ବନ୍ଧୁକ ମୁନରେ 5ଲକ୍ଷ ଲୁଟ : ଅତାବିରା ରେ ଲୁଟେରା ସକ୍ରିୟ
ସରଣ୍ଡା,9/1(ସଂସ୍କୃତି ମିଡ଼ିଆ ବ୍ୟୁରୋ )- ବରଗଡ଼ ଜିଲ୍ଲା ଅତାବିରା ଥାନା ଦେବହାଲ ଛକରେ ବନ୍ଧୁକ ମୁନରେ ଜନୈକ ଯୁବକଙ୍କ ଠାରୁ ଲକ୍ଷ ରୁ ଉଦ୍ଧ୍ଵ ନଗଦ ଟଙ୍କା ମଙ୍ଗଳବାର ରାତ୍ରି ପ୍ରାୟ ୮ ଟାରେ ଲୁଟ ହୋଇଛି l ମିଳିଥିବା ସୂଚନା ମୁତାବକ SBI ଗ୍ରାହକ ସେବା କେନ୍ଦ୍ର ରେଙ୍ଗଲିକ୍ୟାମ୍ପ ର ଅଧିକାରୀ ରୀଙ୍କୁ ପ୍ରଧାନ ଙ୍କୁ ଦେବାହାଲ ଛକ ଠାରେ ବନ୍ଧୁକ ଦେଖାଇ 5ଲକ୍ଷ ରୁ ଉଦ୍ଧ୍ଵ ଟଙ୍କା ଲୁଟିନେଲେ 4 ଜଣ ଯୁବକ। ରିଙ୍କୁ ସବୁଦିନ ଭଳି ମଙ୍ଗଳବାର ରାତ୍ରିରେ ତାଙ୍କ ସେବା କେନ୍ଦ୍ର ବନ୍ଦ କରି ଅତାବିରା ଥାନା ରେଙ୍ଗାଲିକେମ୍ପ ରୁ ବରଗଡ଼ ଜିଲ୍ଲା ବରାହଗୋଡା ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ତାଙ୍କ ନିଜ ଘର ଆମ୍ବଷଡାକୁ ବାଇକ ରେ ଯାଉଥିବା ବେଳେ ତାଙ୍କୁ 4 ଜଣ ଯୁବକ ୨ ଟି ବାଇକରେ ପିଛା କରିଥିଲେ l ଅତାବିରା ଥାନା ଦେବାହାଲ ଛକରେ ଉକ୍ତ ଲୁଟେରା ମାନେ ରିଙ୍କୁ ଙ୍କୁ ଅଟକାଇ ବନ୍ଧୁକ ଦେଖାଇ ତାଙ୍କ ଠାରୁ ଟଙ୍କା ଭର୍ତ୍ତି ବେଗ ଛଡାଇ ବରଗଡ଼ ପଟକୁ ପଳାଇଥିଲେ l ଏନେଇ ରିଙ୍କୁ ଙ୍କ ଅଭିଯୋଗ କୁ ଭିର୍ତ୍ତି କରି ଅତାବିରା ପୋଲିସ ଏକ ମାମଳା ରୁଜୁ କରି ବିଭିନ୍ନ ରାସ୍ତା ସିଲ କରିବା ସହ ଯାଞ୍ଚ ଓ ତଦନ୍ତ ଚାଲିଥିବା ଅତାବିରା ଆଇଆଇସି ସୁକୁମାର ତ୍ରିପାଠୀ ପ୍ରକାଶ କରିଛନ୍ତି l