ଗୋଡ଼ଭଗାରେ କୃଷକ ସଂଗଠନର ବୈଠକ; ଏଗ୍ରିଷ୍ଟାକ୍ ନିୟକକୁ ବିରୋଧ; ସୋମବାର କୃଷି ଓ ତହସିଲ କାର୍ଯ୍ୟାଳୟରେ ତାଲା ପକାଇବାକୁ ନିଷ୍ପତ୍ତି
ଅତାବିରା, ୯/୮(ସଂସ୍କୃତି ମିଡ଼ିଆ)-ପ୍ରତି ଫସଲରେ ଧାନ ପଂଜୀକରଣ ଓ ବିକ୍ରି ସମୟରେ ନାନା ଅଯୁକ୍ତି କଟକଣା, ନିୟମ ଯୋଗୁଁ ଚାଷୀ ଧାନ ବିକିବାରେ ନୂଆଁ ନୂଆଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବହୁ ଚାଷୀ ପଂଜୀକରଣ କରି ପାରୁ ନାହାନ୍ତି, ତ ଆଉ କାହାର ଟୋକନ ଆସୁ ନ ଥିବାର ବିଗତ ଫସଲରେ ଦେଖା ଦେଇଛି। ଚଳିତ ଫସଲ ସରକାର ପୁଣି ଏଗ୍ରିଷ୍ଟାକ୍ ଭଲି ଅବାନ୍ତର ନିୟମ ଆଣିଛନ୍ତି। ଏହାର ପ୍ରତିବାଦରେ ଆସନ୍ତା କାଲି ସୋମବାର ଦୁର୍ଗା ମନ୍ଦିର ରାଲିରେ ବାହାରି ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ୬ ଦଫା ଦାବିପତ୍ର ତହସିଲଦାରଙ୍କୁ ପ୍ରଦାନ କରାଯିବ। ପରେ କୃଷି ବିଭାଗ ଓ ତହସିଲ ଅଫିସ କାର୍ଯ୍ୟାଳୟ ବନ୍ଦ କରାଯିବ ବୋଲି ଗୋଡ଼ଭଗାଠାରେ ଆୟୋଜିତ ଓଡ଼ିଶା ରାଜ୍ୟ କୃଷକ ସଂଗଠନ ପକ୍ଷରୁ ନିଷ୍ପତ୍ତି ହୋଇଛି। ଏଗ୍ରିଷ୍ଠାକକୁ ସଂପୂର୍ଣ୍ଣ ବନ୍ଦ ଉଚ୍ଛେଦ କରିବା, ପୂର୍ବରୁ ପଂଜୀକରଣ ଯେପରି ହେଉଥିଲା ସେପରି କରାଯିବା, ପଟ୍ଟା ନାମ (ଆରଓଆର୍) ପରିବର୍ତ୍ତନ ନ ହେବା ପର୍ଯ୍ୟନ୍ତ ସୂତନ ନିୟମ ଲାଗୁ ନ କରାଯାଉ, ଯେତେ ରେଜିଷ୍ଟ୍ରସନ କରାଯି ସମସ୍ତ ଜମିର ଟୋକନ ଦିଆଯାଛ, କୌଣସି ଚାଷୀଙ୍କୁ ଧାନ ବିକ୍ରିକୁ ବଂଚିତ କରା ନଯାଉ। ଦେବତ୍ତର ଜମିକୁ ପଂକୀରଣରେ ସାମିଲ କରାଯାଉ। ପଂଜୀକର ସମୟରେ ଚାଷୀ କରିଥିବା ପଂଚୀକରଣର ପ୍ରମାଣପତ୍ର ଚାଷୀଙ୍କୁ ପ୍ରଦାନ କରାଯାଉ। ଏହି ସମସ୍ତ ଦାବିରେ ଆସନ୍ତା କାଲିରୁ ଆନ୍ଦୋଳନ ଆରମ୍ଭ କରାଯିବ। ସଂଗଠନ ସଭାପତି ଭୁବନ ପ୍ରଧାନ, ସଂପାଦକ ନରେନ୍ଦ୍ର ପ୍ରଧାନ, ଚାଷୀନେତା ବିରେନ୍ଦ୍ର କର, ଟିକେଲାଲ ମିଶ୍ର, ପାପା ରାଓ, ସୁରେଶ କର୍ଣ୍ଣ, ବୁଦ୍ଧଦେବ ନନ୍ଦ ସମେତ ଶତାଧିକ ଚାଷୀ ଉପସ୍ଥିତ ଥିଲେ।
