News ଜିଲ୍ଲା ରାଜ୍ୟ ଅତାବିରାରେ ଓଡ଼ିଶାର ପ୍ରଥମ ଭାରତ ମାତା ମନ୍ଦିର ସହ ୧୦୮ ଫୁଟ ଉଚ୍ଚ ଭଗୱା ଧ୍ବଜ ର ଭବ୍ୟ ଭୂମି ପୂଜନ ସମ୍ପନ୍ନ Sanskriti Media June 29, 2026 0 ଅତାବିରା, ୨୯/୬ (ସଂସ୍କୃତି ମିଡ଼ିଆ): “ଭାରତ ମାତା ସେବାନ୍ୟାସ, ଅତାବିରା” ଆନୁକୁଲ୍ୟ ରେ, ଐତିହାସିକ ୧୦୮ ଫୁଟ ଉଚ୍ଚ ଭଗୱା ଧ୍ବଜ ସ୍ତମ୍ଭ ଏବଂ ଓଡ଼ିଶାର ପ୍ରଥମ ଭାରତ ମାତା ମନ୍ଦିର ର “ଭବ୍ୟ ଭୂମି ପୂଜନ ଉତ୍ସବ” ଅତ୍ୟନ୍ତ ଆନନ୍ଦ ଓ ଗୌରବର ସହ ସୋମବାର ସମ୍ପନ୍ନ ହୋଇଯାଇଛି।ଏହି ଉତ୍ସବ ରେ ବରଗଡ଼ ଓ ସମ୍ବଲପୁର ଜିଲ୍ଲାର ୧୨୭ ଟି ସାମାଜିକ,ରାଷ୍ଟ୍ରୀୟ ତଥା ଆଧ୍ୟାତ୍ମିକ ସଂଗଠନ ଅଂଶଗ୍ରହଣ କରି ଏହି ପ୍ରକଳ୍ପର ଭୁମିପୁଜନ ସମ୍ପନ୍ନ କରିଲେ। ମୁଖ୍ୟ ଆକର୍ଷଣ ସ୍ଵରୂପ ପ୍ରଖ୍ୟାତ କବି ପଦ୍ମଶ୍ରୀ ହଳଧର ନାଗ, ପଦ୍ମଶ୍ରୀ ଦ୍ଭାଗବତ ପଧ|ନ,ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଳ,ଅମର ସହିଦ ମାଧୋ ସିଂହଙ୍କ ଦାୟାଦ ତାରକେଶ୍ଵର ସିଂହ ବରିହା, ପାହାଡ଼ଶ୍ରୀଗିଡା ଜମିଦାର ଜନାର୍ଦ୍ଦନ ସିଂହଙ୍କ ଦାୟIଦ ହରଜିତ୍ ସିଂହ, RSS ପ୍ରାନ୍ତ ସଂଘଚାଳକ ଡ. ସନାତନ ପ୍ରଧାନ, ପାନମୁରା ସ୍ଵାଧୀନତା ସଂଗ୍ରାମୀ ସଂଗଠନ ର ବରିଷ୍ଠ ପ୍ରମୁଖ ଗଣ, ତଥା ଅତାବିରାର ବିଧାୟକ ନିହାର ରଞ୍ଜନ ମହାନନ୍ଦ ସସମ୍ମାନ ଉପସ୍ଥିତ ରହି ଉତ୍ସବର ଗରିମା ବଢ଼ାଇଥିଲେ। ଉପସ୍ଥିତ ସମସ୍ତ ସଂଗଠନର କର୍ମକର୍ତ୍ତାମାନେ ନିଜ ହାତରେ ୧୨୭ ନାରିକେଳ ସମର୍ପଣ ପୂର୍ବକ ଭୂମି ପୂଜନ ର ପରମ ସୌଭାଗ୍ୟ ଲାଭ କରିଥିଲେ। ନ୍ୟାସ ତରଫରୁ ସୂଚନା ଦିଆଯାଇଛି ଯେ, ଯୋଗଦେଇଥିବା ସମସ୍ତ ସଂଗଠନର ନାମ ସଦାସର୍ବଦା ପାଇଁ ମନ୍ଦିର ପ୍ରାଙ୍ଗଣରେ ଏକ “ଭବ୍ୟ ଗୌରବ ସ୍ମାରକୀ ଫଳକ” (History Board) ରେ ସ୍ଵର୍ର୍ଣ୍ଣାକ୍ଷରରେ ଲିପିବଦ୍ଧ କରାଯିବ।ଏହି କାର୍ଯ୍ୟକ୍ରମ ପରେ ଆସନ୍ତା ଜୁଲାଇ ମାସରୁ ପ୍ରତିଟି ତୀର୍ଥକ୍ଷେତ୍ର ଓ ଗ୍ରାମରୁ ମାଟି ସଂଗ୍ରହ ର ମହାଅଭିଯାନ ଆରମ୍ଭ ହେବ ଏବଂ ଆସନ୍ତା ଅକ୍ଟୋବର ରେ ଏହିଠାରେ ଭବ୍ୟ ଶିଳାନ୍ୟାସ ସହ ୧୦୮ ଫୁଟ ଉଚ୍ଚ ଭଗୱା ଧ୍ବଜ ସ୍ଥାପନ କରାଯିବ। ସମସ୍ତ ଭେଦଭାବରୁ ଊର୍ଦ୍ଧ୍ଵକୁ ଯାଇ ସେବାନ୍ୟାସର ଏହି ରାଷ୍ଟ୍ରୀୟ ସଂକଳ୍ପ ସହ ଯୋଡ଼ିହେବା ପାଇଁ ଅଞ୍ଚଳବାସୀଙ୍କୁ ଆହ୍ୱାନ କରାଯାଇଛି। Sanskriti Media See author's posts Continue Reading Previous ଗୋଡ଼ଭଗାରେ ଏନଏଚଆଇ ପକ୍ଷରୁ “ଏକ ପେଡ ମା କେ ନାମ”Next ନବଜ୍ୟୋତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବରଗଡ଼ରେ ବନ ମହୋତ୍ସବ ଅନ୍ୟ ଖବର BREAKING Health News ଜିଲ୍ଲା ଦେବାହାଲରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର Sanskriti Media September 13, 2026 0 BREAKING Health News ଜିଲ୍ଲା ଲରମ୍ଭା କଲେଜରେ ଚିକିତ୍ସାଳୟମ୍ ପକ୍ଷରୁ ନିଃଶୁଳ୍କ ମେଗା ସ୍ୱାସ୍ଥ୍ୟ ଶିବିର Sanskriti Media September 9, 2026 0 BREAKING News ଜିଲ୍ଲା ବିଜେପୁର ଟେଣ୍ଡର ଫିକ୍ସିଂ ସହ ଠିକାଦାରଙ୍କୁ ଅପହରଣ ଅଭିଯୋଗ, ବିଜେପୁର ଥାନାରେ ସ୍ମାରକ ପତ୍ର ପ୍ରଦାନ Sanskriti Media September 5, 2026 0 Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment.