ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ, ଏମିତି କହିଲେ…..

0

କେନ୍ଦୁପତ୍ର ଶ୍ରମିକ ମାନଙ୍କୁ ବୋନସ ପ୍ରଦାନ ନିଷ୍ପତ୍ତି ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା କଲେ ବରଗଡ ସାଂସଦ:୩ଟି ପ୍ରମୁଖ ଦାବୀ ଉପରେ ଆଲୋଚନା*
ବରଗଡ,୬।୮(ସଂସ୍କୃତି ମିଡ଼ିଆ)
ଓଡ଼ିଶାରେ କେନ୍ଦୁପତ୍ର ସଂସ୍ଥାରେ କାର୍ଯ୍ୟରତ ୧୨ଲକ୍ଷ କେନ୍ଦୁପତ୍ର ଶ୍ରମିକ କେନ୍ଦୁପତ୍ର ତୋଳାଳି,ସିଜିନାଲ କର୍ମଚାରୀ,ବନ୍ଧେଇ ଶ୍ରମିକ ମାନଙ୍କ ପାଇଁ ଓଡ଼ିଶା ସରକାର ଯଥାକ୍ରମେ କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ୨୫% ଓ ସିଜିନାଲ କର୍ମଚାରୀ ଓ ବନ୍ଧେଇ ଶ୍ରମିକ ମାନଙ୍କ ପାଇଁ ୫% ବୋନସ ଘୋଷଣା କରିଥିବାରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ନୂଆଦିଲ୍ଲୀ ଗସ୍ତ ସମୟରେ ବରଗଡ ଲୋକସଭା ସଦସ୍ୟ ତଥା କେନ୍ଦୁପତ୍ର ଶ୍ରମିକ ନେତା ଶ୍ରୀ ପ୍ରଦୀପ ପୁରୋହିତ ଫୁଲଗୋଛା ପ୍ରଦାନ ପୂର୍ବକ ଓଡ଼ିଶାର ୧୨ ଲକ୍ଷ କେନ୍ଦୁପତ୍ର ଶ୍ରମିକ ମାନଙ୍କ ତରଫରୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ।କେନ୍ଦୁପତ୍ର ଶ୍ରମିକ ମାନଙ୍କ ଆଉ କିଛି ମହତ୍ତ୍ବପୂର୍ଣ୍ଣ ଦାବୀ ବିଷୟରେ ସାଂସଦ ଶ୍ରୀ ପୁରୋହିତ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ସିଜିନାଲ କର୍ମଚାରୀଙ୍କ ଦରମା ବୃଦ୍ଧି, ସିଜିନାଲ କର୍ମଚାରୀଙ୍କ ଅବସର ବୟସ ୬୫ ବର୍ଷ କରିବା,ସିଜି ୱାଚର ମାନଙ୍କ ବକେୟା ଦରମା ବାବଦକୁ ୨କୋଟି ୫୦ ଲକ୍ଷ ପ୍ରଦାନ କରିବା,ଶ୍ରମିକ ମାନଙ୍କ ପୁଅ/ଝିଅ ଙ୍କୁ ଛାତ୍ର ବୃତ୍ତି ପ୍ରଦାନ ଓ ବିବାହ ସହାୟତା ଯୋଗାଇ ଦେବା ଆଦି ମୁଖ୍ୟ ଦାବୀ ଗୁଡ଼ିକୁ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ଆସନ୍ତା କେନ୍ଦୁଲିଫ୍ ଡେଭଲୋମେଣ୍ଟ ବୋର୍ଡ ବୈଠକରେ ଏ ସମସ୍ତ ବିଷୟ ଆଲୋଚନା କରିବାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶୃତି ଥିଲେ ।


Leave a Reply

Your email address will not be published. Required fields are marked *

error: Content is protected !!