ସ୍ବାମୀ ବିବେକାନନ୍ଦ ସ୍ମାରକ ଉଚ୍ଚ ବିଦ୍ୟାଳୟ ର ୨୭ ତମ ବିଦ୍ୟାଳୟ ସ୍ତରୀୟ କ୍ରୀଡା ଉତ୍ସବ

0

ଅତାବିରା,10/1-ସଂସ୍କୃତି ମିଡ଼ିଆ ବ୍ୟୁରୋ )-ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ବୁଗବୁଗା  ସ୍ବାମୀ ବିବେକାନନ୍ଦ ସ୍ମାରକ ଉଚ୍ଚ ବିଦ୍ୟାଳୟ ର ୨୭ ତମ ବିଦ୍ୟାଳୟ ସ୍ତରୀୟ କ୍ରୀଡା ଉତ୍ସବ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଅଛି । ଏହାକୁ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଯାଦବ ପ୍ରଧାନ ଉଦ୍ଘାଟିତ କରିଥିଲେ । ଉଦଯାପନୀ ଉତ୍ସବରେ ବୁଗବୁଗା ସି.ଆର.ସି.ସି. ଶ୍ରୀଯୁକ୍ତ ନନ୍ଦିଘୋଷ ଭୁଏ ଯୋଗଦାନ କରି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ବିଦ୍ୟାଳୟ ର ଖେଳ ଶିକ୍ଷକ ରବି ନାରାୟଣ ପଧାନ ଖେଳ ପରିଚାଳନା କରିଥିଲେ । ଏଥିରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ସହଯୋଗ କରିଥିଲେ । ଶହେ ମିଟର ଦୌଡରେ ଛାତ୍ର ସଚିନ ପେରା, ଛାତ୍ରୀ ଅନ୍ନପୂର୍ଣ୍ଣା ଭୁଏ,ଚାରି ଶହ ମିଟର ଦୌଡରେ ସୁମିତ୍ ଭୁଏ ଓ ଛାତ୍ରୀ ଅନ୍ନପୂର୍ଣ୍ଣା ଭୁଏ,ଉଚ୍ଚ ଡିଆଁ ରେ ନିଲାମୟ ଭୁଏ ଓ ଛାତ୍ରୀ ସ୍ନିଗ୍ଧାରାଣୀ ମହାପାତ୍ର ,ଲମ୍ବ ଡିଆଁ ରେ ନିଲାମୟ ଭୁଏ ଓ ଲକ୍ଷ୍ମୀ ମହାପାତ୍ର, ଦୁଇଶହ ମିଟର ଦୌଡରେ ଶ୍ରୀତମ ଭଏନା ଓ ଅନ୍ନପୂର୍ଣ୍ଣା ଭୁଏ, ଦିସ୍କସ ଥ୍ରୋ ରେ ଓମ୍ ସାହୁ ଓ ରଶ୍ମି ବିଶ୍ଵାଳ, ସଟଫୁଟ ଥ୍ରୋ ରେ ଓମ୍ ସାହୁ ଓ ରଶ୍ମିତା ଜାନୀ ଏବଂ ରଶି ଡିଆଁ ରେ ବର୍ଷା କଠାର ଆଦି ଛାତ୍ର ଛାତ୍ରୀ ଯଥାକ୍ରମେ ବାଳକ ଓ ବାଳିକା ବିଭାଗରେ ପ୍ରଥମ ସ୍ଥାନ ହାସଲ କରିଥିଲେ ।

( ରିପୋର୍ଟ -ସୁରେନ୍ଦ୍ର କଠାର )


Leave a Reply

Your email address will not be published. Required fields are marked *

error: Content is protected !!