ମହାନତା ଦେଖାଇଲେ ଦୀପକ, ସହାୟତାର ହାତ ବଢ଼ାଇ ପୁଣି ଚର୍ଚ୍ଚାରେ
filter: 0; fileterIntensity: 0.0; filterMask: 0; brp_mask:0; brp_del_th:null; brp_del_sen:null; delta:null; module: photo;hw-remosaic: false;touch: (-1.0, -1.0);sceneMode: 2;cct_value: 0;AI_Scene: (-1, -1);aec_lux: 0.0;aec_lux_index: 0;albedo: ;confidence: ;motionLevel: -1;weatherinfo: null;temperature: 45;
ମହାନତା ଦେଖାଇଲେ ଦୀପକ, ସହାୟତାର ହାତ ବଢ଼ାଇ ପୁଣି ଚର୍ଚ୍ଚାରେ
ଝିଅର ବିବାହରେ କଣ୍ଟ ସାଜିଥିଲା ଅର୍ଥାଭାବ;ସମସ୍ତ ଖର୍ଚ୍ଚ ବହନ କଲେ କାଉନସିଲର୍
ଅତାବିରା, ୨/୭(ସଂସ୍କୃତି ମିଡ଼ିଆ) ବରଗଡ଼ ଜିଲ୍ଲା ଅତାବିରା ଆର୍ଏମ୍ସି କଲେନୀ ପଡ଼ାରେ ରହୁଥିବା ଦିନ ମଜୁରିଆ ବଳଦେବ ପଟେଲରଙ୍କ ସାନ ଝିଅ ସୁନୀତାଙ୍କ ବିବାହ ପାଇଁ ଆର୍ଥିକ ପ୍ରତିବନ୍ଧକ ଦେଖାଦେଇଥିବା ବେଳେ ବିବାହର ସମସ୍ତ ଖର୍ଚ୍ଚ ବହନ କରିଛନ୍ତି ଅତାବିରା ଏନ୍ଏସିର ଯୁବ କାଉନସିଲର ଦୀପକ ରାୟ। ଦୀପକ ବିବାହର ସମସ୍ତ ଜାନି ଯୌତୁକ ଖର୍ଚ୍ଚ, ଭୋଜି ଖର୍ଚ୍ଚ ବହନ କରି ଏକ ନିଆରା ଆଦର୍ଶ ପରିଚୟ ସୃଷ୍ଟି କରିଛନ୍ତି। ଆଗରୁ ବି ଦୀପକ ଏପରି ଅସହାୟଙ୍କୁ ସାହାର୍ଯ୍ୟ କରି ବେଶ ଚର୍ଚ୍ଚାରେ ଥିଲେ l ଶିକ୍ଷା, ସ୍ୱାସ୍ଥ୍ୟ କ୍ଷେତ୍ରରେ ଅସହାୟ ଙ୍କୁ ସାହାର୍ଯ୍ୟ କରିଥିବା ଦୀପକ ଗୁରୁବାର ବିବାହରେ ସାହାର୍ଯ୍ୟର ହାତ ବଢ଼ାଇ ୨ ଜଣଙ୍କ ବ୍ୟବାହିକ ଜୀବନ ଆରମ୍ଭ କରାଇଛନ୍ତି l ପ୍ରକାଶ ଯେ, ତହସିଲ ଚକରେ ଚା’ ଦୋକାନ ଦେଇଥିବା ବଳଦେବଙ୍କ ବଡ଼ ପୁଅ ଗତ କିଛି ବର୍ଷ ହେଲା କର୍କଟରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଥିଲେ। ପୁଅର ମୃତ୍ୟୁ ପରେ ବଳଦେବ ଦିନ ମଜୁରିଆ। ବଡ଼ ଝିଅର ସ୍ବାମୀର ଅକାଳ ବିୟୋଗ ପରେ ଦୁଇ ଛୁଆ ସହ ନିଜ ବାପା ଘରେ ରହନ୍ତି। ଏକ ଔଷଧ ଦୋକାନରେ କାମ କରି ପରିବାରକୁ ସାହାଯ୍ୟ କରନ୍ତି। ଝିଅର ବିବାହ ପାଇଁ ଅର୍ଥବାଧକ ସାଜିଥିବା ବେଳେ ନିଜ ୱାର୍ଡର କାଉନସିଲର ଦୀପକ ଜାଣିବା ପରେ ସମସ୍ତ ଖର୍ଚ୍ଚ ବହନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ପରିବାର ଲୋକ ଦୋକାନ ଯାଇ ନିଜ ଇଚ୍ଛା ଅନୁଯାୟୀ ଯୌତୁକ ଆଣିବାକୁ କହିଥିଲେ। ପଲଙ୍କ, ଆଲମାରୀଠୁ ଆରମ୍ଭ କରି ଆବଶ୍ୟକ ସାମଗ୍ରୀ କିଣି ଦେଇଥିଲେ। ଭୋଜି ପାଇଁ ୫ ଶହ ଜଣଙ୍କର ବ୍ୟବସ୍ଥା କରାଇଥିଲେ। ସୁନୀତାର ବିବାହ ବରଗଡ଼ରେ ଠିକ ହେବା ଜାଣିବା ପରେ ବିନା ଦ୍ବନ୍ଦରେ ସହାୟତାର ହାତ ବଢ଼ାଇଥିଲେ ଦୀପକ। ଗୁରୁବାର ସୁନୀତାର ବିବାହ ସଂପନ୍ନ ହୋଇଥିବା ବେଳେ ଦୀପକଙ୍କ ଏହି ମହାନତାକୁ ଚାରିଆଡ଼େ ପ୍ରଶଂସା କରାଯାଉଛି।
