ହିର୍ଲିପାଲି ହତ୍ୟା କାଣ୍ଡର ପର୍ଦ୍ଧାଫାଶ,ହତ୍ୟା ଅଭିଯୋଗରେ ପୁତୁରାକୁ କୋର୍ଟ ଚାଲାଣ
ଅତାବିରା,୨୦/୩(ସଂସ୍କୃତି ମିଡ଼ିଆ ):ଅତାବିରା ଥାନା ଅନ୍ତର୍ଗତ ହିର୍ଲିପାଲିରେ ଗତ ୧୩ ତାରିଖରେ ହୋଇଥିବା ଲମ୍ବୋଦର ରଣା(୬୫)ଙ୍କ ହତ୍ୟାକାଣ୍ଡର ପର୍ଦ୍ଧାଫାଶ କରିବାରେ ଅତାବିରା ପୁଲିସ ସକ୍ଷମ ହୋଇଛି । ହତ୍ୟା ଅଭିଯୋଗରେ ପୁତୁରା ମଣ୍ଟୁ ରଣା ଓରଫ ପିତାମ୍ବରକୁ ପୁଲିସ ଗୁରୁବାର କୋର୍ଟ ଚାଲାଣ କରିଥିବା ପୁଲିସ ସୂତ୍ରରୁ ଜଣାପଡିଛି । ପ୍ରକାଶ ଥାଉକି ଗତ ୧୩ତାରିଖରେ ହିର୍ଲିପାଲି ଟୋପ ରାସ୍ତା ମଝିରେ ଏକ ବନ୍ଧଲି (ପୋଖରୀ )ରେ ଲମ୍ବୋଦରଙ୍କ ମୃତ ଦେହ ଭାସୁଥିବା ଦେଖି ଘର ଲୋକେ ଆସି ଉଦ୍ଧାର କରିଥିଲେ । ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ପୁତୁରା ଜୟ କିଶୋର ରଣା ଅତାବିରା ଥାନାରେ ଏତଲା ଦେଇଥିଲେ । ଏତଲାକୁ ଭିତ୍ତି କରି ପୁଲିସ କେଶ ନମ୍ବର ୧୦୧ ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତରେ ଜଣାପଡିଥିଲା ଯେ ମୃତକଙ୍କ ବଡ ଭାଇ ବୁଧୁ ରଣାଙ୍କ ମଝିଆ ପୁଅ ମଣ୍ଟୁ ଓରଫ ପିତାମ୍ବର ୧୨ତାରିଖ ମଧ୍ୟ ରାତ୍ରୀରେ ଏକ ବାଉଁଶ ଠେଙ୍ଗାରେ ବନ୍ଧଲି ପାଖରେ କାକାର ଛାତି ଏବଂ ପିଠିରେ ପ୍ରହାର କରିଥିଲା । ଏହାପରେ କକା ତଳେ ପଡିଯିବାରୁ ସେ ମରିଯାଇଛି ବୋଲି ଧରିନେଇ ସେଠାରୁ ସେ ଫେରାର ହୋଇଯାଇଥିଲା । ପ୍ରକାଶ ଥାଉକୁ ମୃତ ଲମ୍ବୋଦର ୩ଭାଇ ବଡ ଵୁଧୁ ରଣା,ମଝିଆ ପ୍ରେମାରାଜ ଏବଂ ସେ ସାନ ଭାଇ ଥିଲେ । ଜମି ବାଡିକୁ ନେଇ ପୂର୍ବରୁ ବଡ ଭାଇ ବୁଧୁ ସହିତ ତାଙ୍କର ଗଣ୍ଡଗୋଳ ଲାଗି ରହିଥିଲା । ଅଭିଯୁକ୍ତଙ୍କ ଠାରୁ ପୁଲିସ ଏକ ବାଉଁଶ ଠେଙ୍ଗା ଓ ଗୋଟିଏ ମୋବାଇଲ ଫୋନ ଜବତ କରିଛି ।
