ବରଗଡ଼ ଜିଲ୍ଲା ଡୁମାଲ ପରିଷଦର ସାଙ୍ଗଠନିକ ବୈଠକ, ଗାଁକୁ ଯୋଡ
ଅତାବିରା,10/1(ସଂସ୍କୃତି ମିଡ଼ିଆ ବ୍ୟୁରୋ )- ମଙ୍ଗଳବାର ଦିନ ସକାଳ ୧୦ଟା ସମୟରେ ବରଗଡ଼ ଜିଲ୍ଲା ଡୁମାଲ ପରିଷଦ ର ଏକ ସାଙ୍ଗଠନିକ ବୈଠକ ଭେଡେନ ବ୍ଲକ ବକଟି କେନ୍ଦ୍ର ଅଧୀନ ଲୁପୁରସିଂହା ମାଁ ମାହେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ଡୁମାଲ ପରିଷଦ ବରଗଡ ଜିଲ୍ଲା ସଭାପତି ଗଣେଶ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା l ଏହି ବୈଠକରେ ଡୁମାଲ ପରିଷଦ,ଓଡିଶା ରାଜ୍ୟ ସଭାପତି ଦୟାସାଗର ମେଣ୍ଡଳୀ ମୁଖ୍ୟ ଅତିଥି ଓ ରାଜ୍ୟ ମହିଳା ଡୁମାଲ ପରିଷଦର ସଭାନେତ୍ରୀ ହେମାବତୀ କରନ ଏବଂ ରାଜ୍ୟ ଡୁମାଲ ପରିଷଦର ପୂର୍ବତନ ଉପସଭାପତି ମୁରଲୀଧର ପାତ୍ର ସମ୍ମାନିତ ଅତିଥି ରୂପେ ଯୋଗଦାନ କରିଥିଲେ l ମାହେଶ୍ୱରୀ ମନ୍ଦିରରେ ମା ମାହେଶ୍ୱରୀଙ୍କର ପୂଜା କରାଯାଇ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା l ବରଗଡ ଜିଲ୍ଲାର ସମସ୍ତ ୧୨ଟି କେନ୍ଦ୍ରର ସଭାପତି, ସମ୍ପାଦକ, କର୍ମକର୍ତ୍ତା ଓ ଗ୍ରାମ୍ୟ କମିଟିର ସଭାପତିବୃନ୍ଦ ଯୋଗଦାନ କରିଥିଲେ l ଜିଲ୍ଲାର ବିଭିନ୍ନ ମାହେଶ୍ୱରୀ ମନ୍ଦିରରୁ ଆସିଥିବା ମହାକୁର, ଦେହେରୀ ଓ ବେଜି ମାନଙ୍କୁ ଜିଲ୍ଲା କମିଟି ତରଫରୁ ସମ୍ମାନିତ କରାଯାଇଥିଲା l ରାଜ୍ୟ କମିଟି ତରଫରୁ ପ୍ରସ୍ତାବ ଗୃହୀତ ହୋଇଥିବା ଗାଁକୁ ଯୋଡ କାର୍ଯ୍ୟକ୍ରମକୁ ପ୍ରତ୍ୟେକ କେନ୍ଦ୍ରର ଅଧୀନ ଗାଁଗୁଡିକରେ ଆସନ୍ତା ଜାନୁଆରୀ ୩୧ସୁଦ୍ଧା ଗ୍ରାମ୍ୟ କମିଟି ଗୁଡିକ ଗଠନ କରିବା ପାଇଁ କେନ୍ଦ୍ର ସଭାପତି ମାନଙ୍କୁ ଦାୟିତ୍ୱ ଦିଆ ଯାଇଥିଲା l ଗାଁ ସ୍ତରରୁ ରାଜ୍ୟ ପର୍ଯ୍ୟନ୍ତ ଡୁମାଲ ଜାତି ସଂଗଠନ କୁ ମଜବୁତ କରିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା l ପରିବାର ପଞ୍ଜିକରଣ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା, ବିବାହ ସମୟରେ ପରିଚୟ ପତ୍ର ପ୍ରଦାନ ବାଧ୍ୟତାମୂଳକ କରିବା,ଡୁମାଲ ଜାତିର ରୀତିନୀତି, ଚାଲିଚଳନ, ସଂସ୍କୃତି ଓ ସମ୍ବିଧାନ କୁ ସମସ୍ତ ଜାତିଭାଇ ମାନିଚଳିବା ପାଇଁ ସର୍ବସମ୍ମତି କ୍ରମେ ପ୍ରସ୍ତାବ ଗୃହୀତ ହୋଇଥିଲା l ପରିବାର ପଞ୍ଜିକରଣ ଓ ଗ୍ରାମ୍ୟ କମିଟି ଗଠନ ଧାର୍ଯ୍ୟ ସମୟରେ ଠିକ ଭାବେ ସମ୍ପାଦନ କରିଥିବାରୁ ସରଳା କେନ୍ଦ୍ର ସଭାପତି କରମଚାନ୍ଦ ପ୍ରଧାନଙ୍କୁ ଜିଲ୍ଲା କମିଟି ତରଫରୁ ସମର୍ଦ୍ଧିତ କରାଯାଇଥିଲା l ମାଁ ମାହେଶ୍ୱରୀଙ୍କର ପୂଜା ଵିଧି, ରୀତିନୀତି ସମ୍ୱନ୍ଧେ ସମସ୍ତ ଜାତିଭାଇ ଙ୍କର ଅବଗତ ପାଇଁ ଏକ ପୂଜାଵିଧି ପୁସ୍ତିକା ଲେଖିବା ପାଇଁ ପୋଡ଼ବାଡି ମାହେଶ୍ୱରୀ ମନ୍ଦିର ବେଜି ତଥା ଶାକ୍ତ କବି ପଦ୍ମନ କର୍ଣ୍ଣଙ୍କୁ ଅନୁରୋଧ କରାଯାଇଥିଲା l ଏହି ବୈଠକରେ ଜିଲ୍ଲା ସମ୍ପାଦକ ସୁବାସ ଥାଟି, କୋଷାଧକ୍ଷ ଲୋକନାଥ କ୍ଷେତି, ଜିଲ୍ଲା କମିଟିର ସମସ୍ତ କର୍ମକର୍ତ୍ତା ଓ ଗ୍ରାମବାସୀ ଉପସ୍ଥିତ ରହି ସାହାଯ୍ୟ ସହଯୋଗ କରିଥିଲେ l ସଭା ଶେଷରେ ଜିଲ୍ଲା ଉପସଭାପତି ସୁଶୀଲ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ଓ ସଭାସାଙ୍ଗ କରାଯାଇଥିଲା l
( ରିପୋର୍ଟ – ସୁରେନ୍ଦ୍ର କଠାର )