ଲେଙ୍ଗୁ ମିଶ୍ର ଛକ ରୁ ପୁରୁଣା ଜିରା ବ୍ରିଜ ରାସ୍ତା ପ୍ରଶସ୍ତିକରଣ ଓ ଜବର ଦଖଲ ଉଛେଦ ଶୀଘ୍ର କରିବାକୁ ଦାବୀ କଲା ବରଗଡ଼ ନାଗରିକ ମଞ୍ଚ

0

ଲେଙ୍ଗୁ ମିଶ୍ର ଛକ ରୁ ପୁରୁଣା ଜିରା ବ୍ରିଜ ରାସ୍ତା ପ୍ରଶସ୍ତିକରଣ ଓ ଜବର ଦଖଲ ଉଛେଦ ଶୀଘ୍ର କରିବାକୁ ଦାବୀ କଲା ବରଗଡ଼ ନାଗରିକ ମଞ୍ଚ

ବରଗଡ଼, ୩୦/୪(ସଂସ୍କୃତି ମିଡ଼ିଆ)-ବରଗଡ଼ର ବହୁ ଚର୍ଚ୍ଚିତ ଲେଙ୍ଗୁ ମିଶ୍ର ଛକ ରୁ ପୁରୁଣା ଜିରା ବ୍ରିଜ ରାସ୍ତା ପ୍ରଶସ୍ତିକରଣ ଦାବୀ ପୁଣି ଥରେ ଆରମ୍ଭ ହୋଇଛି। ବରଗଡ ର ବିଭିନ୍ନ ସ୍ଥାନରେ ଜବର ଦଖଲ ଉଛେଦ ହେଉଥିବା ବେଳେ ଏହି ବ୍ୟସ୍ତ ବହୁଳ ରାସ୍ତା କାହିଁକି ଉଛେଦ ହେଉ ନାହିଁ ବୋଲି ବରଗଡ଼ ନାଗରିକ ମଞ୍ଚ ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହୋଇଛି। ଉକ୍ତ ରାସ୍ତା ରୁ ଜବର ଦଖଲ ହଟେଇ ରାସ୍ତା ପ୍ରଶସ୍ତିକରଣ କରିବା ସହ ଉଚ୍ଚ ନ୍ୟାୟାଳୟ ରେ ସରକାରଙ୍କ ପକ୍ଷରୁ ନିଯୁକ୍ତ ହୋଇଥିବା ଓକିଲଙ୍କୁ ତୁରନ୍ତ ପରିବର୍ତନ କରିବା କୁ ନାଗରିକ ମଞ୍ଚ ସଭାପତି ଆଇନଜୀବୀ ଭୀଷ୍ମଦେବ ସରାଫ ଦାବୀ କରିଛନ୍ତି। ସେହିପରି ବରଗଡ଼ ସହର ମଧ୍ୟରେ ଥିବା ସିଏଚସି ଓ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ସୁଦୃଢ କରିବାକୁ ଦାବୀ ହୋଇଛି, ସେହିପରି ସହର ମଧ୍ୟରେ ଜଳାଶୟ ଗୁଡିକ ପୁନଃରୁଦ୍ଧାର ସହ ବନ୍ଦ କଟା ଜବର ଦଖଲ ମୁକ୍ତ କରିବାକୁ ଦାବୀ ହୋଇଛି, ବରଗଡ ସହର ର ପରିମଳ ବ୍ୟବସ୍ଥାକୁ ସୁଦୃଢ କରିବା, ଜିଲ୍ଲାର କ୍ୟାନ୍ସର ହସ୍ପିଟାଲ କୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ଓ ଧାନ ବିକ୍ରି ରୁ ବଂଚିତ ଚାଷୀଙ୍କ ଖରିଫ ଧାନ ଶୀଘ୍ର କିଣିବା, ଗ୍ରୀଷ୍ମ ଦିନରେ ପାନୀୟ ଜଳ ବ୍ୟବସ୍ଥା କରିବା, ଜବର ଦଖଲ ଉଛେଦ ରେ ବିସ୍ଥାପିତ ମାନଙ୍କୁ ଶୀଘ୍ର ଥଇଥାନ କରିବା ଭଳି ୮ ଦଫା ଦାବୀ ଜିଲ୍ଲାପାଳ ଆଦିତ୍ୟ ଗୋୟଲ ଙ୍କୁ ପ୍ରଦାନ କରିଛି ନାଗରିକ ମଞ୍ଚ। ଏହି ସମସ୍ୟା ର ସମାଧାନ ଶୀଘ୍ର କରା ନଗଲେ ଗଣତାନ୍ତ୍ରିକ ଆନ୍ଦୋଳନ କରିବାକୁ ବାଧ୍ୟ ହେବୁ ବୋଲି ଶ୍ରୀ ସରାଫ କହିଛନ୍ତି।ଏଥିରେ ଭବାନୀ ସାହୁ, ଶୟନ ପଣ୍ଡା, ଟିଂକୁ ନନ୍ଦ,ନିତ୍ୟା ନନ୍ଦ ବାଗ,ସୁରଥ ସାହୁ,ଶିବାନନ୍ଦ ମଟାରୀ, ଜିଭି ରାଓ, ଗଙ୍ଗା ପୂଝରୀ, ଲିଙ୍ଗରାଜ ପୁରୋହିତ, ବାସୁଦେବ ଦାଶ, ଜୀବନ ଲାଲ ଚୌଧୁରୀ, ମୁକୁନ୍ଦ ତାଣ୍ଡି,ସୁଜିତ କନ୍ଧେର, ମକରଧ୍ଵଜ ମେହେର,ରତନ ତାଣ୍ଡି, ଆଇନଜୀବୀ ରବି ପାଠୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ।


Leave a Reply

Your email address will not be published. Required fields are marked *

error: Content is protected !!