ଗୋଡ଼ଭଗା ପ୍ରାଥମିକ କୃଷି ସମବାୟ ସମିତି ଉଦଘାଟିତ

0

filter: 0; fileterIntensity: 0.0; filterMask: 0; brp_mask:0; brp_del_th:null; brp_del_sen:null; delta:null; module: photo;hw-remosaic: false;touch: (-1.0, -1.0);sceneMode: 8;cct_value: 0;AI_Scene: (-1, -1);aec_lux: 0.0;aec_lux_index: 0;albedo: ;confidence: ;motionLevel: -1;weatherinfo: null;temperature: 52;


ଗୋଡ଼ଭଗା ପ୍ରାଥମିକ କୃଷି ସମବାୟ ସମିତି ଉଦଘାଟିତ
ଅତାବିରା, ୩/୮(ସଂସ୍କୃତି ମିଡ଼ିଆ)- ବରଗଡ଼ ଜିଲା ଅତାବିରା ବ୍ଲକ ଗୋଡ଼ଭଗା ମାର୍କେଟ ୟାର୍ଡ଼ ପରିସରରେ ସୋମବାର ଗୋଡ଼ଭଗା ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ )ଉଦଘାଟିତ ହୋଇଯାଇଛି l ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଶୁଭ ଉଦଘାଟନ କରିଥିଲେ l

ଫଳରେ ଅତାବିରା ବ୍ଲକରେ ପ୍ୟାକ୍ସ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି l ଏହି ଅବସରରେ ବରଗଡ଼ ସମବାୟ ଉପ ନିବନ୍ଧକ (DRCS) ଯୁଗଳ ପ୍ରସାଦ ଦାଶ, ପ୍ରଶାସକ ଡୋଲମଣୀ ପୁରୋହିତ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ l ପୂର୍ବରୁ ଲହଣ୍ଡା ପ୍ୟାକ୍ସ ସହ ଥିବା ଗୋଡ଼ଭଗା ଗ୍ରାମ ପଞ୍ଚାୟତର ଚାଷୀ ମାନଙ୍କୁ ନେଇ ଗୋଡ଼ଭଗା ପ୍ୟାକ୍ସ ଆଜି ଉଦଘାଟନ କରାଯାଇଛି l ଫଳରେ ଏଠାକାର ଚାଷୀମାନେ ବିଶେଷ କରି ଉପକୃତ ହେବେ l ଆସନ୍ତା ବର୍ଷରୁ ଏହି ପ୍ୟାକ୍ସ ମାଧ୍ୟମରେ ଚାଷୀ ମାନେ ଫଟିଲାଇଜର୍, ରାସାୟନିକ ସାର ବିକ୍ରୟ ଆରମ୍ଭ ହେବ l ଯାତଦ୍ୱାରା ଚାଷୀ ବିଶେଷ ଭାବେ ଉପକୃତ ହୋଇପାରିବେ l ଏନେଇ ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ କହିଛନ୍ତି ଯେ, ଚାଷୀଙ୍କ ହିତ ଦୃଷ୍ଟିରେ ଏହି ପ୍ୟାକ୍ସ ଖୋଲାଯାଇଛି l ଅଧିକରୁ ଅଧିକ ପ୍ୟାକ୍ସ ଅଫିସ କରିବାରୁ ଚାଷୀ ହିଁ ଯଥେଷ୍ଟ ଉପକୃତ ହୋଇ ପାରିବେ l ଚାଷୀ ନିଜର ଏହି ପ୍ୟାକ୍ସ ମାଧ୍ୟମରେ ନିଜର ସୁଚିନ୍ତିତ ମତାମତ ଦେଇ ପାରିବେ l ଧାନ ବିକ୍ରି ପାଇଁ ସେମାନେ ନିଜ ନିଜ ଚାଷୀ ପଞ୍ଚିକରଣ ସୁବିଧା ଓ ସରଳ ଭାବେ ବିନା ଭିଡରେ ଶୀଘ୍ର କରାଇ ପାରିବେ l ଏହି ପ୍ୟାକ୍ସ ପାଇଁ ଏବେ ଅସ୍ଥାୟୀ କୋଠାରେ କାମ ଆରମ୍ଭ ହେବ ଏବଂ ଖୁବ ଶୀଘ୍ର ଏହାର ସ୍ଥାୟୀ କୋଠା ନିର୍ମାଣ ସରିଲେ ସେଠାକୁ ସ୍ଥାନନ୍ତରୀତ କରାଯିବ ବୋଲି ବିଧାୟକ ଶ୍ରୀ ମହାନନ୍ଦ ପ୍ରକାଶ କରିଛନ୍ତି l ଏହି ଅବସରରେ ବହୁ ଚାଷୀ, ଗୋଡ଼ଭଗାର ସଚେତନ ନାଗରିକ, ବୁଦ୍ଧିଜିବୀ ଯୋଗ ଦେଇଥିଲେ l ବିଧାୟକ ଙ୍କୁ ଗୋଡ଼ଭଗା ସମଲେଶ୍ୱରୀ ମନ୍ଦିରର ଆବଶ୍ୟକତାକୁ ଦୃଷ୍ଟି ଦେଇ ଏକ କଲ୍ୟାଣ ମଣ୍ଡପ ଓ ଗୋଡ଼ଭଗା ଗ୍ରାମରେ ଅସମ୍ପୂର୍ଣ କଲ୍ୟାଣ ମଣ୍ଡପ ର ସମ୍ପୂର୍ଣ୍ଣ କରିବାକୁ ଗ୍ରାମବାସୀ ଲିଖିତ ଦାବୀ କରିଥିଲେ l


Leave a Reply

Your email address will not be published. Required fields are marked *

error: Content is protected !!