ଅତାବିରା ରେ ଦୁଇଦିନିଆ ଫୁଟବଲ ପ୍ରତିଯୋଗିତା ଉଦଘାଟିତ

0

ସୋନପୁରକୁ ହରାଇ ଜିଏମୟୁ ସମ୍ବଲପୁର ଫାଇନାଲରେ

ଅତାବିରା, ୮/୮(ସଂସ୍କୃତି ମିଡ଼ିଆ) ବରଗଡ଼ ଜିଲା ଅତାବିରା ବାଳକ ହାଇସ୍କୁଲ ପଡ଼ିଆରେ ଦୁଇଦିନିଆ ଫୁଟବଲ ପ୍ରତିଯୋଗିତା ଶନିବାର ଉଦଘାଟିତ ହୋଇଯାଇଛି l ଅତାବିରା ଫୁଟବଲ ଟିମ୍ ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗିତାର ଉଦଘାଟନୀ ମ୍ୟାଚରେ ଗେଙ୍ଗୁଟିପାଲିକୁ ହରାଇ ଜିଏମୟୁ ସମ୍ବଲପୁର ଦଳ ବିଜୟ ଧାରା ଆରମ୍ଭ କରିଥିଲା l ପ୍ରଥମ ସେମିଫାଇନାଲରେ ଜିଏମୟୁ ସମ୍ବଲପୁର ଓ ଶ୍ରେୟାଂଶ ସ୍ପୋର୍ଟିଂ ସୋନପୁର ମଧ୍ୟରେ ଘମାଘୋଟ ଖେଳ ଅନୁଷ୍ଠିତ ହୋଇଥିଲା l ଖେଳ ସମାପ୍ତ ମଧ୍ୟରେ ଖେଳ ଅସମାହିତ ରହିବାରୁ ଟ୍ରାଇବେକର ସହାୟତା ନିଆଯାଇଥିଲା l ଏଥିରେ ୩-୪ ଗୋଲରେ ଜିଏମୟୁ ସମ୍ବଲପୁର ଦଳ ସୋନପୁର ଦଳକୁ ହରାଇ ଫାଇନାଲକୁ ପ୍ରବେଶ କରିଛି l
ପ୍ରଥମ ଦିନରେ ଜିଏମୟୁ ସମ୍ବଲପୁର, ଗେଙ୍ଗୁଟିପାଲି, ରେଙ୍ଗାଲି ଲିଟିଲ ଷ୍ଟାର, ବରଗଡ଼ ୟୁନାଇଟେଡ୍, ଶ୍ରେୟାଂଶ ସ୍ପୋର୍ଟିଂ ସୋନପୁର, ଜେଏସ୍ ଏଫ୍‌ସି ବଲାଙ୍ଗୀର, ଡେଙ୍ଗିମାଛା (ହୀରାକୁଦ) ଏବଂ ବୌଦ୍ଧ ଦଳ ଅଂଶଗ୍ରହଣ କରିଥିଲେ l ଆସନ୍ତାକାଲି ରବିବାର ଦିନ ପ୍ରତିଯୋଗିତାର ଦ୍ୱିତୀୟ ଦିନରେ ସମ୍ବଲପୁର ସ୍ପୋର୍ଟ୍ସ ହଷ୍ଟେଲ, ଏଲଏଫ୍‌ସି ବରଗଡ଼, ମୁଣ୍ଡା ଏଫ୍‌ସି ସମ୍ବଲପୁର, ସମଲେଶ୍ୱରୀ କ୍ଲବ ବରପାଲି, ସାଇମନ ଷ୍ଟାର, ରିସାଣ୍ଟ ଏଫ୍‌ସି ବଲାଙ୍ଗୀର, ଏସଏଲ୍ ଏଫ୍‌ସି ବେଲପାହାଡ଼ ଓ ମାଲୟା-୧୧ ମଧ୍ୟରେ ମୁକାବିଲା ହେବ। ଏହି ଦଳ ଗୁଡ଼ିକ ମଧ୍ୟରୁ ଯେଉଁ ଦଳ ଫାଇନାଲ ପ୍ରବେଶ କରି ସେହି ଦଳ ସହ ଆଜିର ଫାଇନାଲିଷ୍ଟ ଜିଏମୟୁ ସମ୍ବଲପୁର ସହ ଫାଇନାଲ ଖେଳ ଅନୁଷ୍ଠିତ ହେବ l
ଆଜିର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ବନମାଳୀ ବରିହା, ସମ୍ମାନିତ ଅତିଥି ଭାବେ ୧ ନମ୍ବର କାଉନସିଲର ଦୀପକ ରାଏ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ନରେନ୍ଦ୍ର ପ୍ରଧାନ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ l ପ୍ରାରମ୍ଭରେ ମାଁ ସମଲେଶ୍ୱରୀ ଙ୍କ ଫଟୋ ଚିତ୍ରରେ ଦୀପ ପ୍ରଜ୍ଜଳନ କରାଯାଇ ପ୍ରତିଯୋଗିତାକୁ ଉଦଘାଟନ କରି ଅତିଥିମାନେ ଖେଳାଳିମାନଙ୍କ ସହ ସାକ୍ଷାତ ହୋଇଥିଲେ l ଆଜିର ଖେଳଗୁଡିକୁ ରେଫରୀ ପ୍ରଦୀପ ଦାଶ, ରଞ୍ଜୁ ଛତ୍ରିଆ, ଟିକୁ ବଡ଼ପଣ୍ଡା, ଗୋପୀ ବାବୁ ଏବଂ ସାଥି ଖେଳପରିଚାଳନା କରିଥିବା ବେଳେ ସ୍ୱତନ୍ତ୍ର ଅତିଥି ଭାବେ ଅବସରପ୍ରାପ୍ତ ଖେଳ ଶିକ୍ଷକ ଲବ ସାହୁ ଉପସ୍ଥିତ ଥିଲେ l. ପ୍ରତ୍ୟୁଳ ମହାଣା ଖେଳଗୁଡିକର ଧାରା ବିବରଣୀ ପ୍ରଦାନ କରିଥିଲେ l


ପ୍ରତିଯୋଗିତାକୁ ନେଇ ଅତାବିରା ସମେତ ସମଗ୍ର ଅଞ୍ଚଳରେ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି। ଝିପିଝିପି ବର୍ଷା ସତ୍ୱେ ବହୁ ସଂଖ୍ୟାରେ ଦର୍ଶକ ଉପସ୍ଥିତ ରହି ରୋମାଞ୍ଚକର ମ୍ୟାଚ୍‌ର ଆନନ୍ଦ ନେଇଥିଲେ ।
ତେବେ ଅତାବିରା ବାଳକ ହାଇସ୍କୁଲ ପଡ଼ିଆରେ ଦୁଇ ଦିନ ଧରି ଫୁଟବଲ୍‌ର ରୋମାଞ୍ଚ ଦେଖିବାକୁ ମିଳିବ। କେଉଁ ଦଳ ଚାମ୍ପିଅନ୍ ହେବ, ତାହା ଉପରେ ସମସ୍ତଙ୍କ ନଜର ରହିଛି।


Leave a Reply

Your email address will not be published. Required fields are marked *

error: Content is protected !!