ଧନୁଯାତ୍ରା ତୋରଣ ଦୁର୍ନୀତି ଘଟଣା ରେ କ୍ଷତି ହୋଇଥିବା ଅର୍ଥ ର ରିକଭରୀ ସହ ସମ୍ପୃକ୍ତ ଅଧିକାରୀଙ୍କ ଉପରେ ଭିଜିଲାନ୍ସ ଛାପା ମରା ଯାଉ : ଆମ୍ ଆଦମୀ ପାର୍ଟି
ବରଗଡ଼, ୩୦/୫(ସଂସ୍କୃତି ମିଡ଼ିଆ )-ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣା ଏବେ ଚର୍ଚ୍ଚା ର ବିଷୟ ହୋଇଥିବା ବେଳେ ଏଥିରେ ବ୍ୟାପକ ଦୁର୍ନୀତି ର ବାସ୍ନା ସାମ୍ନା କୁ ଆସିଥିବା ଅଭିଯୋଗ କରିଛି ଆମ୍ ଆଦମୀ ପାର୍ଟି।ତୋରଣ ଦୁର୍ନୀତି ଘଟଣା ରେ କ୍ଷତି ହୋଇଥିବା ଅର୍ଥ ର ରିକଭରୀ କରାଯାଉ ଓ ସମ୍ପୃକ୍ତ ଅଧିକାରୀ ମାନଙ୍କ ଉପରେ ଭିଜିଲାନ୍ସ ଛାପା ମରା ଯାଉ ବୋଲି ଏକ ପ୍ରେସ ବିବୃତି ମାଧ୍ୟମରେ ଦାବୀ କରିଛି ଆମ୍ ଆଦମୀ ପାର୍ଟି। ଗତ ୨୫ ତାରିଖ ସୋମବାର ବରଗଡ ରେ କାଳବୈଶାଖୀ ପବନ ଯୋଗୁଁ ଥାନା ଛକ ସ୍ଥିତ ଧନୁଯାତ୍ରା ତୋରଣ ସମ୍ପୂର୍ଣ ଭାଙ୍ଗି ଯାଇଥିଲା ଯାହାକୁ ନେଇ ସବୁ ଆଡେ ଚର୍ଚ୍ଚା ଆରମ୍ଭ ହୋଇଛି।ଏହି ଘଟଣା ରେ ଦୁର୍ନୀତି, କମିଶନଖୋରି ର ପ୍ରଶ୍ନ ଉଠିଛି, କୋଟିଏ ଟଙ୍କା ରୁ ଉର୍ଦ୍ଧ ଖର୍ଚ୍ଚ ହୋଇଥିବା ତୋରଣ ଏବେ ନିମ୍ନ ମାନ ର କାମ ଯୋଗୁଁ ଭାଙ୍ଗି ଯାଇଛି ବୋଲି ରାଜ୍ୟ ସମ୍ପାଦକ ଭବାନୀ ସାହୁ ଅଭିଯୋଗ କରିଛନ୍ତି। ବିନା ଟେଣ୍ଡର ରେ କୋଟି କୋଟି ଟଙ୍କା ର କାମ କିଏ ଓ କେମିତି ପାଇଲା ବୋଲି ଶ୍ରୀ ସାହୁ ପ୍ରଶ୍ନ କରିଛନ୍ତି। ପୂର୍ତ୍ତ ବିଭାଗ ର ଅଧିକାରୀ ମାନଙ୍କୁ ତୁରନ୍ତ ନିଲମ୍ବିନ,ଟଙ୍କା ରିକଭରୀ ଓ ଆୟ ବହିର୍ଭୁତ ମାମଲା ରେ ଭିଜିଲାନ୍ସ ଚଢ଼ାଉ କରାଯାଉ ବୋଲି ଶ୍ରୀ ସାହୁ କହିଛନ୍ତି।
