ଅତାବିରା ଦୁଇଦିନିଆ ଫୁଟବଲ ପ୍ରତିଯୋଗିତା ଉଦଯାପିତ,ଜିଏମୟୁ ସମ୍ବଲପୁର ଚମ୍ପିୟାନ

0

ଅତାବିରା, ୯/୮(ସଂସ୍କୃତି ମିଡ଼ିଆ)- ଅତାବିରା ବାଳକ ହାଇସ୍କୁଲ ପଡ଼ିଆରେ ଚାଲିଥିବା ଦୁଇଦିନିଆ ଫୁଟବଲ ପ୍ରତିଯୋଗିତା ରବିବାର ଉଦଯାପିତ ହୋଇଯାଇଛି l ଏଲଏଫ୍‌ସି ବରଗଡ଼ ଦଳକୁ ୨-୦ ଗୋଲରେ ହରାଇ ଜିଏମୟୁ ସମ୍ବଲପୁର ଚମ୍ପିୟାନ ହୋଇଛି l ଆଜିର ଦ୍ୱିତୀୟ ଦିବସ ଖେଳ ଲିଗ ମ୍ୟାଚରେ ସମ୍ବଲପୁର ସ୍ପୋର୍ଟ୍ସ ହୋଟେଲ କୁ ହରାଇ ଏଲଏଫସି ବରଗଡ଼, ସମଲେଶ୍ୱରୀ କ୍ଳବ ବରପାଲି କୁ ହରାଇ ମୁଣ୍ଡା ଏଫସି ସମ୍ବଲପୁର, ରିସାନ୍ତ ଏଫସି ବଲାଙ୍ଗିର କୁ ହରାଇ ସିମନ ଷ୍ଟାର ଏବଂ ମଳୟ ଏକାଦଶକୁ ହରାଇ ଏସଏଲପି ବେଲପାହାଡ କ୍ୟାଟର ଫାଇନାଲ କୁ ଯାଇଥିଲେ l କ୍ୟାଟର ଫାଇନାଲରେ ବରଗଡ଼ ଓ ସିମନ ଷ୍ଟାର ବିଜୟୀ ହୋଇ ଦ୍ୱିତୀୟ ସେମିଫାଇନାଲ ରେ ପ୍ରତିଦ୍ଵନ୍ଦିତା କରିଥିଲେ l ଏଥିରେ ବରଗଡ ଫାଇନାଲକୁ ପ୍ରବେଶ କରିଥିଲେ l ଗତକାଲିର ଫାଇନାଲଲିଷ୍ଟ ଜିଏମୟୁ ସମ୍ବଲପୁର ଏବଂ ଏଲଏଫସି ବରଗଡ଼ ମଧ୍ୟରେ ସଂଘର୍ଷ ପୂର୍ଣ୍ଣ ମ୍ୟାଚ ହୋଇଥିଲା l ତେବେ ସମ୍ବଲପୁର ଦଳ ବରଗଡ଼କୁ ୨-୦ ଗୋଲରେ ହରାଇ ଚମ୍ପିୟାନ ହୋଇଥିଲା l

ଅତାବିରା ଫୁଟବଲ ଟିମ୍ ପକ୍ଷରୁ ଆୟୋଜିତ ଦୁଇ ଦିନିଆ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଅନ୍ତିମ ଦିବସରେ ମୁଖ୍ଯ ଅତିଥି ଭାବରେ ଯୋଗଦାନ କରି ଖେଳାଳିମାନଙ୍କୁ ସାକ୍ଷାତ କରି ଉତ୍ସାହିତ କରିଥିଲେ ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ l ସ୍ୱଳ୍ପ ସମୟ ପାଇଁ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ହାଇସ୍କୁଲ ଖେଳ ପଡ଼ିଆର ଉନ୍ନତିକାରଣ ଘାସ ଓ ଆଲୋକ ଲଗାଇବାକୁ ବ୍ୟବସ୍ଥା କରାଯାଇଥିବା ପ୍ରକାଶ କରିଥିଲେ l ଏହା ସହ ବରଗଡ଼ ଜିଲା ସ୍ତରରେ ହେବାକୁ ଥିବା ମୁଖ୍ୟମନ୍ତ୍ରୀ ଷ୍ଟାଡିୟମ ଅତାବିରାରେ ହେବ ବୋଲି କହିଥିଲେ l ପରେ ପ୍ରତ୍ୟୁଳ ମାହାନା ଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ଭାଜପା ଅତାବିରା ଏନଏସି ସମ୍ପାଦକ ମନୋଜ ସାହୁ, ଜିଲା ସମ୍ପାଦିକା କ୍ଷିରେଶ୍ବରୀ ସ୍ୱାଇଁ, ବରିଷ୍ଟ ୟୁଟୁବର ତିବକ୍ ଆଚାର୍ଯ୍ୟ, ଅବସରପ୍ରାପ୍ତ ଖେଳ ଶିକ୍ଷକ ଲବ ସାହୁ, ସୁଦୀପ୍ତ କୁମାର ସାହୁ, ନାରାୟଣ ପ୍ରଧାନ (ମାମୁଁ ) ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କୃତୀ ପ୍ରତିଯୋଗୀ ଖେଳାଳିଙ୍କୁ ପୁରସ୍କୃତ କରିଥିଲେ l ରନର୍ସ ଅଫ ବରଗଡ଼ ଦଳକୁ ଟ୍ରଫି ସହ ନଗଦ ୨୦ ହଜାର ଟଙ୍କା ଏବଂ ଚମ୍ପିୟାନ ଜିଏମୟୁ ସମ୍ବଲପୁର ଦଳକୁ ନଗଦ ୩୦ ହଜାର ଟଙ୍କା ଏବଂ ବିଜୟୀ ଟ୍ରଫି ପ୍ରଦାନ କରାଯାଇଥିଲା l


Leave a Reply

Your email address will not be published. Required fields are marked *

error: Content is protected !!