ସାଂସଦଙ୍କ ଉପସ୍ଥିତିରେ ଉଦଯାପିତ ହେଲା ଭୂତଟିକ୍ରା ଅଖଣ୍ଡ ନାମଯଜ୍ଞ

0

ଅତାବିରା, ୧୨/୪(ସଂସ୍କୃତି ମିଡ଼ିଆ)- ବରଗଡ଼ ଜିଲା ଅତାବିରା ବ୍ଲକ ଭୂତଟିକ୍ରାରେ ଅଖଣ୍ଡ ୨୪ ପ୍ରହରୀ ନାମଯଂଜ୍ଞ ରବିବାର ଉଦଯାପିତ ହୋଇଯାଇଛି l ଉଦଯାପନୀ ଉତ୍ସବରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନାମଯଂଜ୍ଞ ମାଧ୍ୟମରେ ଆମ ଅଞ୍ଚଳର ସଂସ୍କୃତି ପରମ୍ପରା ଉଦଜ୍ଜୀବିତ ହେଉଛି ବୋଲି ମତ ବ୍ୟକ୍ତ କରିଥିଲେ l ସେହିପରି ଗ୍ରାମର ସାମାଜିକ କର୍ମୀ ତଥା ବରଗଡ଼ ଓ ସୁନ୍ଦରଗଡ଼ ମାହେଶ୍ୱରୀ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନର ଚେୟାରମ୍ୟାନ ଫକୀର କର୍ଣ୍ଣ ଏଥିରେ ଯୋଗ ଦେଇ ଭଗବାନଙ୍କ ନାମକିର୍ତ୍ତନ ଆମ ସମସ୍ତଙ୍କୁ ଆତ୍ମ ସନ୍ତୁଷ୍ଟି ଦେଉଛି ବୋଲି କହିଥିଲେ l ଚଳିତ ମାସ ୯ ତାରିଖ ଆରମ୍ଭ ହୋଇଥିବା ଏହି ନାମଯଂଜ୍ଞରେ ପଣ୍ଡିତ ସୁଜିତ ଦାଶ, ବୁଲୁ ଦାଶ ଏବଂ ତାଙ୍କ ସହଯୋଗୀଙ୍କୁ ବ୍ରହ୍ମା ବରଣ କରାଯାଇଥିବା ବେଳେ ଯାମିନୀ କର୍ଣ୍ଣ ଓ ସୁରେନ୍ଦ୍ର କର୍ଣ୍ଣ ସପତ୍ନୀକ କାର୍ତ୍ତିକର୍ତ୍ତା ଦାୟିତ୍ୱ ବହନ କରିଥିଲେ l ନାମଯଂଜ୍ଞ ମଣ୍ଡଳୀରେ ଘଣ୍ଟ ଶଙ୍ଖ ହୁଳହୁଳି ସହ ପୂଜାର୍ଚ୍ଚନା ପୂର୍ବକ ନାମଧାର ହୋଇ ହରେ କୃଷ୍ଣ ହରେ ରାମ ସଂକୀର୍ତ୍ତନ୍ୟ ଝାଞ୍ଜି ମୃଦଙ୍ଗ ଧ୍ୱନିରେ ଗଗନ ପଵନ ଉଛୁଳି ଉଠିଥିଲା l ବିଭିନ୍ନ ଦିବସରେ ଅଞ୍ଚଳର ବହୁ କୀର୍ତ୍ତନ୍ୟ ଦଳ ଅଂଶ ଗ୍ରହଣ କରିଥିବା ବେଳେ ପୂର୍ଣ୍ଣାହୁତି ଦିନ ଯୁଗିପାଲି ଓ କସୁରପାଲି ଗ୍ରାମର ସଂକୀର୍ତ୍ତନ୍ୟ ଦଳ ନାମ କୀର୍ତ୍ତନ୍ୟ କରି ଗ୍ରାମ୍ୟ ପରିକ୍ରମା କରିଥିଲେ l ଏଥିରେ ଗ୍ରାମବାସୀଙ୍କ ପୂର୍ଣ୍ଣ ସମର୍ଥନ ସହ ଭାଜପା ସାଂସଦ ପ୍ରତିନିଧି ସୁରେନ୍ଦ୍ର ସ୍ୱାଇଁ, ବୀରେନ୍ଦ୍ର ହୋତା, ବିକାଶ ଶର୍ମା, କାର୍ତ୍ତିକ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ l


Leave a Reply

Your email address will not be published. Required fields are marked *

error: Content is protected !!