ରାସ୍ତାରେ ପଡ଼ିଥିବା ଗୁରୁତର ଆହତ ବ୍ୟକ୍ତିକୁ ମେଡିକାଲ ପହଞ୍ଚାଇଲେ ଜିଲ୍ଲାପାଳ ଓ ଏସପି

0

Lମାଲକାନଗିରି, ୧୯/୮(ସଂସ୍କୃତି  ମିଡ଼ିଆ)ଦୁର୍ଘଟଣାରେ ଆହତ ହୋଇ ରାସ୍ତା ଉପରେ ପଡ଼ିଥିବା ଗୁରୁତର ବ୍ୟକ୍ତିଙ୍କୁ ନିଜ ଗାଡ଼ିରେ ମେଡିକାଲ ପହଞ୍ଚାଇଲେ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ଏବଂ ଏସପି ବିନୋଦ ପାଟିଲ। ଘଟଣା ଅନୁଯାୟୀ ଆଜି ସନ୍ଧ୍ୟାରେ ମାଲକାନଗିରି ଠାରୁ କୋରୁକୋଣ୍ଡା ରାସ୍ତାରେ ଜଣେ ମଟର ଚାଳକଙ୍କୁ ଏକ ପିକ ଅପ୍ ଭ୍ୟାନ୍ ଧକ୍କା ଦେବାରୁ ଗଣେଶ ନାୟକ ନାମକ ବ୍ୟକ୍ତି ଜଣକ ଗୁରୁତର ଅବସ୍ଥାରେ ରାସ୍ତାକଡ଼ରେ ପଡ଼ିଥିଲେ। କିଛି ସ୍ଥାନୀୟ ଲୋକ ତୁରନ୍ତ ଆମ୍ବୁଲାନ୍ସକୁ ଫୋନ କରିଥିଲେ। କିନ୍ତୁ ଆମ୍ବୁଲାନ୍ସ ଆସିବାରେ ବିଳମ୍ୱ ହେଉଥିଲା।

ଏହି ସମୟରେ ଜିଲ୍ଲାପାଳ ଏବଂ ଏସପି ଚିତ୍ରକୋଣ୍ଡାରୁ ଫେରୁଥିଲେ। ଘଟଣାସ୍ଥଳରେ ଭିଡ଼ ଦେଖି ସେଠାରେ ଅଟକି ଥିଲେ ଏବଂ ଆହତ ଗଣେଶଙ୍କୁ ନିଜ ଗାଡ଼ିରେ ତୁରନ୍ତ ମେଡିକାଲ ନେଇଥିଲେ। ଏହା ପୂର୍ବରୁ ସେ ମେଡିକାଲ ଟିମକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଥିଲେ।

ଗୁରୁତର ଗଣେଶଙ୍କୁ ତୁରନ୍ତ ମେଡିକାଲ ଟିମ୍ ଚିକିତ୍ସା ଆରମ୍ଭ କରିଥିଲେ। ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଆବିଦ୍ ହୁସେନଙ୍କ କହିବା ଅନୁଯାୟୀ ଆହତ ଗଣେଶଙ୍କ ପ୍ରବଳ ରକ୍ତ ବୋହିଯାଉଛି। ଚିକିତ୍ସା ଚାଲିଛି, କିନ୍ତୁ ସେ ଏବେ ବି ବିପଦ ମୁକ୍ତ ନୁହନ୍ତି।

ମାଲକାନଗିରି ଆରକ୍ଷୀ ଅଧୀକ୍ଷକ ବିନୋଦ ବିନୋଦ ପାଟିଲ ମଧ୍ୟ ଉପସ୍ଥିତ ଥିଲେ। ଜିଲ୍ଲାପାଳଙ୍କ ଏଭଳି ମାନବିକତା ତତ୍ପରତାକୁ ନେଇ ସାଧାରଣରେ ପ୍ରଶଂସା କରାଯାଇଛି।


Leave a Reply

Your email address will not be published. Required fields are marked *

error: Content is protected !!