ଷ୍ଟିୟରିଂ ଛାଡ଼ି ରାଜରାସ୍ତାରେ ଅତାବିରା, ଗୋଡ଼ଭଗାର ଡ୍ରାଇଭର

0

ସରଣ୍ଡା,6/5( ସଂସ୍କୃତି ମିଡ଼ିଆ ବ୍ୟୁରୋ )- କେନ୍ଦ୍ର ସରକାରଙ୍କ ହିଟ୍‌ ଆଣ୍ଡ ରନ୍‌କୁ ନେଇ ହୋଇଥିବା ନୂଆ ଆଇନ ଓ ଦୀର୍ଘଦିନ ଧରି ରାଜ୍ୟ ସରକାରଙ୍କ ନିକଟରେ କରାଯାଇଥିବା ଦାବିକୁ ନେଇ ଓଡ଼ିଶା ଡ୍ରାଇଭର ସଂଘ ଆନ୍ଦୋଳନକୁ ଓହ୍ଲାଇଛି। ହିଟ୍‌ ଆଣ୍ଡ ରନ୍‌ ଆଇନକୁ ବିରୋଧ କରି ଗୁରୁବାରଠାରୁ ପୁଣି ଥରେ ସମଗ୍ର ଦେଶରେ ଡ୍ରାଇଭରମାନଙ୍କ ଆନ୍ଦୋଳନ ଆରମ୍ଭ ହୋଇଛି। ଏଥିରେ ଓଡ଼ିଶାର ସମସ୍ତ ଡ୍ରାଇଭର ମଧ୍ୟ ସାମିଲ ହେବେ ବୋଲି ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ଆଗରୁ ଘୋଷଣା କରାଯାଇଥିଲା । ଗୁରୁବାରଠାରୁ କେତେକ ଡ୍ରାଇଭର ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଆରମ୍ଭ କରିଥିବା ବେଳେ ଆଜି ଶନିବାର ବରଗଡ଼ ଜିଲ୍ଲା ଆନ୍ଦୋଳନ ଆରମ୍ଭ ହୋଇଛି l । ସମଗ୍ର ବରଗଡ଼ ଜିଲ୍ଲାର ଡ୍ରାଇଭର ନିଜ ଗାଡ଼ିକୁ ଘରେ କିମ୍ବା ନିଜ ମାଲିକଙ୍କ ଜିମା ଦେଇ ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଏ ନେଇ ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଡ୍ରାଇଭର ମହାସଂଘ ଶାଖାର ର ସଭାପତି କୃତ୍ତି ଭେଶ୍ରା ସୂଚନା ଦେଇଛନ୍ତି। ରାଜ୍ୟର ପ୍ରାୟ ୫ରୁ ୬ଲକ୍ଷ ଡ୍ରାଇଭର ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଏହି ଆନ୍ଦୋଳନ ଫଳରେ ବରଗଡ଼ରେ ପେଟ୍ରୋଲ, ଡିଜେଲ ସହିତ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଦର ବୃଦ୍ଧି ପାଇବା ନେଇ ଆଶଙ୍କା ଦେଖାଦେଇଛି। ଅନ୍ୟ ପଟେ ଯାତ୍ରୀ ଯାତାୟାତ ଠପ ହୋଇଯାଇଛି l କାଁ ଭାଁ ସରକାରୀ ବସ ଚଳାଚଳକୁ ଛାଡି ଦେଲେ ଅନ୍ୟ ବସ ସମ୍ପୂର୍ଣ ବନ୍ଦ ହୋଇଯାଇଛି l
ଅତାବିରା ସଭାପତି କୃତ୍ତି ଭେସ୍ରା କହିଛନ୍ତି ଯେ ସରକାର ଆମ ଦାବି ଶୁଣୁନାହାନ୍ତି। ୨୦୨୧ରୁ ପ୍ରତିଶ୍ରୁତି ଦେଇ ଆଜି ପର୍ଯ୍ୟନ୍ତ ରାଜ୍ୟ ଭୁଆଁ ବୁଲାଉଛନ୍ତି। ସେପଟେ କେନ୍ଦ୍ର ସରକାର ଲାଗୁ କରିଥିବା ନୂଆ ଆଇନ୍‌ ଅନୁଯାୟୀ, ଦୁର୍ଘଟଣା ହେଲେ ଡ୍ରାଇଭରଙ୍କୁ ୧୦ ବର୍ଷ ଜେଲ୍‌, ୭ ଲକ୍ଷ ଟଙ୍କା ଜରିମାନା ଦେବା ନିୟମ ଆଣିବାକୁ ଯାଉଛନ୍ତି। ଏପରି ସ୍ଥିତି ଉପୁଜିଲେ କୌଣସି ବି ଡ୍ରାଇଭର ଏତେ ଟଙ୍କା ଦେବା ସମ୍ଭବ ନୁହେଁ। ଆଇନକୁ ଆମେ ସ୍ବାଗତ କରୁଛି। ମାତ୍ର ଲୋକମାନଙ୍କ ପାଇଁ ମଧ୍ୟ ସରକାର ଆଇନ କରନ୍ତୁ। ଦୁର୍ଘଟଣା ପରେ ଡ୍ରାଇଭର ଆହତଙ୍କୁ ହସ୍ପିଟାଲ ନେବେ। ଲୋକଙ୍କ ମାଡ ଭୟରେ ଜୀବନ ବଞ୍ଚାଇବା ଡ୍ରାଇଭର ଗାଡି ଛାଡି ପଳାଇବାକୁ ବାଧ୍ୟ ହେଉଛନ୍ତି। ଜଣେ ଡ୍ରାଇଭର ମାସକୁ ୧୦ରୁ ୧୫ ହଜାର ଟଙ୍କା ପାଉଛି l କଷ୍ଟେ ମଷ୍ଟେ ଡ୍ରାଇଭର କାମ ପରିବାର ପତିପୋଷଣ କରୁଛନ୍ତି l ଏପରି ନିୟମ ଆଣିଲେ କେଉଁଠୁଁ ଡ୍ରାଇଭର ଭରଣ କରିବ l ତୁରନ୍ତ ଏହି ନିୟମର ପ୍ରତ୍ୟାହାର କରାଯାଉ ନ ଚେତ ପରିବାର ସହ ଡ୍ରାଇଭର ରାଜରାସ୍ତା ଅବରୋଧ କରି ଆନ୍ଦୋଳନ ଭୟାଭହ କରାଯିବ ବୋଲି ଚେତାବନୀ ଦେଇଥିଲେ l


Leave a Reply

Your email address will not be published. Required fields are marked *

error: Content is protected !!