ଲାଦେରପାଲିରେ ସମାପନ ହେଲା ଚୋବିଶ ପ୍ରହରୀ ନାମଯଜ୍ଞ ର ରୈ।ପ୍ୟ ଜୟନ୍ତୀ ମହୋତ୍ସବ

0

ଲାଦେରପାଲିରେ ସମାପନ ହେଲା ଚୋବିଶ ପ୍ରହରୀ ନାମଯଜ୍ଞ ର ରୈ।ପ୍ୟ ଜୟନ୍ତୀ ମହୋତ୍ସବ

ଅତାବିରା,୫/୫(ସଂସ୍କୃତି ମିଡ଼ିଆ )

ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ।

ହରେ ରାମ ହରେ ରାମ ରାମ ରାମ ହରେ ହରେ ।।

ବରଗଡ଼ ଜିଲ୍ଲା ଅତାବିରା ଏନ୍ ଏ ସି ଅଧିନସ୍ଥ ଲାଦେରପାଲି ଗ୍ରାମର ବୀର ହନୁମାନ ମନ୍ଦିରର ପ୍ରାଙ୍ଗଣରେ ମହା ଆଡ଼ମ୍ବରରେ ୩ ଦିନ ଧରି ଅନୁଷ୍ଠିତ ହୋଇଥିବା ଅଖଣ୍ଡ ଚୋବିଶ ପ୍ରହରୀ ନାମଜଜ୍ଞ ର ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ରୈ।ପ୍ୟ ଜୟନ୍ତୀ ମହୋତ୍ସବ ଗତ ସୋମବାର ଦିନ ପୂର୍ଣ୍ଣାହୁତି ସହ ସମାପନ ହୋଇଯାଇଛି।ଲାଦେରପାଲି ଗ୍ରାମବାସୀଙ୍କ ଆନୂକୂଲ୍ୟରେ ଶ୍ରୀ ଶ୍ରୀ ବୀର ବଜରଙ୍ଗ ବଲି ସଂକୀର୍ତ୍ତନ ମଣ୍ଡଳୀ ଲାଦେରପାଲି ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ରୈ।ପ୍ୟ ଜୟନ୍ତୀ ମହୋତ୍ସବ ଗତ ୩୦ ତାରିଖ ଗୁରୁବାର ଦିନ ଆରମ୍ଭ ହୋଇ ରବିବାର ଦିନ ସମାପନ ହୋଇଥିଲା। ଗୁରୁବାର ମଧ୍ୟାହ୍ନ ୧୨ ଟା ସମୟରେ ଏକ ଭବ୍ୟ କଳସ ଶୋଭାଯାତ୍ରାରେ ଗ୍ରାମର ଆବାଳବୃଦ୍ଧବନିତା ବାହାରି ଘଣ୍ଟ ,ଶଂଖ , ହୁଳହୁଳି, ଗିନି ,ମୃଦୁଙ୍ଗ ର ତାଳେ ତାଳେ ଗାଁର ମାଁ ମାଉସୀଙ୍କ ଦ୍ୱାରା ଗ୍ରାମର ତଲିବନ୍ଧ ପୋଖରୀରୁ ଜଳପୂର୍ଣ୍ଣ କଳସ ଆଣି ଯଜ୍ଞ ମଣ୍ଡପରେ ସ୍ଥାପନ କରିବା ପରେ ପୂଜା କାର୍ଯ୍ୟ ଆରମ୍ଭ କରାଯାଇଥିଲା ଏବଂ ପରେ ମହାମନ୍ତ୍ର ” ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ କୃଷ୍ଣ। ହରେ ରାମ ହରେ ରାମ ହରେ ରାମ ହରେ ରାମ ” ନାମାରମ୍ଭ କରାଯାଇଥିଲା ।ଏଥିରେ ପୂଜାକାର୍ଯ୍ୟ ପାଇଁ ବ୍ରହ୍ମାବରଣ ହୋଇଥିଲେ ପଣ୍ଡିତ ଶ୍ରୀ ଭଗବତ ପ୍ରସାଦ ଦାଶ ଏବଂ ପଣ୍ଡିତ ଅଜିତ ଦାଶ ଏବଂ କର୍ତ୍ତା ଭାବରେ ବସିଥିଲେ ସୁବାଷ ପ୍ରଧାନ ସପତ୍ନିକ କଳ୍ପନା ପ୍ରଧାନ।ଆଖ ପାଖ ଗ୍ରାମରୁ ୨୫ ଟି ସଂକୀର୍ତ୍ତନ ଦଳ ନିମନ୍ତ୍ରିତ ହୋଇ ନାମ ଧରିବା ପାଇଁ ଆସିଥିଲେ। ଏହି ତିନି ଦିନ ଭକ୍ତି ମୟ ପରିବେଶରେ ଗ୍ରାମଟି ଉଛୁଳି ପଡୁଥିଲା।ଆଖ ପାଖ ଗ୍ରାମରୁ ହଜାର ହଜାର ଦର୍ଶକ ଏହି ରୈ।ପ୍ୟ ଜୟନ୍ତୀ ମହୋତ୍ସବ ରେ ଯୋଗ ଦେଇଥିଲେ ଏବଂ ସମସ୍ତଙ୍କ ପାଇଁ କରାଯାଇଥିବା ମହା ପ୍ରସାଦ ଗ୍ରହଣ କରି ଆନନ୍ଦ ଉଲ୍ଲାସରେ ଘରକୁ ଫେରିଥିଲେ। ପ୍ରଚଣ୍ଡ ରୌଦ୍ରତାପରୁ ରକ୍ଷା ପାଇବା ନିମନ୍ତେ ହନୁମାନ ମନ୍ଦିର ପ୍ରାଙ୍ଗଣରେ ଜାମଡାଲ ଏବଂ ନଡିଆ ଡାଲରେ ମଣ୍ଡଳୀଟିକୁ ଆଚ୍ଛାଦିତ କରାଯାଇଥିଲା। ଯେଉଁଥିରେ ସହଯୋଗ କରିଥିଲେ ଗ୍ରାମର ଯୁବକମାନେ। ଶ୍ରୀ ଶ୍ରୀ ବୀର ହନୁମାନ ମହାପ୍ରଭୁଙ୍କ ଅପାର କରୁଣାରୁ ଏହି ଅଖଣ୍ଡ ଚୋବିଶ ପ୍ରହରୀ ନାମଜଜ୍ଞ ର ଭବ୍ୟ ରୈ।ପ୍ୟ ଜୟନ୍ତୀ ମହୋତ୍ସବ ଟି ଖୁବ୍ ଯାକଜମକରେ ପାଳିତ ହୋଇଥିଲା। ନିମନ୍ତ୍ରିତ ହୋଇ ଆସିଥିବା ସଂକୀର୍ତ୍ତନ ଦଳ ଗୁଡିକ ହେଲେ ଅତାବିରା (୨ ଟି ଦଳ), ବରଗଡ଼,କାଣ୍ଡ ପାଲି,ଭୋଇପୁରା,ପରମାଣପୁର,ବାଞ୍ଜିପାଲି,ଭାଲୁପାଲି,ଲହଣ୍ଡା, ବୁର୍ଲା,ନିଲେଇପାଲି,ଝରେଇ ପାଲି,ଡୁଙ୍ଗୁରିପାଲି,ପଧାନଟିକ୍ରା,ବରାହାମୁଣ୍ଡା,ମୋହନ ଟିକ୍ରା,ଚକୁଲି,ଅମସ୍ତଲା , ଖଲିଆପାଲି (ଦିପ୍ ଟିକ୍ରା),ଇସ୍ତଲା, ତାଲଶ୍ରୀଗିଡା

ଏବଂ ଶେଷ ଦିନ ନିମନ୍ତ୍ରିତ ହୋଇ ଆସିଥିବା ଦୁଇ ସଂକୀର୍ତ୍ତନ ଦଳ ହେଲେ ଖଇରଗୁଡି(ଛତିଶଗଡ଼),ଅରେଇଗୁଡି (ଭେଡେନ) ଦଳ ଯୋଗଦେଇ ସଂକୀର୍ତ୍ତନ ପରିବେଷଣ ଥିଲେ। ଏହି ଅବସରରେ ପଣ୍ଡିତ ମାନଙ୍କ ସହିତ ସମସ୍ତ ସଂକୀର୍ତ୍ତନ ଦଳ ର ଗାୟକ ଓ ବାଦକ ମାନଙ୍କୁ ଏବଂ ଗ୍ରାମର ବୟୋଜ୍ୟେଷ୍ଠ ବୃଦ୍ଧ ,ଜୟ ହନୁମାନ (ବଜରଙ୍ଗ ଦଳ), ଖୁଦୁରୁକୁଣୀ ଦଳର ଭଉଣି ଏବଂ ଅନ୍ନପ୍ରସାଦ ତିଆରି ରେ ସହଯୋଗ କରିଥିବା ଗ୍ରାମର ମାଁ ମାଉସୀ ମାନଙ୍କୁ ଉତ୍ତରୀୟ ଏବଂ ମାନପତ୍ର ଦେଇ ସମ୍ମାନୀତ କରାଯାଇଥିଲା। ଏହି ରୈ।ପ୍ୟ ଜୟନ୍ତୀ ମହୋତ୍ସବକୁ ସଫଲ କରାଇବାରେ ଲାଦେରପାଲି ଗ୍ରାମର ସମସ୍ତ ଗ୍ରାମବାସୀ , ବୀର ବଜରଙ୍ଗ ବଲି ସଂକୀର୍ତ୍ତନ ମଣ୍ଡଳୀ ଏବଂ ଯୁବସମାଜ ର ସକ୍ରିୟ ସହଯୋଗ ରହିଥିଲା। ଅଯୋଧ୍ୟା ପତି ପ୍ରଭୁ ଶ୍ରୀ ରାମ ଭକ୍ତଙ୍କ ମନସ୍କାମନା ପୁରଣ କରି ଜଗତର କଳ୍ୟାଣ କରନ୍ତୁ।


Leave a Reply

Your email address will not be published. Required fields are marked *

error: Content is protected !!