ସମ୍ବଲପୁର : ଦୁର୍ଘଟଣାରେ ନାବାଳକ ମୃତ ଉତ୍ତେଜନା ହଟାଇବାକୁ ପୋଲିସର ଲାଠି ଚାର୍ଜ

0

ସମ୍ବଲପୁର: ଜଣେ ନାବାଳକ ସ୍କୁଟି ଚାଳକଙ୍କ ଉପରେ ଯାତ୍ରୀବାହୀ ବସ୍‌ ଚଢ଼ିଯିବାରୁ ବୁଧବାର ସନ୍ଧ୍ୟାରେ ଘଟଣା ସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଯାଇଛି l ତାଙ୍କ ନମସ୍କାର ଦିଶାନ ନାୟକ ବୋଲି ଜଣାପଡିଛି l ଏହି ଦୁର୍ଘଟଣାକୁ ନେଇ ସମ୍ବଲପୁର ସହରରେ ବୁଧବାର ରାତିରେ ଉତ୍ତେଜନା ପ୍ରକାଶ ପାଇଥିଲା । ଉତ୍ତେଜିତ ଲୋକଙ୍କ ଉପରେ ପୋଲିସ ଲାଠିଚାର୍ଜ କରିଛି। ପୋଲିସ ଗୋଡେଇ ଗୋଡେଇ ଲୋକଙ୍କୁ ମାଡ଼ ମାରିଛି।
ସୂଚନା ଅନୁସାରେ ଆଜି ସନ୍ଧ୍ୟାରେ କେନ୍ଦ୍ରୀୟ ବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ର ଦିଶାନ ନାୟକ ନିଜର ମା’ ଅସୁସ୍ଥ ଥିବାରୁ ଦୋକାନକୁ ଔଷଧ ଆଣିବାକୁ ଯାଉଥିଲା। ଲକ୍ଷ୍ମୀ ଟକିଜ ଛକ ପାଖରେ ଏକ ପର୍ଯ୍ୟଟକଙ୍କ ବସ୍‌ଟି ସ୍କୁଟି ଚାଳକ ଛାତ୍ରକୁ ଧକ୍କା ଦେଇଥିଲା। ଫଳରେ ଛାତ୍ରର ମୃତ୍ୟୁ ହୋଇଥିଲା। ଏହି ଦୁର୍ଘଟଣା ପରେ ସମ୍ବଲପୁରରେ ଉତ୍ତେଜନା ପ୍ରକାଶ ପାଇଥିଲା। ଲୋକମାନେ ଲକ୍ଷ୍ମୀ ଟକିଜ ଛକରେ ରାସ୍ତାରେ ଧାରଣା ଦେଇଥିଲେ। ଲୋକଙ୍କ କହିବା ଅନୁସାରେ ଭିଡ଼ ଭିତରେ ଯାତ୍ରୀବାହୀ ବସ୍‌ ଯିବା ପାଇଁ ଅନୁମତି ନଥିଲା। କିନ୍ତୁ ନିୟମ ଉଲ୍ଲଂଘନ କରି ଆଗକୁ ବଢ଼ିଥିଲା। ଉତ୍ତେଜିତ ଲୋକଙ୍କୁ ଘଉଡ଼ାଇବା ପାଇଁ ପୋଲିସ ବାଧ୍ୟ ହୋଇ ଲାଠି ଚାର୍ଜ କରିଥିବା କହିଛି ।
ପ୍ରାପ୍ତ ସବିଶେଷ ତଥ୍ୟ ଅନୁସାରେ , ସମ୍ବଲପୁର ଗୁରୁଦ୍ବାର ଛକର ଅରୁଣ ନାୟକଙ୍କ ପୁଅ

ଦିଶାନ୍ତ ନାୟକ ଓରଫ ରୋନକ (୧୩) କେନ୍ଦ୍ରୀୟ ବିଦ୍ୟାଳୟରେ ୯ମ ଶ୍ରେଣୀରେ ପାଠ ପଢ଼ୁଥିଲେ। ସେ ବୁଧବାର ସଂଧ୍ୟା ପ୍ରାୟ ସାଢେ ୭ଟା ସମୟରେ ସ୍କୁଟିରେ ମୁଦିପଡ଼ାରୁ କୁଂଜେଲପଡ଼ା ଆଡ଼କୁ ଯାଉଥିଲା ବେଳେ ମୁଦିପଡ଼ା ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ କାର୍ଯ୍ୟାଳୟ ସମ୍ମୁଖରେ ବସ୍‌ଟି ତାଙ୍କୁ ପଛରୁ ଧକ୍କା ଦେଇ ଘେଶଷାଡ଼ି ନେଇଥିଲା। ଏଥିରେ ଘଟଣାସ୍ଥଳରେ ହିଁ ରୋନକଙ୍କ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ଖବର ଶୁଣି ସ୍ଥାନୀୟ ଅଞ୍ଚଳବାସୀ ଘଟଣାସ୍ଥଳରେ ପହଞ୍ଚିବା ପରେ ଉତ୍ତେଜନା ଦେଖାଦେଇଥିଲା। ଘଟଣାସ୍ଥଳରୁ ବସ୍‌(ଓଡି ୧୧ ବି ୬୬୬୧)ଟି ଫେରାର ହେବାକୁ ଚେଷ୍ଟା କରୁଥିବା ବେଳେ ଉତ୍ତ୍ୟକ୍ତ ଲୋକେ କଚେରି ଛକ ନିକଟରେ ଏହାକୁ ଘେରି ଯାଇଥିଲେ। ବସ୍‌କୁ ଭଙ୍ଗାରୁଜା କରିବା ସମୟରେ ପୋଲିସ ପହଞ୍ଚି ଅଟକାଇଥିଲା। ସ୍ଥିତି ନିୟନ୍ତ୍ରଣକୁ ଆଣିବା ପାଇଁ ପୋଲିସ ଲୋକଙ୍କ ଉପରେ ଲାଠିଚାର୍ଜ କରିବା କରିବା ସହ ବସ୍‌କୁ ଜବତ କରିଥିଲା। ଏକାଧିକ ଲୋକ ଏଥିରେ ଆହତ ହୋଇଥିଲେ। ଇତିମଧ୍ୟରେ ବସ୍‌କୁ ପୋଲିସ ଚାଉଁରପୁର ବ୍ରିଜ୍‌ ଦେଇ ବୁର୍ଲା ଥାନାକୁ ନେଇଯାଇଥିଲା। ପରେ ଡାକ୍ତରଖାନା ପରିସରରେ ମୃତଦେହ ପାଖରେ ଉତ୍ତେଜନା ଦେଖାଦେଇଥିଲା। କିଛି ସମୟ ପରେ ଉତ୍ତ୍ୟକ୍ତ ଲୋକେ ଟାଉନ୍‌ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ପୁଲିସ ବିରୋଧରେ ସ୍ଲୋଗାନ ଦେଇଥିଲେ। ଅତିରିକ୍ତ ଏସ୍‌ପି ହରେଶ ପାଣ୍ଡେଙ୍କ ସମେତ ସଦର ଏସ୍‌ଡିପିଓ ବୁଝାସୁଝା କରି ନିରାଶ ହୋଇଥିଲେ। ତେବେ ଏହି ଘଟଣାକୁ ନେଇ ଚାପା ଉତ୍ତେଜନା ଲାଗି ରହିଛି l


Leave a Reply

Your email address will not be published. Required fields are marked *

error: Content is protected !!