ନବଜ୍ୟୋତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବରଗଡ଼ରେ ବନ ମହୋତ୍ସବ
ବରଗଡ଼, ୨/୭(ସଂସ୍କୃତି ମିଡ଼ିଆ)-ନବଜ୍ୟୋତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବରଗଡ଼ରେ ବନ ମହୋତ୍ସବ ପାଳିତ ହୋଇଯାଇଛି । ଜିଲ୍ଲା ବନଖଣ୍ଡ ଅଧିକାରୀ ଓ ଜିଲ୍ଲା ପରିବେଶ ସୁରକ୍ଷା ମଞ୍ଚ, ବରଗଡ଼ର ସହାଭାଗିତାରେ ଆୟୋଜିତ ଏଇ କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅଧ୍ୟକ୍ଷ ହୃଷିକେଶ ସାହୁ ଅଧ୍ୟକ୍ଷତା କରିଥିଲେ। ଜିଲ୍ଲା ବନଖଣ୍ଡ ଅଧିକାରୀ ସରୋଜ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପ୍ରାକୃତିକ ପରିବେଶର ସୁରକ୍ଷା ଓ ସଂରକ୍ଷଣ ବିଷୟରେ ଅନେକ ଉପାଦେୟ ତଥ୍ୟ ଦେଇଥିଲେ। ମୁଖ୍ୟ ବକ୍ତା ଭାବରେ ବିଶିଷ୍ଟ ଶିକ୍ଷାବିତ ପ୍ରଫେସର ପ୍ରୀତିଶଚନ୍ଦ୍ର ଆଚାର୍ଯ୍ୟ ଯୋଗ ଦେଇ ଅତ୍ୟାଧୁନିକ ଶିକ୍ଷା ବ୍ୟବସ୍ଥା, ଗୁଣାତ୍ମକ ଶିକ୍ଷାର ଉପଯୋଗିତା, ପରିବେଶ ଶିକ୍ଷା ପ୍ରଭୃତି ବିଷୟରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇଥିଲେ। ଜିଲ୍ଲା ଯୁବ ଅଧିକାରୀ (My Bharat )କମଲ ସା ଉପସ୍ଥିତ ରହି ବର୍ତ୍ତମାନ ସମୟରେ ଯୁବଶକ୍ତିର ଆବଶ୍ୟକତା ଓ ଉପଯୋଗିତା ସମ୍ପର୍କରେ ବାର୍ତ୍ତା ଦେଇଥିଲେ। ପ୍ରକୃତି ବନ୍ଧୁ ତଥା ଜିଲ୍ଲା ପରିବେଶ ସୁରକ୍ଷା ମଞ୍ଚର ସମ୍ପାଦକ ମୀନକେତନ ସାହୁ, ସାମାଜିକ କର୍ମୀ ଭଗବାନ ପଧାନ, ଅବସର ପ୍ରାପ୍ତ ଶିକ୍ଷକ ପ୍ରହଲ୍ଲାଦ ସାହୁ ସଭାରେ ଉପସ୍ଥିତ ରହି ପରିବେଶର ସୁରକ୍ଷା, ବନୀକରଣ ଓ ପରିବେଶ ସଂରକ୍ଷଣ ବିଷୟରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ସମାଜସେବୀ ଭଗବାନ ପଧାନଙ୍କୁ ପ୍ରକୃତି ସେବକ ସମ୍ମାନରେ ସମ୍ମାନିତ କରାଯାଇଥିଲା। ସମସ୍ତ ଅତିଥିଙ୍କ ଉପସ୍ଥିତିରେ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ଅଁଳା, ବାହାଡ଼ା, ଡାଳିମ୍ବ ପ୍ରଭୃତି ଚାରା ବିତରଣ କରାଯାଇଥିଲା। ଅଧ୍ୟାପିକା ବର୍ଷାରାଣୀ ନନ୍ଦ ମଞ୍ଚ ପରିଚାଳନା କରିଥିବା ବେଳେ ଅଧ୍ୟାପକ ଦରିଦ୍ର ପଧାନ ଧନ୍ୟବାଦ ଅର୍ପଣ କରିଥିଲେ।ସଭାରେ ଅଧ୍ୟାପକ ଦିଲ୍ଲୀପ ସାହୁ, ସୁବଳ ପଧାନ, ବନମାଳୀ ସାହୁ, ଲଳିତ ପାତ୍ର, ଅଧ୍ୟାପିକା ଲିପିକା ସାହୁ, ଶର୍ମିଷ୍ଠା ରାଣୀ ସାହୁଙ୍କ ସମେତ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ।
