ଭେଡେନରେ ବିକଶିତ ଭାରତ ସଂକଳ୍ପ ଯାତ୍ରା

0

ଅତାବିରା,6/1-(ସୁରେନ୍ଦ୍ର କଠାର )-ଭେଡେନ ପଞ୍ଚାୟତ କାର୍ଯ୍ୟାଳୟରେ ବିକଶିତ ଭାରତ ସଂକଳ୍ପ ଯାତ୍ରା l ଆଜି ଶନିବାର ଦିନ ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ଭେଡେନ ପଞ୍ଚାୟତ କାର୍ଯ୍ୟାଳୟରେ ବିକଶିତ ଭାରତ ସଂକଳ୍ପ ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ତରଣୀସେନ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଭେଡେନ ପଞ୍ଚାୟତର ସରପଞ୍ଚ ଅକ୍ଷୟ ସାହୁ, ଭେଡେନ ବ୍ଲକ କୃଷି ଅଧିକାରୀ ଜିବର୍ଦ୍ଧନ ବାରିକ, ଭେଡେନ ବ୍ଲକ ସିଏଚଓ ସ୍ବର୍ଣ୍ନଲତା ବିହାରି, MPHW ରଏବାରି ମିଶ୍ର, ଭେଡେନ ବ୍ଲକ ପ୍ରାଣୀ ସଂପଦ ଅଧିକାରୀ ଋକୁଣୀ ଭୋଇ, ଆକାଶବାଣୀ ସମ୍ବଲପୁରର କୈବର୍ତ୍ତ ସାହୁ ସମିତି ସଭ୍ଯ, ଓ୍ବାର୍ଡ ମେମ୍ବର ପଞ୍ଚାୟତର ସମସ୍ତ ଆଶା କର୍ମୀ, ଅଂଗନବାଡି କର୍ମୀ, ମହିଲା ସ୍ବଂୟ ସହାୟକ ଗୋଷ୍ଠୀର ସଦସ୍ଯା, ସିଆରପି, ପଞ୍ଚାୟତବାସୀ ପ୍ରମୁଖ ଯୋଗଦାନ କରିଥିଲେ l କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଲୋକମାନଙ୍କୁ ସେମାନେ ବୁଝାଇଥିଲେ l


Leave a Reply

Your email address will not be published. Required fields are marked *

error: Content is protected !!