ଜିଲ୍ଳା କେମିଷ୍ଟ ଏବଂ ଡ୍ରଗିଷ୍ଟ ଆସୋସିଏସନ ତରଫରୁ ବନ୍ଦ ଡାକରା ପୁର୍ଣ ସଫଳ
ବଲାଙ୍ଗୀର, ୨୦/୫(ସଂସ୍କୃତି ମିଡ଼ିଆ )-କେମିଷ୍ଟ ଏବଂ ଡ୍ରଗିଷ୍ଟ ସର୍ବ ଭାରତୀୟ ସଙ୍ଘ ଏବଂ ଉତ୍କଳ ସଙ୍ଘ ତରଫରୁ ଆଜିର ବନ୍ଦ ପୁର୍ଣ ସଫଳତା ହୋଇଛି l ଏଥିରେ ଜିଲ୍ଲାର ର ସମସ୍ତ ଆୟୁର୍ବେଦିକ, ହୋମିଓପାଥିକ, ଆପୋଲୋ ଫର୍ମାସୀ, ମେଡ଼ପ୍ଲୁସ ଏବଂ ଜନ ଔଷଧୀ ଦୋକାନ ଗୁଡିକ ସାମିଲ ହୋଇ ପୁର୍ଣ ସଫଳ କରିଥିଲେ l ଉକ୍ତ ବନ୍ଦ କୁ ଜିଲ୍ଳା ଅଶ୍ରୁ ସଙ୍ଘ ତଥା ଔଷଧ କର୍ମଚାରୀ ସଙ୍ଘ ଜିଲ୍ଲା ସଙ୍ଘ କୁ ସହଯୋଗ କରିଥିଲେ l ଜିଲ୍ଲାର ସମସ୍ତ ଔଷଧ ବୈବସାୟୀ ତଥା ବିଭିନ୍ନ ଜୋନ ର ଇସି ସଦସ୍ୟ ନିଜ ନିଜ ଜୋନ ରେସଫଳ କରିଥିଲେ l ଆଜି ସକାଳୁ ଜିଲ୍ଳା ସଙ୍ଘ ର ସଭାପତି ଶ୍ରୀ ଲୋଟସ ଷଡ଼ଙ୍ଗୀ ଙ୍କ ନେତୃତ୍ୱ ରେ ସ୍ଥାନୀୟ ସମଲେଇ ମନ୍ଦିର ଠାରୁ ସଙ୍ଘର ଏକ ବାଇକ ଶୋଭାଯାତ୍ରା କରି ପିକେଟିଙ୍ଗ କରାଯାଇଥିଲା l ପରେ ଏକ ପ୍ରତିବାଦ ସଭା ସ୍ଥାନୀୟ ଜଗନ୍ନାଥ ମେଡିକାଲ ସମ୍ମୁଖରେ ଆୟୋଜିତ ହୋଇଥିଲା, ଏଥିରେ ସଙ୍ଘ ର ମୁଖ୍ୟ ଦାବି ଯଥା ଅନଲାଇନ ବିକ୍ରୟ ବିରୋଧ, ଇ ଫାର୍ମସୀ ପ୍ରଚଳନ ବିରୋଧ ତଥା ବହୁ ରାଷ୍ଟ୍ରିୟ କର୍ପୋରେଟ ସଂସ୍ଥା ଦ୍ୱାରା ବଜାର କୁ ଆସୁଥୁବା ନକଲି ଔଷଧ ବିରୋଧରେ ସଭା ହୋଇଥିଲା ଏବଂସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ସଙ୍ଘ ତରଫରୁ ବଲାଙ୍ଗୀର ଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି।
ଏହି ବିଶାଳ ଆନ୍ଦୋଳନ କୁ ସମ୍ପାଦକ ମନମୋହନ ରଥ, ଉପସଭାପତି ରାଜନାରାୟଣ ଅଗ୍ରୱାଲ, ସଂଗଠନ ସମ୍ପାଦକ ଶ୍ରୀମନ୍ତ ପଣ୍ଡା, କମ୍ପେନୀ ବେପାର ସମ୍ପାଦକ ସଂଜୀବ ରଥ,କୋଷାଧକ୍ଷ ଅଶୋକ ମେହେର, କମଳ ଚକ୍ରବର୍ତ୍ତୀ, ଲଳିତ ଚୌଧୁରୀ, ସଞ୍ଜୟ ଚୌଧୁରୀ, କେଶବ ପଟ୍ଟନାୟକ, ସୋଭାଗ୍ୟ ଶଙ୍କର ମିଶ୍ର, ଦିବାକର ପଣ୍ଡା, ଉଦିତ ପଣ୍ଡା,ରାଜକୁମାର ହୋତା,ସନ୍ତୋଷ ପ୍ରଧାନସହ ଜିଲ୍ଲାର ଶତାଧିକ ଔଷଧ ବ୍ୟବସାୟୀ ଓ ସଂଗଠନର ସଦସ୍ୟମାନେ ଉପସ୍ଥିତ ରହି ପ୍ରତିବାଦକୁ ଶେଷ ପର୍ଯ୍ୟନ୍ତ ଶକ୍ତିଶାଳୀ କରିଥିଲେ।
