କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରୀଙ୍କୁ ଭେଟିଲେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ

0

ବରଗଡ ଲୋକସଭା କ୍ଷେତ୍ରର ବିଭିନ୍ନ ରାଜମାର୍ଗ ର ତ୍ବରାନ୍ବିତ କାର୍ଯ୍ୟ,କେତେକ ଫ୍ଲାଇ ଓଭର ଓ ନୁତନ ରାଜମାର୍ଗ ର ଟେଣ୍ଡର ପ୍ରକ୍ରିୟା ଜାରି କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ନିତିନ ଗଡକରୀଙ୍କୁ ସାକ୍ଷାତ କଲେ ବରଗଡ ଲୋକସଭା ସାଂସଦ
ବରଗଡ,୭।୮(ସଂସ୍କୃତି ମିଡ଼ିଆ)-
ବରଗଡ ଲୋକସଭା କ୍ଷେତ୍ରରେ ଅବସ୍ଥିତ ବରଗଡ ଓ ଝାରସୁଗୁଡ଼ା ଜିଲ୍ଲାରେ ନିର୍ମିତ ହେବାକୁଥିବା ରାଜମାର୍ଗ ଗୁଡ଼ିକ ତ୍ବରାନ୍ବିତ କାର୍ଯ୍ୟ କରିବା ପାଇଁ ବରଗଡ ଲୋକସଭା ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ ପାର୍ଲାମେଣ୍ଟ ଭବନ ରେ କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ଶ୍ରୀ ନିତୀନ ଗଡକରୀ ଙ୍କୁ ସାକ୍ଷାତ କରି ଏକ ଦାବିପତ୍ର ପ୍ରଦାନ କରିବା ସହ ବିଭିନ୍ନ ଦିଗ ଉପରେ ଆଲୋଚନା କରିଛନ୍ତି । ଝାରସୁଗୁଡ଼ା ଜିଲ୍ଲାର ଏନଏଚ – ୪୯ ଝାରସୁଗୁଡ଼ା ରୁ ଲଖନପୁର ୪ଟି ପ୍ରସ୍ତ ବିଶିଷ୍ଟ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା,ସମ୍ବଲପୁର – ସୋହେଲା ଏନଏଚ – ୫୩ ରେ କେତେକ ସ୍ଥାନରେ ଫ୍ଲାଇଓଭର ଓ ଅଣ୍ଡର ପାସ୍ କାର୍ଯ୍ୟ ପାଇଁ ଡିପିଆର୍ ପ୍ରସ୍ତୁତ କରିବା,କେନ୍ଦ୍ର ସରକାରଙ୍କ ଦ୍ବାରା ଘୋଷଣା ହୋଇଥିବା ବରଗଡ ରୁ ବିଲାସପୁର ଭାୟା ଭଟଲି, ଆମ୍ବଭନା ରାସ୍ତା ଓ ସୋହେଲା – ବରପାଲି, ରାମପୁର- ସୋନପୁର ରାସ୍ତା ର କାର୍ଯ୍ୟ ବ୍ୟୟ କୁ ତ୍ବରାନ୍ବିତ କରିବା ପାଇଁ ବିଷୟରେ ସାଂସଦ ଶ୍ରୀ ପୁରୋହିତ କେନ୍ଦ୍ରମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।


Leave a Reply

Your email address will not be published. Required fields are marked *

error: Content is protected !!