ଗୋଡ଼ଭଗାରେ ହେବ ମୃତ୍ତିକା କୁଟୀର ଶିଳ୍ପ ପ୍ରଶିକ୍ଷଣ କେନ୍ଦ୍ର
filter: 0; fileterIntensity: 0.0; filterMask: 0; brp_mask:0; brp_del_th:null; brp_del_sen:null; delta:null; module: photo;hw-remosaic: false;touch: (-1.0, -1.0);sceneMode: 8;cct_value: 0;AI_Scene: (-1, -1);aec_lux: 0.0;aec_lux_index: 0;albedo: ;confidence: ;motionLevel: -1;weatherinfo: null;temperature: 45;
ଗୋଡ଼ଭଗା/ଅତାବିରା ୩/୫,(ସଂସ୍କୃତି ମିଡ଼ିଆ)- ଦିନକୁ ଦିନ ମାଟିରେ ନିର୍ମାଣ କାରିଗରୀର ଚାହିଦା ବଢ଼ିବାରେ ଲାଗିଛି l ପ୍ଲାଷ୍ଟିକରେ ନିର୍ମାଣ ବିଭିନ୍ନ ବ୍ୟବହାର୍ଯ୍ୟ ଜିନିଷର କୁପ୍ରଭାବ ଜନସମାଜକୁ ପ୍ରଭାବିତ କରିବା କାରଣରୁ ଦିନକୁ ଦିନ ଲୋକେ ମାଟି ପାତ୍ର ଉପରେ ନିର୍ଭର କରିବାକୁ ପସନ୍ଦ କରିବାକୁ ବସିଲେଣି l ଏହାକୁ ଦୃଷ୍ଟିରେ ରଖି ବରଗଡ଼ ଜିଲା ଅତାବିରା ବ୍ଲକ କୁମ୍ଭାର ମହାସଂଘ ପକ୍ଷରୁ ଏ ଅଞ୍ଚଳରେ ଏକ ପ୍ରଶିକ୍ଷଣ କେନ୍ଦ୍ର ଖୋଲିବାକୁ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଙ୍କୁ ଏନ ସ୍ମାରକ ପତ୍ର ପ୍ରଦାନ କରିଥିଲେ l

ଏହି ଅବସରରେ ସ୍ଥାନୀୟ ଗୋଡ଼ଭଗା ବସ୍ତିରେ ଏକ ମୃତ୍ତିକା କୁଟୀର ଶିଳ୍ପ ପ୍ରଶିକ୍ଷଣ କେନ୍ଦ୍ର (ଟେରାକୁଟା) ପାଇଁ ସାଂସଦ ପ୍ରଦୀପ ପୁରୋହିତ ରବିବାର ସନ୍ଧ୍ୟାରେ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି l ପ୍ରଶିକ୍ଷଣ ପାଇଁ ଆବଶ୍ୟକ କମ୍ୟୁନିଟି ହଲ ପାଇଁ ସାଂସଦ ପୁରୋହିତ ତାଙ୍କ ସାଂସଦ ପାଣ୍ଠିରୁ ପ୍ରାରମ୍ଭରେ ୧୦ ଲକ୍ଷ ଟଙ୍କାର ଅନୁଦାନ କରିବାକୁ କହିଥିଲେ l ଏଠାରେ ମୂର୍ତ୍ତିକା କୁଟୀର ଶିଳ୍ପ ପ୍ରଶିକ୍ଷଣ କେନ୍ଦ୍ର ଆରମ୍ଭ ହେଲେ ଅଞ୍ଚଳର କୁମ୍ଭାର ଶ୍ରେଣୀର ଶହ ଶହ ପରିବାର ତାଲିମ ନେଇ କୁଟୀର ଶିଳ୍ପରୁ ଆତ୍ମନିର୍ଭରଶୀଳ ହୋଇଛପାରିବେ l ଏହି ଅବସରରେ ପ୍ରାରମ୍ଭରେ ସାଂସଦ ପୁରୋହିତଙ୍କୁ ଗୋଡ଼ଭଗା ଗ୍ରାମବାସୀ ଓ ବ୍ଲକ କୁମ୍ଭାର ମହାସଂଘ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇ ଗ୍ରାମ୍ୟ ପରିକ୍ରମା କରାଇଥିଲେ l ପରେ ପ୍ରସ୍ଥବିତ ପ୍ରଶିକ୍ଷଣ କେନ୍ଦ୍ର ସ୍ଥଳରେ ଭିତ୍ତି ପ୍ରସ୍ତର ସ୍ଥାପନ ସହ ପୂଜାଅର୍ଚ୍ଚନା କରାଯାଇଥିଲା l ମହାସଂଘର ବ୍ଲକ ସଭାପତି ପୂର୍ଣ୍ଣଚନ୍ଦ୍ର ରଣାଙ୍କ ଅଧ୍ୟାକ୍ଷତାରେ ଅନୁଷ୍ଠିତ ଉତ୍ସବରେ ସାଂସଦ ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି, ଗୋଡ଼ଭଗା ସରପଞ୍ଚ ମଞ୍ଜୁଲତା ସେଠ୍ ଓ ଗ୍ରାମ୍ୟ କମିଟି ସଭାପତି ବେଣୁଧର ଷଣ୍ଢ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଉଦବୋଧନ ଦେଇଥିଲେ l କାର୍ଯ୍ୟକ୍ରମ କୁ ମହାସଂଘର କେତନ ରଣା ସଂଯୋଜନା କରିଥିଲେ l
