ଜାତୀୟ ଡିଜିଟାଲ ପ୍ରାଣୀ ସଂପଦ ମିଶନ ପ୍ରଶିକ୍ଷଣ ଶିବିର

0

ଜାତୀୟ ଡିଜିଟାଲ ପ୍ରାଣୀ ସଂପଦ ମିଶନ ପ୍ରଶିକ୍ଷଣ ଶିବିର

ଚାଷୀ ଙ୍କ ସହିତ ସିଧାସଲଖଯୋଡ଼ି ହେବା କୁ ପରାମର୍ଶ : ଚାଷୀ ଙ୍କ ଉନ୍ନତି ହେଲେ ଦେଶ ର ପ୍ରଗତି

ସମ୍ବଲପୁର, ୧୪/୬(ସଂସ୍କୃତି ମିଡ଼ିଆ )-ସମ୍ବଲପୁର ଜିଲ୍ଲା ଚିପିଲିମା ପ୍ରାଣୀଧନ ତାଲିମ କେନ୍ଦ୍ର ଠାରେ କୃତ୍ରିମପ୍ରଜନନ କାରୀ ଟେକନିସିଏନ (ଏଆଇଟି), ପ୍ରାଣୀ ନିରୀକ୍ଷକ , ଓମଫେଡ଼ କୃତ୍ରିମ ପ୍ରଜନନକାରୀ ଟେକନିସିଏନ । ଗୋମିତ୍ର, ମୈତ୍ରୀ , ପ୍ରାଣୀ ଅଧିକାରୀମାନଙ୍କୁ ଏହି ଶିବିର ରେ ବିସୃତ ଭାବରେ ତାଲିମ ପ୍ରଦାନ କରାଯାଇଥିଲା । ମଇ ମାସ ୧୮ ତାରିଖଠାରୁ ଏହି ଶିବିର ଚାଳିଛି । ଜୁନ ମାସ ୧୦ ଓ ୧୧ ତାରିଖ ଦୁଇକ ୧୩ ନମ୍ବର ବେଚ ର ଉପସ୍ଥିତ ଥିବା ସମସ୍ତ ଙ୍କୁ ତାଲିମ ପ୍ରଦାନ କରାଯାଇଥିଲା । ଆନୁଷ୍ଠାନକ ଭାବରେ ପ୍ରଥମେ ଚିପିଲିମା ଡ଼େପୁଟି ଡାଇରେକ୍ଟର ପ୍ରାଣୀ ନିରୀକ୍ଷକ ତାଲିମ କେନ୍ଦ୍ର ର ଡଃ ଶୁଭମ କୁମାର ନାୟକ ଦୀପ ପ୍ରଜ୍ବଳନ କରି ଉଦ୍‌ଘାଟନ କରିଥିଲେ । ଏହି ଶିବିର ରେ ଚିପିଲିମା ପ୍ରାଣୀ ନିରୀକ୍ଷକ ତାଲିମ କେନ୍ଦ୍ର ର ଡ଼େପୁଟୀ ଡ଼ାଇରେକ୍ଟର ଡଃ ଶୁଭମ କୁମାର ନାୟକ, ଅତିରିକ୍ତ ପ୍ରାଣୀ ନିରୀକ୍ଷକ ତାଲିମ କେନ୍ଦ୍ରର ଅତିରିକ୍ତ ଡ଼େପୁଟୀ ଡାଇରେକ୍ଟର ଚନ୍ଦ୍ରଶେଖର ପଣ୍ଡା, ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ(ଏସଡିଭି ଓ ) ଡଃ ଏ.ସି. ପାଟଯୋଶୀ, ବଣେଇ ଏସଡିଭି ଓ ଜେ. ଏସ. ମହାନ୍ତୀ, ଡ଼ଃ ମାନସ ରଞ୍ଜନ ବେହେରା ଏଲ.ଆଇ.ଟି.ସି ଚିପିଲିମା ,ଡଃ ସୋନାଲୀ ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ । ଅତିରିକ୍ତ ଡ଼େପୁଟୀ ଡ଼ାଇରେକ୍ଟର ଚନ୍ଦ୍ରଶେଖର ପଣ୍ଡା ସ୍ୱାଗତ ଭାଷଣ ଓ ପରିଚୟ ପ୍ରଦାନ କରିଥିଲେ । ଡେପୁଟୀ ଡ଼ାଇରେକ୍ଟର ଶୁଭମ କୁମାର ନାଏକ ଏହି ଶିବିରର ଆଭିମୁଖ୍ୟ, ଲକ୍ଷ୍ୟ ଉପରେ ବିସୃତ ଭାବରେ ଆଲୋକପାତ କରିବା ସହ ଉପସ୍ଥିତ ଥିବା ସମସ୍ତ କୁ ଚାଷୀ ମାନଙ୍କ ସହ ସିଧାସଲଖ ଭାବରେ ଯୋଡ଼ି ହେବା ପାଇଁ ପରାମର୍ଶ ଦେଇଥିଲେ । ଗୋପାଳକମାନଙ୍କ ଉନ୍ନତି ହେଲେ ଦେଶ ର ପ୍ରତି ସମ୍ଭବ ବୋଲି କହି ଉପସ୍ଥିତ ଥିବା ସମସ୍ତ ଙ୍କୁ ଦିଗଦର୍ଶନ ଦେଇଥିଲେ । ଟ୍ରେନର ଡ଼ଃ ଏ.ସି. ପାଟ୍ଟଯୋଶୀ ଓ ଡଃ ଜେ ଏସ ମହାନ୍ତି ଏହି ଶିବିରର ସମସ୍ତ ପ୍ରକାର ବିସୃତ ଭାବରେ ଶିକ୍ଷା ପ୍ରଦାନ କରିଥିଲେ । ଶାନ୍ତି ଶୃଙ୍ଖଳା ର ସହିତ ୧୩ନମ୍ବର ବେଚ ର ତାଲିମ ନେବାକୁ ଆସି ଥିବା ଦୁଇ ଦିନ ରହି ତାଲିମ ଗ୍ରହଣ କରି ଘରକୁ ଶୁକ୍ରବାର ସଂଧ୍ୟା ରେ ତାଲିମ କେନ୍ଦ୍ରରୁ ଘରକୁ ଫେରିଯାଇଛନ୍ତି । ଶେଷ ରେ ଚିପିଲିମା ପ୍ରାଣୀ ତାଲିମ କେନ୍ଦ୍ର ର ଅତିରିକ୍ତ ଡ଼େପୁଟୀ ଡାଇରେକ୍ଟର ଚନ୍ଦ୍ର ଶେଖର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଫଟୋ . ଚିପିଲିମା ପ୍ରାଣୀ ନିରୀକ୍ଷକ ତାଲିମ କେନ୍ଦ୍ର ରେ ଉପସ୍ଥିତ ଥିବା ଡେପୁଟି ଡ଼ାଇରେକ୍ଟର ଅତିରିକ୍ତ ଡେପୁଟୀ ଡ଼ାଇରେକ୍ଟର । ଟ୍ରେନର ଙ୍କ ଗହଣ ରେ ଅନ୍ୟମାନେ


Leave a Reply

Your email address will not be published. Required fields are marked *

error: Content is protected !!