ମୋବାଇଲ ଲୁଟି ଛୁଁ ମାରୁଥିବାବେଳେ ଲୁଟେରା ଦୁର୍ଘଟଣାଗ୍ରସ୍ତଲୁଟେରା ବାଇକ ଧକ୍କା ରେ କାର ଚକ ଢୁ
ସରଣ୍ଡା, 6/12(ସଂସ୍କୃତି ମିଡ଼ିଆ ବ୍ୟୁରୋ )- ବରଗଡ଼ ଜିଲ୍ଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅନ୍ତର୍ଗତ ବସ ଷ୍ଟାଣ୍ଡ ରେ ଜନୈକ ବ୍ୟକ୍ତି ମୋବାଇଲ ଲୁଟି ଫେରାର (ଛୁଁ ) ମାରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛି l ସମ୍ବଲପୁର ଅଞ୍ଚଳର ଆକାଶ ସାହୁ ବୋଲି ନିଜକୁ ପରିଚୟ ଦେଉଥିବା ଉକ୍ତ ଯୁବକଟି ଦୁର୍ଘଟଣା ପରେ ଗୁରୁତର ହେବାରୁ ତାକୁ ପ୍ରଥମେ ଅତାବିରା ଓ ପରେ ବୁର୍ଲା କୁ ଚିକିତ୍ସା ପାଇଁ ସ୍ଥାନସ୍ଥରିତ କରାଯାଇଛି l
ପ୍ରାପ୍ତ ଖବରରୁ ପ୍ରକାଶ ଯେ ଗୋଡ଼ଭଗା ବସଷ୍ଟାଣ୍ଡ ରେ ଜନୈକ କଲେଜ ଛାତ୍ରୀ ମୋବାଇଲ ରେ କଥା ହୋଇ ହୋଇ ବସ ଉପରକୁ ଚଢ଼ୁଥିବା ସମୟରେ ଲୁଟେରା ଜଣକ ତାର ମୋବାଇଲ ଛଡାଇ ନେଇ ଏକ ବାଇକ ନମ୍ୱର ଓଡ଼ି 15ୟୁ / 0036 ରେ ସର୍ଭିସ ରୋଡ଼ ଦେଇ ଗୋଡ଼ଭଗା ମାର୍କେଟ ପଟକୁ ଅଗ୍ରସର ହେଉଥିବା ବେଳେ ସାମ୍ନାରେ ଛିଡ଼ା ହୋଇଥିବା ଧିରେନ ପଣ୍ଡାଙ୍କ ଏକ କାର ନମ୍ବର ଓଡ଼ି 15ଜେ /8847 କୁ ପଛ ପଟେ ଦ୍ରୁତ ଗତିରେ ବାଡେଇ ଥିଲା l ବାଇକର ଗତି ଏତେ ଦ୍ରୁତ ଥିଲାଯେ କାରର ବାମ ପଟ ପଛ ଚକ ଫାଟି ଯାଇଥିଲା l ଛାତ୍ରୀ ଜଣକଙ୍କ ଲୁଟ ମୋବାଇଲ ମିଳିଯାଇଥିଲା ସତ ହେଲେ ଲୁଟେରା ଦୁର୍ଘଟଣା ରେ ଗୁରୁତର ହୋଇ ପଡିଥିଲେ l ଗୋଡ଼ଭାଗା ଫାଣ୍ଡି ଅଧିକାରୀ ଅନିମା ଏକ୍କା ଘଟଣା ସ୍ଥଳରେ ପହଁଛି ବାଇକ କୁ ଜବତ କରିବା ସହ ଆହତ ଲୁଟେରାକୁ ଡାକ୍ତରଖାନା ପଠାଇଥିଲେ l ଏ ନେଇ ଅତାବିରା ଥାନାରେ କାରର ମାଲିକ ଧିରେନ ପଣ୍ଡାଙ୍କ ଅଭିଯୋଗ କ୍ରମେ ଏକ ମାମଲା ରୁଜୁ ହୋଇ ଅଧିକ ତଦନ୍ତ ଚାଲିଥିବା ଫାଣ୍ଡି ଅଧିକାରୀ ଅନିମା ଏକ୍କା ପ୍ରକାଶ କରିଛନ୍ତି l ତେବେ ଗୋଡ଼ଭଗା ଅଞ୍ଚଳରେ ଏପରି ମୋବାଇଲ ଚୋରୀ ରେକ୍ୟାଟ ସକ୍ରିୟ ହୋଇ ବହୁ ଲୋକଙ୍କ ମୋବାଇଲ ଲୁଟ କରୁଥିବା ବେଳେ ପୋଲିସ ନିଷ୍କ୍ରିୟ ହୋଇ ପଡୁଛି l ଏ ଅଞ୍ଚଳରେ ପୂର୍ବରୁ ଚୋରୀ ହୋଇଥିବା ମୋବାଇଲ ଚୋରୀର ସନ୍ଧାନ ଏହି ଲୁଟେରା ପାଖରେ ଥିବ ଏବଂ ପୋଲିସ ଏହି ଘଟଣାକୁ ଗୁରୁତର ଦେଇ ଖୋଳତାଡ଼ କରୁ ବୋଲି ଦାବି କରିଛନ୍ତି l