ଅତାବିରା ଏନଏସି : ସୁଧୁରୁ ନାହିଁ ପରିମଳ ବ୍ୟବସ୍ଥା

0

filter: 0; fileterIntensity: 0.0; filterMask: 0; brp_mask:0; brp_del_th:null; brp_del_sen:null; delta:null; module: photo;hw-remosaic: false;touch: (-1.0, -1.0);sceneMode: 8;cct_value: 0;AI_Scene: (-1, -1);aec_lux: 0.0;aec_lux_index: 0;albedo: ;confidence: ;motionLevel: -1;weatherinfo: null;temperature: 37;


ଅତାବିରା,୩୦/୪(ସଂସ୍କୃତି ମିଡ଼ିଆ)- ଅଞ୍ଚଳର ବିକାଶ ସହ ପରିମଳ ବ୍ୟବସ୍ଥା ସୁଧାରିବାକୁ ଗତ ୧୨ ବର୍ଷ ପୂର୍ବରୁ ଅତାବିରାକୁ ଏନଏସିର ମାନ୍ୟତା ମିଳିଥିଲା l ଏହାର ପ୍ରଥମ କାମ ହେଉଛି ଏନଏସି ଅଞ୍ଚଳକୁ ସଫା ସୁତୁରା ରଖିବା । ମାତ୍ର ଏଥିରେ ମଧ୍ୟ ଫେଲ ମାରିଛି ଅତାବିରା ଏନଏସି । ଇତି ମଧ୍ୟରେ ଏନଏସି ଗଠନର ୧୨ବର୍ଷ ବିତିଯାଇଛି । ଅର୍ଥାତ ୧୯୧୩ମସିହାରେ ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ ହୋଇଥିଲା । ସମସ୍ତେ ଭାବିଥିଲେ ଏଥର ଏନଏସି ଅଞ୍ଚଳ ତଥା ସେଠାରେ ବସବାସ କରୁଥିବା ଲୋକଙ୍କ ଉନ୍ନତି ହେବ । ସଫେଇ, ଆଲୁଅ, ରାସ୍ତାଘାଟ ,ପାନୀୟ ଜଳ,ପରିମଳ ଏବଂ ଜଳ ନିଷ୍କାସନ ବ୍ୟବସ୍ଥାର ଉନ୍ନତି ହେବ । ମାତ୍ର ଏପର୍ଯ୍ୟନ୍ତ ସଫେଇ କାମ ଠିକ ଭାବରେ ହୋଇପାରୁନାହିଁ । ଉଜୁଡି଼ ପଡ଼ିଛି ପରିମଳ ବ୍ୟବସ୍ଥା l ଅତାବିରା ଏନଏସି ଅନ୍ତର୍ଗତ ଜାତୀୟ ରାଜପଥ ସେବା ରାସ୍ତା କଡ଼ରେ କୁଡ଼ କୁଡ଼ ଆବର୍ଜନା ପରମଳ ବ୍ୟବସ୍ଥାର ଜ୍ୱଳନ୍ତ ଉଦାହରଣ ସୃଷ୍ଟି କରୁଛି l ତେବେ କେତେକାଂଶରେ ଆଲୁଅ, ରାସ୍ତା, ପାନୀୟ ଜଳ ସମସ୍ୟା ସମାଧାନ ହୋଇପାରିଥିବାବେଳେ ଅନେକ ସ୍ଥାନରେ ଏବେ ଵି ସଫେଇ, ଜଳ ନିଷ୍କାସନ, ପରିମଳ କ୍ଷେତ୍ରରେ ଏନଏସି ବହୁ ପଛରେ ରହିଯାଇଛି । ସଫେଇ ବାବଦରେ ଏନଏସି ମାସକୁ ପ୍ରାୟ ୧୪ଲକ୍ଷ ଟଙ୍କା ଖର୍ଚ୍ଚ କରୁଛି । ଏନଏସିରେ ୧୨ଟି ୱାର୍ଡ ରହିଛି l କେବଳ ସଫେଇ ପାଇଁ ଗୋଟିଏ ୱାର୍ଡ଼ରେ ମାସକୁ ୧ଲକ୍ଷ ଉର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ କରାଯାଉଛି ବୋଲି ଦର୍ଶାଯାଉଛି । ମୋଟ ୬୪ଜଣ ସଫେଇ କର୍ମଚାରୀ ଏନଏସିରେ ନିୟୋଜିତ ରହିଛନ୍ତି । ୧୨ଟି ୱାର୍ଡର ମଇଳା ବୋହିବା ପାଇଁ ୧୦ଟି ଗାଡ଼ି ରହିଛି । ସେଥିମଧ୍ୟରୁ ୪ଟି ଗାଡ଼ି ଚାଲୁଅଛି ବାକି ସବୁ ଅଚଳ ହୋଇ କାର୍ଯ୍ୟାଳୟ ସମ୍ମୁଖରେ ପଡିରହିଛି । ଆନେକ ସ୍ଥାନରେ ଅଳିଆ ଗଦା ଅନେକ ଦିନ ଧରି ପଡ଼ିରହୁଛି । ମାତ୍ର ଘରକୁ ଘର ବୁଲି ସେବା କର ଆଦାୟ କରାଯାଉଛି । କଟକର ଏକ ସଂସ୍ଥାକୁ ସଫେଇ ଦାୟୀତ୍ବ ଦିଆଯାଇଛି । ଏନଏସି କର୍ତ୍ତୃପକ୍ଷଙ୍କ କହିବା ଅନୁସାରେ ଗାଡ଼ି ସଜାଡ଼ିବା ପାଇଁ ୧୦ହଜାରରୁ ଊର୍ଦ୍ଧ୍ବ ଖର୍ଚ୍ଚ ହେଲେ ଏନଏସି ବହନ କରିବ ତାଠାରୁ କମ ଖର୍ଚ୍ଚ ହେଲେ ସମ୍ପୃକ୍ତ ଠିକା ସଂସ୍ଥା ବହନ କରିବ । ମାତ୍ର ସମ୍ପୃକ୍ତ ଠିକା ସଂସ୍ଥା ଗାଡ଼ି ଗୁଡିକୁ ମରାମତି ଦିଗରେ ଧ୍ୟାନ ଦେଉନାହାନ୍ତି । ଯଦି କେହି ସଫା ହେଉନଥିବା କାର୍ଯ୍ୟାଳୟରେ ଅଭିଯୋଗ କରନ୍ତି ତାଙ୍କୁ ସଙ୍ଗେସଙ୍ଗେ ଉତ୍ତର ମିଳୁଛି ଆମର ୬ଟି ଗାଡ଼ି ଖରାପ ଅଛି । ଏନଏସି ଅଞ୍ଚଳରେ ଠିକା ସଂସ୍ଥା ଠିକ ଭାବରେ କାର୍ଯ୍ୟ କରୁନାହିଁ । ଯଦ୍ୱାରା ସଫେଇ କାମ ଠିକ ଭାବରେ ହୋଇପାରୁନାହିଁ । ଏନେଇ ଏନଏସି ଅଧ୍ୟକ୍ଷ ବନମାଳୀ ବରିହାଙ୍କୁ ପଚାରିବାରୁ ସେ କହିଥିଲେ ଯେ, ୧୨ଟି ୱାର୍ଡକୁ ୧୨ ସଫେଇ ଗାଡ଼ି ଲଗାଇବାକୁ କୁହାଯାଉଛି, ହେଲେ ଆମ ପାଖରେ ତାହାର ଅଭାବ ରହିଛି l ଗୁରୁବାର ସଫେଇ ଦାୟିତ୍ୱ ରେ ଥିବା କର୍ମଚାରୀଙ୍କୁ ୱାର୍ଡ ବୁଲିଲା ବେଳେ ତାଗିଦ କରାଯାଇଛି l ତେବେ ଠିକା ସଂସ୍ଥାର ଅବହେଳା ଯୋଗୁଁ ସଫେଇ କାମ ଠିକ ଭାବରେ ହୋଇପାରୁନାହିଁ । ସେ ଠିକା ସଂସ୍ଥା ବିରୁଦ୍ଧରେ ଉପରକୁ ଜଣାଇବା ପାଇଁ ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇସାରିଛନ୍ତି ବୋଲି ଅଧ୍ୟକ୍ଷ ଶ୍ରୀ ବରିହା କହିଥିଲେ l ଏ ନେଇ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ନରେନ୍ଦ୍ର ପ୍ରଧାନଙ୍କୁ ପଚାରିବାରୁ ” ଏନଏସି ଅଧୀନରେ ଥିବା ଦୋକାନୀମାନଙ୍କୁ ଡଷ୍ଟବିନ୍ ବ୍ୟବହାର କରି ଆମ ସଫେଇ ଗାଡ଼ି ଗଲେ ସେଥିରେ ଦେବାକୁ କୁହାଯାଇଛି ହେଲେ କେହି ସଚେତନ ହେଉ ନାହାଁନ୍ତି, ଅନ୍ୟ ପଟେ ୧୨ ସଫେଇ ଗାଡ଼ି ପାଇଁ ପ୍ରସ୍ତାବ ଦିଆଯାଇଛି । ଏବେ ୮ ଟି ଗାଡ଼ି ଅଛି l ସେଥିମଧ୍ୟରୁ ୨ ଟି ଅଚଳ ଅଛି l ସେଥିପାଇଁ ଟିକେ କଷ୍ଟ ହେଲେ ଵି ଆମେ ପରିମଳ ବ୍ୟବସ୍ଥା ସୁଦୃଢ କରିବାକୁ ଚେଷ୍ଟା କରୁଛୁଁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି l
ପ୍ରକାଶ ଥାଉକି ସମ୍ପୃକ୍ତ ଠିକା ସଂସ୍ଥାର ଅବଧି ସରିଯାଇଥିଲା , ମାତ୍ର ପୁଣି ସଂସ୍ଥାକୁ ୬ମାସ ସମୟ ପାଇଁ ନବୀକରଣ କରାଯାଇଛି । ଏଠାରେ ପ୍ରଶ୍ନ ଉଠୁଛି ଯେ ଯଦି ସମ୍ପୃକ୍ତ ଠିକା ସଂସ୍ଥା ତାର କାମ ଠିକ ଭାବରେ କରୁନାହିଁ ତାହାହେଲେ ସମ୍ପୃକ୍ତ ଠିକା ସଂସ୍ଥାର ଅବଧିକୁ ଆହୁରି ୬ମାସ ବୃଦ୍ଧି କରିବା ଭିତରି ରହସ୍ୟ କଣ ଥାଇପାରେ ବୋଲି ଲୋକେ ଆଲୋଚନା କରୁଛନ୍ତି । ଉଚ୍ଚ କତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଏନଏସିର ଜନସାଧାରଣ ଦାବୀ ଜଣାଇଛନ୍ତି ।


Leave a Reply

Your email address will not be published. Required fields are marked *

error: Content is protected !!