ଆତ୍ମନିର୍ଭରଶୀଳ କରିବ ଛତୁଚାଷ  

0

ଆତ୍ମନିର୍ଭରଶୀଳ କରିବ ଛତୁଚାଷ  

ଛତୁଚାଷ ସମ୍ଵନ୍ଧୀୟ ଦକ୍ଷତା ବିକାଶ ପ୍ରଶିକ୍ଷଣ ଶିବିର

ଛତୁ ଚାଷ ସମ୍ଵନ୍ଧୀୟ ଦକ୍ଷତା ବିକାଶ ପ୍ରଶିକ୍ଷଣ ଶିବିରରେ ଶିକ୍ଷୟିତ୍ରୀଶିକ୍ଷକ ଙ୍କୁ ମାନପତ୍ର ପ୍ରଦାନ କରାଯାଉଛି 

ଅତାବିରା, ୨୮/୩(ସଂସ୍କୃତି ମିଡ଼ିଆ)-ଛତୁ ଚାଷ ଆତ୍ମନିର୍ଭରଶୀଳ ହେବାର ଏକ ଉପଯୁକ୍ତ ମଧ୍ୟମ ବୋଲି ଅତାବିରା ବ୍ଲକ ଅନ୍ତର୍ଗତ ଟାମ୍ପରସରା ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଶନିବାର ଅନୁଷ୍ଠିତ ଛତୁ ଚାଷ ସମ୍ଵନ୍ଧୀୟ ଦକ୍ଷତା ବିକାଶ ପ୍ରଶିକ୍ଷଣ ଶିବିରରେ ବକ୍ତାମାନେ ମତ ବ୍ୟକ୍ତ କରିଛନ୍ତି l ଏହି ଶିବିରରେ ଅତାବିରା ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ୫୦ ଜଣ ଶିକ୍ଷକ ,ଶିକ୍ଷୟିତ୍ରୀ ଯୋଗ ଦେଇ ଛତୁ ଚାଷ ସମ୍ଵନ୍ଧୀୟ ନୂତନ ତଥ୍ଯ ଓ ପ୍ରୟୋଗାତ୍ମକ ଜ୍ଞାନ ଅର୍ଜନ କରିଥିଲେ l କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ମନୋହର ଦାଶ ସଭାପତିତ୍ଵ କରିବା ସହ ସ୍ଵାଗତ ଭାଷଣ ଦେଇଥିଲେ l ଏହି ସଭାରେ ବିଦ୍ୟାଳୟର ଅବସର ପ୍ରାପ୍ତ ପୂର୍ବତନ ପ୍ରଧାନଶିକ୍ଷକ ରମେଶ ଚନ୍ଦ୍ର ଭୋଇ ମୁଖ୍ୟ ଅତିଥି, କାଦୋବାହାଲ କ୍ଲଷ୍ଟର ର ସି.ଆର.ସି.ସି ତ୍ରିଲୋଚନ ସେଠ ପ୍ରମୁଖ ଅତିଥି ଓ କୃଷି ବିଜ୍ଞାନ କେନ୍ଦ୍ର, ଗମ୍ଭାରୀପାଲି ର କୃଷି ବିଜ୍ଞାନୀ ସୁଶ୍ରୀତା ସାହୁ ପ୍ରଶିକ୍ଷକ ରୁପେ ଯୋଗ ଦେଇଥିଲେ l ଏହି ଶିବିରରେ ଛତୁଚାଷ ସମ୍ଵନ୍ଧୀୟ ତଥ୍ୟ ଭିତ୍ତିକ ଶିକ୍ଷା ଦିଆଯାଇଥିଲା ଏବଂ ଏହାର ପ୍ରୟୋଗିକ ପ୍ରଣାଳୀ ବିଷୟରେ କୃଷି ବିଜ୍ଞାନ କେନ୍ଦ୍ରରେ ୫୦ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ତାଲିମ୍ ଦେଇଥିଲେ l ଏଥି ପାଇଁ ସେଠାରେ ବିଦ୍ୟାଳୟ ପକ୍ଷରୁ ବେଡ୍ ପ୍ରସ୍ତୁତ କରାଯାଇଥିଲା l ଏହା ପରେ ମଧ୍ୟାହ୍ନଭୋଜନ ର ଆୟୋଜନ କରାଯାଇ ସମସ୍ତ ଶିକ୍ଷୟିତ୍ରୀଶିକ୍ଷକ ଙ୍କୁ ମାନପତ୍ର ଓ ଏଲ.ଇ.ଡି ବଲବ ଉପହାର ସ୍ଵରୂପ ଦିଆଯାଇଥିଲା l ବିଦ୍ୟାଳୟ ର ସମସ୍ତ ଶିକ୍ଷୟିତ୍ରୀଶିକ୍ଷକ ଓ ଛାତ୍ରୀଛାତ୍ର ଙ୍କ ଦ୍ଵାରା ଏହି ଶିବିର ଟି ସୂଚାରୁ ରୂପେ ସମ୍ପାଦିତ ହୋଇଥିଲା l

 

Dear Sir

 

please find the attachment.

 

Judhistir Mahapatra,mob-9338154701

7894062647

 

 


Leave a Reply

Your email address will not be published. Required fields are marked *

error: Content is protected !!