ଟ୍ରେନରେ କଟିଲେ ଯୁବକ: ୨ଘଣ୍ଟା ୪୦ ମିନିଟ ଅଟକିଲା ମାଲଗାଡି ଡାଉନ ଲାଇନରେ ଟ୍ରେନ ଚଳାଚଳ ବ୍ୟାହତ
filter: 0; fileterIntensity: 0.0; filterMask: 0; brp_mask:0; brp_del_th:null; brp_del_sen:null; delta:null; module: photo;hw-remosaic: false;touch: (-1.0, -1.0);sceneMode: 8;cct_value: 0;AI_Scene: (-1, -1);aec_lux: 0.0;aec_lux_index: 0;albedo: ;confidence: ;motionLevel: -1;weatherinfo: null;temperature: 46;
ଟ୍ରେନରେ କଟିଲେ ଯୁବକ: ୨ଘଣ୍ଟା ୪୦ ମିନିଟ ଅଟକିଲା ମାଲଗାଡି
ଡାଉନ ଲାଇନରେ ଟ୍ରେନ ଚଳାଚଳ ବ୍ୟାହତ
ଫଟୋ
ଅତାବିରା, ୧୬/୫(ସଂସ୍କୃତି ମିଡ଼ିଆ )- ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ବରଗଡ଼- ସମ୍ବଲପୁର ରେଲୱେ ଡାଉନ ଲାଇନର ଭୋଇପାଲି ଓଭର ବ୍ରିଜ ପାଖରେ ଜୈନେକ ବ୍ୟକ୍ତି କଟି ଯିବାରୁ ଶନିବାର ଟେନ ଚଳାଚଳ ବ୍ୟାହତ ହୋଇଛି l ଏହି ରେଳ ଲାଇନର ୫୮୪/୨୨ ଖୁଣ୍ଟ ପାଖରେ ଶନିବାର ସକାଳ ୬ଟା ୮ ମିନିଟ ସମୟରେ ଏକ ମାଳବାହି ଟ୍ରେନ ଭୋଇପାଲି ଅତିକ୍ରମ କରୁଥିବା ବେଳେ ହଠାତ ଅଜଣା ବ୍ୟକ୍ତି ଜଣକ ଗାଡ଼ି ସାମ୍ନାକୁ ଆସିଯାଇଥିଲେ l ସାଙ୍ଗେ ସାଙ୍ଗେ ଉଭୟ ଟ୍ରେନ ଚାଳକ ଜରୁରୀକାଳୀନ ବ୍ରେକ ଲଗାଇ ଥିଲେ l ଟ୍ରେନଟି ଅନତି ଦୂର ଯାଇ ଅଟକିବା ପରେ ଚାଳକ କଟି ଯାଇଥିବା ବ୍ୟକ୍ତିଙ୍କ ଜୀବନ ଥିବା ଅନୁମାନ କରିଥିଲେ l ସଙ୍ଗେ ସଙ୍ଗେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ଥିଲେ l ଡାକ୍ତରଖାନା ନେବାକୁ ପ୍ରୟାସ କରିଥିଲେ ମଧ୍ୟ ସେହି ସମୟ ମଧ୍ୟରେ କଟି ଥିବା ବ୍ୟକ୍ତିଙ୍କ ହଲଚଲ ବନ୍ଦ ହୋଇ ଯାଇଥିଲା l ଫଳରେ ମାଲଗାଡିକୁ ୨ଘଣ୍ଟା ୪୦ ମିନିଟ ଘଟଣାସ୍ଥଳରେ ଅଟକିବାକୁ ପଡିଥିଲା l ଏହାଦ୍ୱାରା ଏହି ପଥ ଦେଇ ଯିବାକୁ ଥିବା ସମସ୍ତ ଟ୍ରେନ ଗୁଡିକୁ ବିଭିନ୍ନ ସ୍ଥାନରେ ଅଟକାଯାଇଥିଲା l ଅତାବିରା ଥାନା ପୋଲିସ ଓ ରେଲୱେ ପୋଲିସ ପହଁଚି ଶବକୁ ଜବତ କରି ସେହି ମାଳଗାଡ଼ିରେ ନେବା ପରେ ସକାଳ ୮ଟା ୪୮ ମିନିଟରେ ଟ୍ରେନ ଚଳାଚଳ ସ୍ୱାଭାବିକ ହୋଇଥିଲା l ସମ୍ବଲପୁର ରେଲୱେ ପୋଲିସ ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇ ଘଟଣାର ଅଧିକ ତଦନ୍ତ ଚାଲିଥିବା ଜଣାପଡିଛି l
