କବି କିଶୋର ଚନ୍ଦ୍ର ପାତ୍ରଙ୍କ ‘ଗାଁ ମଝିର୍ ବରଗଛ୍ ‘ କାବ୍ୟ ଉନ୍ମୋଚିତ
ଅତାବିରା/ବରଗଡ଼, ୮/୮(ସଂସ୍କୃତି ମିଡ଼ିଆ)-
ସମ୍ବଲପୁରର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ପଶ୍ଚିମାଞ୍ଚଳ ଏକତା ମଞ୍ଚ ତରଫରୁ ଗତ ଅଗଷ୍ଟ ଏକ ତାରିଖରେ
ସମ୍ବଲପୁରୀ ଦିନ୍ ଖୁବ୍ ଧୁମଧାମରେ ପାଲିତ ହୋଇଯାଇଛି।ସର୍ବ ପ୍ରଥମେ ଅତିଥି ମାନଙ୍କ ଦ୍ଵାରା ମାଁ ସମଲେଶ୍ଵରୀ ଦେବୀଙ୍କ ଫଟୋଚିତ୍ରରେ ଧୁପ ଦୀପ ପ୍ରଜ୍ବଳନ ଏବଂ ଗୁରୁ ସତ୍ୟନାରାୟଣ ବହିଦାରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ କାର୍ଯ୍ୟକ୍ରମ ଟିକୁ ଆରମ୍ଭ କରାଯାଇଥିଲା।ଦୁଇ ଦିନ ଧରି ଚାଲିଥିବା ପଶ୍ଚିମାଞ୍ଚଳ ଏକତା ମଞ୍ଚ ଏବଂ ସମ୍ବଲପୁରୀ ଡେରାର ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ପ୍ରଥମ ଦିନରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମ କୁ ପରିଚାଲନା କରିଥିଲେ ସ୍ୱୟଂ ପ୍ରକାଶ ପଣ୍ଡା ଏବଂ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ ସୁମନ୍ତ ରାଉତ, ସୁଷମା ପ୍ରଧାନ ଓ ପଙ୍କଜିନୀ ମେହେର ।ସମ୍ବଲପୁର ବାହାରୁ ଯଥା ବରଗଡ଼, ବଲାଙ୍ଗିର, ସୋନପୁର,ବୈ।ଦ୍ଧ, କେନ୍ଦ୍ରାପଡ଼ା ,ଝାରସୁଗୁଡ଼ା ଆଦି ଜିଲ୍ଲାରୁ କବି ଏବଂ କବୟିତ୍ରୀ ମାନେ ଆସି ଏଠାରେ ଯୋଗ ଦେଇଥିଲେ। କବିତା ପାଠ କରି ସାରିବା ପରେ ସମସ୍ତଙ୍କୁ ମାନପତ୍ର ଦେଇ ସମ୍ମାନୀତ କରାଯାଇଥିଲା।ଏହି ଅବସରରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ କବି ତଥା ଅନୁବାଦକ ସୈାଭାଗ୍ୟ ବନ୍ତ ମହାରଣାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ଏହି ଅବସରରେ କର୍ମିଟିକ୍ରା,ଲରାସରା, ଅତାବିରା, ବରଗଡ଼ ର କବି ତଥା ଗବେଷକ କିଶୋର ଚନ୍ଦ୍ର ପାତ୍ରଙ୍କ ‘ଗାଁ ମଝିର୍ ବରଗଛ୍’ କାବ୍ୟ ଉନ୍ମୋଚିତ ହୋଇଥିଲା ।

ଏହି ପୁସ୍ତକରେ କବି ନିଜ ଗ୍ରାମର ଗର୍ବ ଗୋୖରବର ଗାଥା ଗାଇ ବରଗଛ ର ମହାନତା କୁ ପ୍ରତିପାଦନ କରିଛନ୍ତି। ସବୁଠାରୁ ବଡ଼ ଏବଂ ଜାତୀୟ ବୃକ୍ଷ ଭାବରେ ଏହି ବଟ ବୃକ୍ଷକୁ ଅଭିହିତ କରି ଏହି ବୃକ୍ଷ କିପରି ଭାବରେ ଜାତୀୟ ଚେତନା ଜାଗ୍ରତ କରିଥାଏ ତାହା ବର୍ଣ୍ଣନା କରିଛନ୍ତି। ଏହି ପୁସ୍ତକରେ ଦେଶ,ବିଦେଶ,ସମାଜ ସହିତ ନିଜ ଗ୍ରାମର ପ୍ରତ୍ୟେକ ଘଟଣା ସହ କିଭଲି ଭାବେ ଏହି ବରଗଛ ଟି ମୂକ ସାକ୍ଷୀ ସାଜି,ପିଢି ପିଢି ଧରି ଗାଁ ମଝିରେ ଦଣ୍ଡାୟମାନ ହୋଇ ରହିଛି ଏବଂ ଗାଁ ର ଜନସାଧାରଣଙ୍କ ସୁଖ ଦୁଃଖରେ ସାଥି ହୋଇ ଆଜି ପର୍ଯ୍ୟନ୍ତ ତାର ଶାଖା ପ୍ରଶାଖା କୁ ବିସ୍ତାର କରି ସମସ୍ତଙ୍କୁ ଆପଣେଇ ନେଇଛି।ତାହା ଏହି କାବ୍ୟରେ କବି ବିଷଦ ଭାବରେ ବର୍ଣ୍ଣନା କରିଛନ୍ତି।ଏହି ପୁସ୍ତକଟି ପାଠକ ସମାଜକୁ ଖୁବ୍ ପ୍ରଭାବିତ କରିବା ସଙ୍ଗେ ଏହା ସମସ୍ତଙ୍କ ମନକୁ ଜିଣି ପରିବ ବୋଲି ଆଶା ରଖିଛନ୍ତି କବି କିଶୋର ଚନ୍ଦ୍ର ପାତ୍ର।
ଅତାବିରା ରୁ
ଦୁର୍ଲ୍ଲଭ ଗଡତିଆଙ୍କ ରିପୋର୍ଟ
