ଅତାବିରାରେ ଗଡ଼ିଲା ଅର୍ପଣ ରଥ, ଶୁଭ ଉଦଘାଟନ କଲେ ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରୀଆ
ଏହି ଅବସରରେ ଅତାବିରା ଏନଏସି ୬ ନମ୍ବର ୱାର୍ଡ ସ୍ଥିତ ଅତାବିରା ବସ୍ତି ଜଗନ୍ନାଥ ମନ୍ଦିରଠାରେ ଅର୍ପଣ ରଥ ପ୍ରଭୁ ଜଗନ୍ନାଥଙ୍କ ପୂଜାର୍ଚ୍ଚନା ପରେ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଶୁଭ ଉଦଘାଟନ କରିଥିଲେ । ଶହ ଶହ ମହିଳାଙ୍କ ହରିବୋଲ ହୁଳହୁଳି, ଶଙ୍ଖ ଧ୍ବନି, ଜୟ ଜଗନ୍ନାଥ ଧ୍ବନି ରେ ଗାଁ ପ୍ରକମ୍ପିତ ହୋଇ ଉଠିଲା । ପରେ ଭବ୍ୟ କଳସ ଶୋଭାଯାତ୍ରା ସହ ଗାଁ ପରିକ୍ରମା କରିଥିଲେ । ବିଧାୟିକା ଶ୍ରୀମତୀ ଛୁରିଆ ଘରକୁ ଘର ବୁଲି ଭକ୍ତିର ସହ ଅର୍ପଣ କରୁଥିବା ମୁଠି ଅରୁଆ ଚାଉଳ ଓ ଗୁଆକୁ କଳସ ରେ ସଂଗ୍ରହ କରିଥିଲେ ।
ଏହି ଅବସରରେ ମଙ୍ଗଳବାର ଅନୁଷ୍ଠିତ ଉଦଘାଟନୀ ଉତ୍ସବ ରେ ଅତାବିରା ବିଧାୟିକା ଛୁରିଆ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ବେଳେ ଏନଏସି ଅଧ୍ୟକ୍ଷ ବନମାଳୀ ବରିହା, ଅତାବିରା ଗ୍ରାମ୍ୟ କମିଟି ସଭାପତି ଦୈତାରୀ ପ୍ରଧାନ, କାର୍ଯ୍ୟନିର୍ବାହୀ ସତ୍ୟନାରାୟଣ ତାଣ୍ଡି, ଅତାବିରା ବରିଷ୍ଠ ନାଗରିକ ଶରତ ପ୍ରଧାନ, ରଘୁ ବିଶ୍ୱାଳ, ବିଜୟ ପ୍ରଧାନ, କୃଷ୍ଣଚନ୍ଦ୍ର ପ୍ରଧାନ ପ୍ରମୁଖ ମଞ୍ଚାସିନ ଥିଲେ l କାର୍ଯ୍ୟକ୍ରମ କୁ ଅତାବିରା ଏନଏସି କର୍ମଚାରୀ ପ୍ରଦୀପ କୁମାର ପ୍ରଧାନ ସଂଯୋଜନା କରିଥିବା ବେଳେ ସିଦ୍ଧାର୍ଥ ଶଙ୍କର ପଣ୍ଡା ଉପସ୍ଥିତ ରହି ଅର୍ପଣ ରଥ ଗ୍ରାମ୍ୟ ପରିକ୍ରମା ସହ ଗୁଆ ଓ ଅରୁଆ ଚାଉଳ ସଂଗ୍ରହ କରିଥିଲେ। ଆସନ୍ତା ୧୭ ତାରିଖରେ ଶ୍ରୀମନ୍ଦିର