ଆଞ୍ଚଳିକ ସାହିତ୍ୟ ପରିଷଦ୍ ଅତାବିରା ତରଫରୁ ବିଶ୍ଵ ପଖାଳ ଦିବସ
ଅତାବିରା,୨୦/୩(ସଂସ୍କୃତି ମିଡ଼ିଆ )-ବରଗଡ଼ ଜିଲ୍ଲା ଅତାବିରା ବ୍ଲକର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ‘ଆଞ୍ଚଳିକ ସାହିତ୍ୟ ପରିଷଦ୍ ‘ ଅତାବିରା ତରଫରୁ ରେଙ୍ଗାଲିକେମ୍ପ ଶିଖା ଟେଣ୍ଡ ହାଉସ୍ ଠାରେ ଶୁକ୍ରବାର ଦିନ ୧୦ ଟାରେ ବିଶ୍ଵ ପଖାଳ ଦିବସ ପାଳିତ ହୋଇଯାଇଛି। ସର୍ବ ପ୍ରଥମେ ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ଵରୀ ଦେବୀଙ୍କ ଫଟୋ ଚିତ୍ରରେ ପୁଷ୍ଫ ମାଲ୍ୟ ଅର୍ପଣ କରାଯାଇଥିଲ | ଆଞ୍ଚଳିକ ସାହିତ୍ୟ ପରିଷଦ୍ ର ସଭାପତି ଦଶରଥ ଭୋଇଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ବରଗଡ ଉପ ଜିଲ୍ଲାପାଳ ପ୍ରସନ୍ନ କୁମାର ପାଣ୍ଡେ, ମୁଖ୍ୟ ବକ୍ତା ଭାବେ ଡାକ୍ତର ପ୍ରଶାନ୍ତ କୁମାର ପଣ୍ଡା ,ସମ୍ମାନିତ ଅତିଥି ଭାବେ ସୁସାହିତ୍ୟକ ତଥା ଭାଷାବିତ ଉତ୍ପନ କୁମାର ଭୋଇ ,ଓଡିଶା ରାଜ୍ୟ କୃଷକ ସଂଘଠନ ସଭାପତି ବିରେନ୍ଦ୍ର କର କୁଲତା ସମାଜ ସଭାପତି ଦିବାକର ପ୍ରଧାନ ମଂଚାସୀନ ଥିଲେ | ବିଶ୍ଵ ପଖାଳ ଦିବସ ଅବସରରେ ‘ପଖାଲ୍’ ପୁସ୍ତକକୁ ଅତିଥିଙ୍କ ହସ୍ତରୁ ଉନ୍ମୋଚିତ କରାଯାଇଥିଲା l ପଶ୍ଚିମ ଓଡ଼ିଶାର ଲୋକଙ୍କ ନିତ୍ୟ ଗ୍ରହଣୀୟ ପଖାଳ ର ସୁଆଦ ଖୁବ୍ ନିଆରା। ଏହି ଖାଦ୍ୟ ଏଠାକାର ଜନଜୀବନ ସହିତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ବୋଲି ମୁଖ୍ୟବକ୍ତା ନିଜ ଅଭିଭାଷଣରେ ମତ ପ୍ରକାଶ କରିଥିଲେ | ସଙ୍ଗଠନ ର ବରିଷ୍ଠ ସଦସ୍ୟ କେତନ ରଣା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କବି ସାହିତ୍ୟିକ ଧର୍ମରାଜ ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ସଂଗଠନର ସମ୍ପାଦକ ସୁରେନ୍ଦ୍ର କଠାର, ସଂଜୁ ପ୍ରଧାନ, ଅଜିତ କୁମାର ନାଥ, ସୁବାଷ ପ୍ରଧାନ , ଦୁର୍ଲ୍ଲଭ ଗଡତିଆ, ମନୋଜ କୁମାର ଭୋଇ ,କିଶୋର ଚନ୍ଦ୍ର ପାତ୍ର ,ବୁଧୁ ମାଝି ପ୍ରମୁଖ ସହଯୋଗ କରିଥିଲେ |
ଏହି ଅବସରରେ ଏକ କବିତା ଅସର ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ବରଗଡ଼, ସମ୍ବଲପୁର, ସୋନପୁର, ବଲାଙ୍ଗୀରରୁ ବହୁ କବି ଲେଖକ ଯୋଗ ଦେଇଥିଲେ। ସମସ୍ତ କବି ତଥା କବୟିତ୍ରୀଙ୍କୁ ମାନପତ୍ର ଦେଇ ସମ୍ମାନୀତ କରାଯାଇଥିଲା। ଶେଷରେ ସରୋଜ କୁମାର ରଥ ଧନ୍ୟବାଦ ଅର୍ପଣ କରିଥିଲେ |
