ମାଗଣା ଚକ୍ଷୁ ପରୀକ୍ଷା ଶିବିର179 ଜଣଙ୍କ ମଧ୍ୟରୁ 40 ଜଣଙ୍କ ମୋତିଆବିନ୍ଦୁ ଚିହ୍ନଟ
ସରଣ୍ଡା,5/1(ସଂସ୍କୃତି ମିଡ଼ିଆ ବ୍ୟୁରୋ)- ବରଗଡ଼ ଜିଲା ଅତାବିରା ବ୍ଲକ ଗୋଡ଼ଭଗା ଠାରେ କମ୍ପୁଟର ଦ୍ୱାରା ମାଗଣା ଚକ୍ଷୁ ପରୀକ୍ଷା ଶିବିର ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି l ଏଥିରେ 179 ଜଣ ଚକ୍ଷୁ ପରୀକ୍ଷାର ସୁବିଧା ନେଇଥିଲେ l ସେମାନଙ୍କ ମଧ୍ୟରୁ 40 ଜଣଙ୍କ ମୋତିଆବିନ୍ଦୁ ଚିହ୍ନଟ କରାଯାଇଥିଲା l ମୋତିଆବିନ୍ଦୁ ଚିହ୍ନଟ କରାଯାଇଥିବା 40 ଜଣଙ୍କ ମଧ୍ୟରୁ 32 ଜଣଙ୍କୁ ସମ୍ବଲପୁର ସ୍ଥିତ ତ୍ରିଲୋଚନ ନେତ୍ରଳୟ ଡାକ୍ତରଖାନାକୁ ଅସ୍ତ୍ରୋପଚାର ପାଇଁ ନିଆଯାଇଛି l ଲାୟନ୍ସ କ୍ଳବ ଗୋଡ଼ଭଗା ରୟାଲ ର ଆହ୍ୱାନରେ ଗୋଲକନଗର ସ୍ଥିତ ଗାୟତ୍ରୀ ହେଲଥ କେୟାର ଠାରେ ଅନୁଷ୍ଠିତ ଏହି ଶିବିରରେ ସମ୍ବଲପୁର ତ୍ରିଲୋଚନ ନେତ୍ରଳୟ ପକ୍ଷରୁ ଡାକ୍ତର ସୀମା ସିଂହ, ସୁମନ୍ତ ଭୋଇ, ମାନସ ବେହେରା, ପଦ୍ମିନୀ ମୁଣ୍ଡ, ସୀମା ପଟେଲ, ନିଶାଦ ଫତିମା, ଉଷା ପ୍ରଧାନ ଏବଂ ରାଧିକା ବିନ ଯୋଗ ଦେଇ ସମସ୍ତଙ୍କ ଚକ୍ଷୁ ପରୀକ୍ଷା କରିଥିଲେ l ଲୟନ୍ସ କ୍ଳବ ପକ୍ଷରୁ ସଭାପତି ଡାକ୍ତର ଚିତ୍ତରଞ୍ଜନ ଜେନା, ସମ୍ପାଦକ ସାଇ ଆନନ୍ଦ ବିଶ୍ୱାଳ ଓ କୋଷାଧକ୍ଷ ପ୍ରଦୀପ କର୍ଣ୍ଣ ଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ l