ଅତାବିରା ବିଧାୟିକାଙ୍କୁ ଦାବିପତ୍ର ଦେଲେ ଅଙ୍ଗନବାଡି କର୍ମୀ
ଭେଡେନ,11/1(ସଂସ୍କୃତି ମିଡ଼ିଆ ବ୍ୟୁରୋ )-ବରଗଡ଼ ଜିଲ୍ଲା ଭେଡେନ ବ୍ଲକ୍ ଦେଶ ଭଟିଲିରାମଜୀ ପାଣି ପଞ୍ଚାୟତ ଭୂମି ପୂଜନ କରିବାକୁ ଆସିଥିବାବେଳେ ଦେଶ ଭଟିଲି ପଞ୍ଚାୟତ ଅଫିସ୍ ପରିସରରେ ଏକ ସଭା ହୋଇଥିଲା ଅଞ୍ଚଳର ଅଙ୍ଗନବାଡ଼ି କର୍ମୀ, ବରିଷ୍ଠ ନାଗରିକ ବିଧବା ମହିଳା ମିଶନ ଶକ୍ତି ସଭ୍ୟା ରାମନାସୀ ମାନେ ବିଧାୟିକାଙ୍କୁ ନିଜ ନିଜ ସମସ୍ୟା ଉପରେ ଅଭିଯୋଗ କରିଥିଲେ ଅଙ୍ଗନବାଡ଼ି କର୍ମୀ ପ୍ରତିନିଧି ଯାଜ୍ଞସେନୀ ନାୟକ ନିଲମା ମିଶ୍ର କର୍ମୀମାନଙ୍କ ବିଭିନ୍ନ ସମସ୍ୟା ଉପରେ ଏକ ଲିଖିତ ଦାବୀ ପତ୍ର ପ୍ରଦାନ କରିଥିଲେ ଦାବୀ ପତ୍ର ବିଧାୟିକାଛୁରୀଆ ଗ୍ରହଣ କରି ପ୍ରଥମେ ଅଙ୍ଗନବାଡି କର୍ମୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଯାଇ ସାକ୍ଷାତ କର ଓ ଗୋଟିଏ ଗୋଟିଏ କୁକୁଡ଼ା ଫାର୍ମ କର ବୋଲି କହିଥିଲେ ଦାବୀ ପତ୍ରରେ ଅଙ୍ଗନବାଡ଼ି କର୍ମୀମାନ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ୨୦୧୮ ମସିହାରୁ ଏ ପର୍ଯ୍ୟନ୍ତ କୌଣସି ପରିବର୍ତ୍ତନ କରାଯାଇନାହିଁ ଗରମ ରନ୍ଧା ଖାଦ୍ୟ ଓ ଟି ଏଚଆର ଅଣ୍ଡା ବଣ୍ଟନରେ ଅସୁବିଧା ସୃଷ୍ଟି ହେଉଛି ଅଣ୍ଡାର ଦର ବୃଦ୍ଧି ୯ ଟଙ୍କାରୁ ୧୦ ଟଙ୍କାକୁ ପହଥିଲାଣି କିନ୍ତୁ ସରକାର ୫ ଟଙ୍କା ଦରରେ ଓଡାଳି ଓ ବେଲକେଜି ପ୍ରତି ୮୦ ଟଙ୍କା ଦରରେ ଅଙ୍ଗନବାଡି କେନ୍ଦ୍ରକୁ ଦିଆଯାଉଛି । ଆଇସିଡିଏସ ଅଫିସର ଅଧିକାରୀଙ୍କ ଚାପ ଓ ହିତାଧିକାରୀଙ୍କ ଯୋଗୁ ହନ୍ତସନ୍ତ ହେଉଛନ୍ତି କର୍ମୀମାନେ ଚାପ ଯୋଗୁ ଭାର ସମ୍ୟ ହରାଇ ବସିଲେଣି ପୁଣି ଏମଏସପି ଯୋଜନାରେ ୧୫ ରୁ ୧୯ ବର୍ଷ କିଶୋରୀମାନଙ୍କୁ ୫ ଟଙ୍କା ଦରରେ ଅଣ୍ଡା ବିଶ୍ଚନ ପାଇଁ ନିର୍ଦ୍ଦେଶ ଦିଆଯାଇଛି ଗାଁ କଲ୍ୟାଣ ସମିତିରୁ ଅଙ୍ଗନବାଡି କର୍ମୀମାନଙ୍କୁ ବାଦ ଦିଆଯିବା ଅନ୍ୟାନ୍ୟ ସମସ୍ୟା ସମାଧାନ ପାଇଁ ଦାବୀ ପତ୍ର ପ୍ରଦାନ କରିଥିଲେ ଦେଶଭଟିଲି ଗାଁର ଅଗ୍ରଣୀ ଚାଷୀବୃନ୍ଦାବନ ପଣ୍ଡା ଅଭିଯୋଗ କରିଥିଲେ ବିଜୁ ସ୍ୱାସ୍ଥ୍ୟ ହେଲଥ କାର୍ତ ରେ ଦେଖାଯାଉଥିବା ସମସ୍ୟା ଉପରେ ବିଧାୟିକା ଛୁରୀଆଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ l (ଭେଡେନ ଦେଶଟିଲିରୁ ହୃଷିକେଶ ଖମାରୀଙ୍କ ରିପୋର୍ଟ)