ଡେବ୍ରିଗଡ଼ରେ କ୍ରୀଷ୍ଣା ବିକାଶ ଛାତ୍ରଛାତ୍ରୀଙ୍କ “ୱାଇଲ୍ଡର୍‌ନେସ୍ କ୍ୟାମ୍”

0

ବରଗଡ଼,9/1(ସଂସ୍କୃତି ମିଡ଼ିଆ ବ୍ୟୁରୋ )-ବରଗଡ଼ ସ୍ଥିତ କ୍ରୀଷ୍ଣା ବିକାଶ ଆବାସିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପ୍ରଥମ ଥର ପାଇଁ ୪ ଦିନ ଧରି ହେବାକୁ ଥିବା “ୱାଇଲ୍ଡର୍‌ନେସ୍ କ୍ୟାମ୍” ରେ
ଯୋଗଦାନ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ବିଦ୍ୟାଳୟର ୧୫୭ଜଣ ଛାତ୍ରଛାତ୍ରୀ ଓ ଶିକ୍ଷକ-ଶିକ୍ଷୟିତ୍ରୀ ଡେବ୍ରିଗଡ଼ ଅଭିମୁଖେ ଯାତ୍ରା କରିଛନ୍ତି । ଆସନ୍ତା ୧୧ ତାରିଖରୁ ଦ୍ବିତୀୟ ପର୍ଯ୍ୟାୟ ଯାତ୍ରା ଆରମ୍ଭ ହେବ । କେନ୍ଦ୍ର ସରକାରଙ୍କ ତରଫରୁ ଭାରତଦର୍ଶନ ଯୋଜନାକୁ ସଫଳ କରିବା ପାଇଁ ବିକାଶ ଛାତ୍ରଛାତ୍ରୀଙ୍କ ଦ୍ବାରା ଏକ ପ୍ରୟାସ କରାଯାଇଛି । ଦିଲ୍ଲୀର ପ୍ରତିଷ୍ଠିତ ଆୟୋଜକ “ ନ୍ୟୁ ହରାଇଜନ୍”ର ପ୍ରତ୍ୟକ୍ଷ ତତ୍ବାବଧାନରେ ଛାତ୍ରଛାତ୍ରୀମାନେ ଏହି ରହଣି ସମୟରେ ନୌଚାଳନା, ପର୍ବତାରୋହଣ, ସାଇକେଲ୍ ଚାଳନା, ତମ୍ବୁ ଭିତରେ ରାତ୍ରୀରହଣି ଆଦି ଦୁଃସାହସିକ କାର୍ଯ୍ୟକ୍ରମର ନୂତନ ଅନୁଭବ ପାଇପାରିବେ । କ୍ରୀଷ୍ଣା ବିକାଶ ଗ୍ରୁପ୍‌ର ଚେୟାରମେନ୍ ଶ୍ରୀ ଡି.ମୂରଲୀ କ୍ରୀଷ୍ଣା ଏବଂ ମ୍ୟାନେଜିଂ ଡାଇରେକ୍ଟର ଶ୍ରୀ ବିବେକ ଦାଶରୀଙ୍କ ପ୍ରତ୍ୟକ୍ଷ ମାର୍ଗଦର୍ଶନରେ ଏହି ଦୁଃସାହସିକ କାର୍ଯ୍ୟକ୍ରମଟି ଅନୁଷ୍ଠିତ ହେବାକୁ ଯାଉଛି । ବିଦ୍ୟାଳୟର କାର୍ଯ୍ୟକାରୀ ଅଧ୍ୟକ୍ଷ ଶ୍ରୀ ଶିଶିର ପ୍ରସାଦ ରାଉଳ ଓ ଉପାଧ୍ୟକ୍ଷ ଶ୍ରୀ ପ୍ରଦୀପ କୁମାର ସାହୁ ଏହି କାର୍ଯ୍ୟକ୍ରମର ସଫଳତା ପାଇଁ ଶୁଭକାମନା ଜଣାଇଥିଲେ ।
ରିପୋର୍ଟ-ଯୁଧିଷ୍ଠିର ମହାପାତ୍ର 


Leave a Reply

Your email address will not be published. Required fields are marked *

error: Content is protected !!