ଓଡ଼ିଶା ଆଦର୍ଶ ବିଦ୍ୟାଳୟର ବାର୍ଷିକୋତ୍ସବ ପାଳିତ; ଶିକ୍ଷକ ବୃତ୍ତିରେ ସ୍ଵୟଂ ଅଧ୍ୟୟନର ଆବଶ୍ୟକତା ରହିଛି

0

ଜମନକିରା,୬/୧ (ସଂସ୍କୃତି ମିଡିଆ)-ଶିକ୍ଷକ ବୃତ୍ତି ଏକ ମହାନ୍ ବୃତ୍ତି । ଏହି ବୃତ୍ତିରେ ପଶିବା ଦିନ ହିଁ ସେହି ଶିକ୍ଷକର ପ୍ରକୃତ ଶିକ୍ଷା ଗ୍ରହଣ ଆରମ୍ଭ ହୋଇଥାଏ ।ଏଣୁ ରାଜ୍ୟ ସରକାରଙ୍କ ଦ୍ଵାରା ପ୍ରତ୍ୟେକ ବ୍ଲକରେ ସ୍ଥାପିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ର ଶିକ୍ଷକ ସମାଜ ଅଧ୍ୟୟନ ଅବ୍ୟାହତ ରଖି ଛାତ୍ରଛାତ୍ରୀଙ୍କୁ ଭଲ ମଣିଷ ଭାବରେ ଗଢି ତୋଳିବାକୁ ବହୁ ଶିକ୍ଷାବିତ ଓ ବକ୍ତାଗଣ ଜମନକିରା ବ୍ଲକ ଚିନିମହୁଲଠାରେ ସ୍ଥାପିତ ଆଦର୍ଶ ବିଦ୍ୟାଳୟର ଦ୍ଵିତୀୟ ବାର୍ଷିକ ଉତ୍ସବରେ ଉଦବୋଧନ ଦେଇଛନ୍ତି । ଏହି ଅବସରରେ ବିଦ୍ୟାଳୟର ଅଧ୍ୟକ୍ଷ ଅନିଲ କୁମାର ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଉତ୍ସବରେ ଶିକ୍ଷାବିତ ଓ ସମାଜସେବୀ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି, ଷଣ୍ଢ ପଥର ଆଶ୍ରମ ସ୍କୁଲର ପ୍ରଧାନ ଶିକ୍ଷକ ରାଜେନ୍ଦ୍ର କୁମାର ଜଗତ ମୁଖ୍ୟବକ୍ତା, ଅତିରିକ୍ତ ବିଇଓ ଦେବକୀ ନାଏକ, ରେଢ଼ାଖୋଲ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରତାପ କୁମାର ସ୍ବାଇଁ, ଜମନକିରା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଜାତା ବେହେରା, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଗଙ୍ଗାଧର ନାୟକ ଓ ବଦରମ ସରପଂଚ ବିଜୟ ନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ । ପ୍ରାରମ୍ଭରେ ଇଂରେଜୀ ଶିକ୍ଷକ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଗଣିତ ଶିକ୍ଷକ ସତ୍ୟମ୍ ଷଡ଼ଙ୍ଗୀ ଧନ୍ୟବାଦ ଜ୍ଞାପନ କରିଥିଲେ । ଵିଦ୍ୟାଳୟର ଛାତ୍ରଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ଗାନ ସହ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।
(କୁଚିଣ୍ଡାରୁ ସୁବାସ ନାୟକଙ୍କ ରିପୋର୍ଟ)


Leave a Reply

Your email address will not be published. Required fields are marked *

error: Content is protected !!