବୁର୍ଲା ହସ୍ପିଟାଲକୁ ନିଆଯାଇଛି l
ଦୁର୍ଘଟଣା ଯୋଗୁଁ ଟ୍ରାନ୍ସଫମର ସମ୍ପୂର୍ଣ୍ଣ ଚୂରମାର ହୋଇଯାଇଥିବାରୁ ସରଣ୍ଡା ଗ୍ରାମବାସୀ ଏବଂ ମନ୍ଦିର କମିଟି ପକ୍ଷରୁ ଏହାର ଭରଣ ପାଇଁ ଅତାବିରା ଥାନାରେ ଦାବୀ କରିଛନ୍ତି l ଅତାବିରା ପୋଲିସ ଏକ ଦୁର୍ଘଟଣା ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛି l
