ତଳିଟାମ୍ପରସରା ରାଧାକୃଷ୍ଣ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଜାନୁୟାରୀ 18 ରୁ 22

0

ସରଣ୍ଡା,12/1(ସଂସ୍କୃତି ମିଡ଼ିଆ ବ୍ୟୁରୋ )- ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ସ୍ଥିତ ଟାମ୍ପରସରା ଗ୍ରାମପଂଚାୟତର ତଳିଟାମ୍ପରସରା ଗ୍ରାମରେ ନୂତନ ଭାବରେ ତିଆରି ହୋଇଥିବା ରାଧାକୃଷ୍ଣ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଅନୁଷ୍ଠିତ ହେବ। ଏହା ଚଳିତ ମାସ ୧୮ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଯଥାକ୍ରମେ ଅଙ୍କୁରାରୋପଣ ,କଳସ ଯାତ୍ରା, ମଣ୍ଡପପୂଜା, ବିଗ୍ରହମାନଙ୍କର ପ୍ରାଣପ୍ରତିଷ୍ଠା ଓ ଅନ୍ତିମ ଦିବସର ୩ଘ. ସମୟରେ ପୂର୍ଣ୍ଣାହୁତି ହେବ । ଏହି ଅବସରରେ ମନୋରଂଜନ ନିମନ୍ତେ ଷଣ୍ଢାସିଂହା ଓ ବାଗବାଡି ସଂକୀର୍ତ୍ତନ୍ୟ, ପାରାୟଣ ଗାୟିକା ଦେବସ୍ମିତା ମହାପାତ୍ର, ରଶ୍ମିତା ହୋତା,ସପ୍ନାରାଣୀ ଯୋଶୀ, କିର୍ତନ ଧାରା ରେ ସୁନୀତା ସାହୁ, ଦଶମୀ ଭୋଇ, ସୈାରେନ୍ଦ୍ରି ଜାଲ, ଜ୍ୟୋତିସାହୁ, ବିଶ୍ବାମିତ୍ର ପାଣ୍ଡେ, ବୀରବଜରଂଗ ଗଣନାଟ୍ୟ ହିର୍ଲ୍ଲିପାଲି, କଂସଦରବାର, ଡାଲଖାଇ, ଘୁଡକା ନାଚ, ଖଞ୍ଜଣି ଭଜନ, ଶରତବାହାକ, ବାଲିବାହାକ, ମେଲୋଡି ଗ୍ରୁପ, କବିସମ୍ମିଳନୀ ଶ୍ରୀମାନ ଦେବେନ୍ଦ୍ର ସାହୁ ଓ ମୀନା ବଜାର ଯୋଗଦେବାର ସ୍ଥିର କରାଯାଇଅଛି ।ପ୍ରତ୍ୟହ ପ୍ରସାଦ ସେବନ ବ୍ୟବସ୍ଥା ସହ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯକ୍ରମ ମାନ ଅନୁଷ୍ଠିତ ହେବ। ଏଥିରେ ବିଶିଷ୍ଟ ଅତିଥିବୃନ୍ଦ ଯୋଗଦେବା ସହ ବହୁଜନ ସମାଗମର ପ୍ରାକ ସୂଚନା ମିଳିପାରିଛି ।


Leave a Reply

Your email address will not be published. Required fields are marked *

error: Content is protected !!