ବରିଷ୍ଠ ନାଗରିକ କଲେ ଯୋଗଭ୍ୟାସ

0

filter: 0; fileterIntensity: 0.0; filterMask: 0; brp_mask:0; brp_del_th:null; brp_del_sen:null; delta:null; module: photo;hw-remosaic: false;touch: (-1.0, -1.0);sceneMode: 8;cct_value: 0;AI_Scene: (-1, -1);aec_lux: 0.0;aec_lux_index: 0;albedo: ;confidence: ;motionLevel: -1;weatherinfo: null;temperature: 40;


ଅତାବିରାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିଲେ ବରିଷ୍ଠ ନାଗରିକ ସଂଘ 

ଅତାବିରା , ୨୧/୬,- (ସଂସ୍କୃତି ମିଡ଼ିଆ)-ବରଗଡ଼ ଜିଲା ଅତାବିରା ସ୍ଥିତ ବାବା ମଠଠାରେ ବରିଷ୍ଟ ନାଗରିକ ସଂଘ ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଉକ୍ତ ଦିବସରେ ମୁଖ୍ୟ ଅତିଥିଭାବେ ମଠର ସ୍ୱାମୀ ସନ୍ଥ ଗିରୀ ଏବଂ ପ୍ରଶିକ୍ଷକ ଜାବେଦ ଅଲ୍ଲୀ ଯୋଗ ଦେଇ ବରିଷ୍ଠ ନାଗରିକ ସଂଘର ସଦସ୍ୟମାନଙ୍କୁ ବିଭିନ୍ନ ପ୍ରକାର ଯୋଗ ଶିକ୍ଷା ଦେଇଥିଲେ l ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ଜଳନ କରି ଅତିଥି ମାନେ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ l ସଂଘର ସଭାପତି ଭରତ ପ୍ରଧାନଙ୍କ ଅଧ୍ୟକ୍ଷତା ତଥା ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ନିତ୍ୟାନନ୍ଦ ପ୍ରଧାନ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ l

ଚଳିତ ବର୍ଷର ଅନ୍ତର୍ଜାତୀୟ ଯୋଗ ଦିବସର ବିଷୟବସ୍ତୁ ଥିଲା “ସୁସ୍ଥ ବାର୍ଦ୍ଧକ୍ୟ ନିମନ୍ତେ ଯୋଗ”। ଏହି ଅବସରରେ “ନିୟମିତ ଯୋଗ କରନ୍ତୁ, ସୁସ୍ଥ ରୁହନ୍ତୁ” ବାର୍ତ୍ତା ପ୍ରଦାନ କରାଯାଇଥିଲା। ଯୋଗ କେବଳ ଶାରୀରିକ ସୁସ୍ଥତା ନୁହେଁ, ବରଂ ମାନସିକ ଓ ଆଧ୍ୟାତ୍ମିକ ବିକାଶରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ସହାୟକ ଭୂମିକା ଗ୍ରହଣ କରେ ଏବଂ ଦୈନିକ ଯୋଗାଭ୍ୟାସ କରିବାକୁ ସମସ୍ତଙ୍କୁ ଆହ୍ୱାନ ଦିଆଯାଇଥିଲା । ଅନ୍ୟ ଅତିଥିମାନେ ମଧ୍ୟ ଯୋଗ ଦିବସର ତାତ୍ପର୍ଯ୍ୟ ଏବଂ ଦୈନିକ ଜୀବନରେ ଯୋଗର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ। ଯୋଗ ପ୍ରଶିକ୍ଷକଙ୍କ ନେତୃତ୍ୱରେ ଉପସ୍ଥିତ ଅତିଥି, ସଂଘର ସମସ୍ତ ସଦସ୍ୟ, ଏନଏସି ଅଧ୍ୟକ୍ଷ ବନମାଳୀ ବରିହା ଏବଂ ସ୍ଥାନୀୟ ଜନସାଧାରଣ ସାମୂହିକ ଯୋଗା ଭ୍ୟାସରେ ଅଂଶଗ୍ରହଣ କରିଥିଲେ। ସେହିପରି ବ୍ଲକସ୍ତରରେ ମଧ୍ୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି। ଅନ୍ୟ ପଟେ ବାବେବିରା ହାଇସ୍କୁଲରେ ଯୋଗୀ କୈଳାଶ ବାବା, ଯୋଗିନୀ ପ୍ରମୋଦିନୀ ଉପସ୍ଥିତ ଜନସାଧାରଣଙ୍କୁ ଯୋଗ ପ୍ରଶିକ୍ଷଣ ପ୍ରଦାନ କରିଥିଲେ l କାର୍ଯ୍ୟକ୍ରମକୁ ଅମୃତ କୁମାର ବାରିକ ସଂଯୋଜନା କରିଥିବା ବେଳେ ଶିକ୍ଷକ ସୁଦୀପ୍ତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l ଏହି ଅବସରରେ ବାବେବିରାଠାରେ ବୃକ୍ଷ ରୋପଣ ମଧ୍ୟ କରାଯାଇଥିଲା l


Leave a Reply

Your email address will not be published. Required fields are marked *

error: Content is protected !!