ବରଗଡ଼ର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ଓ ବୃଦ୍ଧି ପାଉଥିବା ନିଶା କାରବାର ବିରୋଧରେ ନାଗରିକ ମଞ୍ଚ ର ଆଲୋଚନା ସଭା ଅନୁଷ୍ଠିତ 

0

ବରଗଡ଼, ୯/୮(ସଂସ୍କୃତି ମିଡ଼ିଆ)-ବରଗଡ଼ ସହର ଓ ଜିଲ୍ଲାରେ ଦିନକୁ ଦିନ ବିଗୁଡ଼ୁଥିବା ଆଇନ-ଶୃଙ୍ଖଳା ପରିସ୍ଥିତି, ନାଗରିକ ମଞ୍ଚ ସଭାପତି ଶ୍ରୀ ଭୀଷ୍ମଦେବ ସରାଫଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣ ଏବଂ ବୃଦ୍ଧି ପାଉଥିବା ନିଶା କାରବାରକୁ ନେଇ ସାଧାରଣ ଜନତାଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଛି। ଏହି ସମସ୍ତ ପ୍ରସଙ୍ଗକୁ ନେଇ ଆସନ୍ତା ରବିବାର ବରଗଡ଼ ନାଗରିକ ମଞ୍ଚ ପକ୍ଷରୁ ଏକ ସାଧାରଣ ଆଲୋଚନା ସଭା ଆୟୋଜନ କରାଯାଇଛି।

ଏହି ସଭାରେ ବରଗଡ଼ର ବର୍ତ୍ତମାନ ଆଇନ-ଶୃଙ୍ଖଳା ପରିସ୍ଥିତି, ନିଶା ଓ ଅପରାଧିକ କାର୍ଯ୍ୟକଳାପର ବୃଦ୍ଧି ଏବଂ ସାଧାରଣ ଲୋକଙ୍କ ସୁରକ୍ଷା ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇ ଥିଲା । ସେହିପରି ଏହି ସମସ୍ୟାଗୁଡ଼ିକର ପ୍ରତିବାଦ ଓ ସମାଧାନ ପାଇଁ ଆଗାମୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯିବ।

ନାଗରିକ ମଞ୍ଚ ପକ୍ଷରୁ ବରଗଡ଼ବାସୀଙ୍କୁ ଏହି ସଭାରେ ଯୋଗଦେଇ ନିଜ ମତାମତ ରଖିବା ଓ ସହରର ସୁରକ୍ଷା ଓ ଶାନ୍ତି ପ୍ରତିଷ୍ଠା ଦିଗରେ ଏକତ୍ରିତ ହେବାକୁ ଆହ୍ୱାନ କରାଯାଇଛି।ଏଥିରେ ବରଗଡ଼ ମହିଳା ସମିତି, ସମଲେଶ୍ୱରୀ ସଂଘ, କୋଶଲ ସେନା, ଅଟୋ ରିକ୍ସା ସଂଘ, ବସ ମାଲିକ ସଂଘ, ପୂର୍ବତନ ସୈନିକ ସଂଘ, ବ୍ୟବସାୟୀକ ସଂଘ, ସଂକଳ୍ପ ପରିବାର, ଆମ୍ବେଦକର ଯୁବକ ସଂଘ, ନିଷ୍ଠା ପରିବାର ଓ ଅନ୍ୟାନ ସଂଗଠନ ଉପସ୍ଥିତ ଥିଲେ। ନାଗରିକ ମଞ୍ଚ ର ସମ୍ପାଦକ ଭବାନୀ ସାହୁ କାର୍ଯ୍ୟକ୍ରମ ର ସଂଚାଳନ କରିଥିବା ବେଳେ ଆଇନଜୀବୀ ହରିହର ପ୍ରଧାନ, ମହେଶ ଅଗ୍ରୱାଲ, ରାଜକୁମାର ବିଶି, ପ୍ରିତମ ସିଂ, ବାସୁଦେବ ଦାଶ, ଶେଖ ନଜ୍ଜୁ, କବି ମହାରଣା, ମନ୍ଦାକିନୀ ପତି, ସୂର୍ଯ୍ୟ ପ୍ରକାଶ ଦାଶ, ମାନସ ଚାନ୍ଦ, ବିରବଲ ମହାକୁଡ଼, ରିନୁ ପତି, ବୈଜୟନ୍ତି ପଣ୍ଡା, ମିଲିପମା ବେହେରା, ଅନୁପ ଶତପଥି,ସଚ୍ଚି ପଣ୍ଡା, ଶୟନ ପଣ୍ଡା ଓ ଅନ୍ୟମାନେ ମତାମତ ରଖିଥିଲେ।


Leave a Reply

Your email address will not be published. Required fields are marked *

error: Content is protected !!