ନୂଆଁଗଡ଼ ରାଜା ବଳରାମ ଦେଓ ଅନ୍ତଃ ରାଜ୍ୟ କ୍ରିକେଟ ଚମ୍ପିୟାନସିପ: ବରଗଡ଼ ବ୍ଳୁ ଡାଏମଣ୍ଡକୁ ହରାଇ ବିଳାସପୁର ଏସ୍ ଏସ୍ ସି ଏ ଫାଇନାଲରେ

0

ଭଟଲି,୨୯।୧୨(ସଂସ୍କୃତି ମିଡ଼ିଆ ବ୍ୟୁରୋ )-:ଭଟଲି ବ୍ଲକ ଅନ୍ତର୍ଗତ ନୂଆଁଗଡ ଲକ୍ଷ୍ମୀ ନାରାୟଣ ହାଇସ୍କୁଲ ଖେଳପଡିଆ ଠାରେ ଗ୍ରାମର କ୍ରୀଡ଼ାସଂଗଠନ ଆନୁକୂଲ୍ୟରେ ଅଷ୍ଟମ ଅନ୍ତଃରାଜ୍ୟ କ୍ରିକେଟ ଚମ୍ପିୟାନସିପର ୨ୟ ସେମିଫାଇନାଲ ଖେଳରେ ବିଳାସପୁର ଏସ୍ ଏସ୍ ସି ଏ ବରଗଡ଼ ବ୍ଳୁ ଡାଏମଣ୍ଡକୁ ୧୪ରନ୍ ରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି । ବରଗଡ଼ ବ୍ଳୁ ଡାଏମଣ୍ଡ ଟସ୍ ଜିଣି ବିଲାସପୁର ଏସ୍ ଏସ୍ ସି ଏ କୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ନିର୍ଧାରିତ ୨୫ ଓଭରରେ ବିଲାସପୁର ଏସ୍ ଏସ୍ ସି ଏ ୯ ଓ୍ବିକେଟ୍ ବିନିମୟରେ ୧୯୪ ରନ୍ ସଂଗ୍ରହ କରିଥିଲା। ଦଳର ବ୍ୟାଟ୍ସମ୍ୟାନ୍ ରାଘବ ଯାଦବ ୬୩ଟି ବଲ୍ ର ସାମ୍ନା କରି ୮ ଟି ଚୌକା ଓ ୫ ଟି ସିକ୍ସର୍ ସହାୟତା ରେ ୯୨ ରନ୍ ସଂଗ୍ରହ କରି ଏକ ଆକର୍ଷଣୀୟ ଖେଳରେ ଦର୍ଶକଙ୍କ ମନମୁଗ୍ଧ କରିଥିଲେ। ଜବାବରେ ୧୯୫ ରନ୍ ର ବିଜୟ ଲକ୍ଷ୍ୟକୁ ପିଛାକରି ବରଗଡ଼ ବ୍ଳୁ ଡାଏମଣ୍ଡ ଦଳ ୭ ଜଣ ଖେଳାଳି କୁ ହରାଇ ୧୮୦ ରନ୍ ସଂଗ୍ରହ କରିଥିଲେ। ଏହି ମ୍ୟାଚ୍ କୁ ୧୪ ରନ୍ ରେ ଜିଣି ବିଲାସପୁର ଏସ୍ ଏସ୍ ସି ଏ ଚାମ୍ପିୟନସିପ୍ ର ଫାଇନାଲରେ ପ୍ରବେଶ କରିଥିଲେ। ବିଲାସପୁର ଏସ୍ ଏସ୍ ସି ଦଳର ଅଲ୍ ରାଉଣ୍ଡର ଅଲଦମସ୍ ଖାଁ ୩୬ଟି ବଲ୍ ସାମ୍ନା କରି ୪୦ ରନ୍ ସହ ୫ ଓଭର୍ ବୋଲିଂ କରି ୩୮ ରନ୍ ଦେଇ ୪ଟି ଓ୍ବିକେଟ୍ ଅକ୍ତିଆର କରି ପ୍ଳେଆର୍ ଅଫ୍ ଦି ମ୍ୟାଚ୍ ରେ ସମ୍ମାନିତ ହୋଇଥିଲେ। ଶ୍ରୀ ମନସୀ ପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ପୁରସ୍କାର ବିତରଣ ସଭାରେ ଓଡ଼ିଶା ଆଦିବାସୀ ଓ ଦଳିତ ମହାସଂଘର ଉପ ସଭାପତି ତଥା ପ୍ରାକ୍ତନ ସୋହେଲା ବ୍ଳକ୍ ଚେୟାରମେନ ଶ୍ରୀ ଜୀବର୍ଦ୍ଧନ ବରିହା ନୂଆଁଗଡ ସରପଞ୍ଚ ଦୁର୍ବାସା ପଧାନ, କ୍ରୀଡ଼ା ସଂଗଠନ ସଭାପତି ସତ୍ୟରାମ ଖମାରୀ, ଶିକ୍ଷକ ଉପେନ୍ଦ୍ର ଖମାରୀ, ବି.ଇ.ଓ ସରୋଜ ଭୁଏ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଖେଳାଳି ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଆଜି ଅନୁଷ୍ଠିତ ମ୍ୟାଚ୍ କୁ ମହମ୍ମଦ ଇସାକ୍ ଓ ପ୍ରଭଞ୍ଜନ ବଳ ଅମ୍ପାୟାର ଭାବେ ଖେଳ ପରିଚାଳନା କରିଥିବା ବେଳେ ଅଶୋକ ସାହୁ ସ୍କୋରର୍ ଦାୟିତ୍ୱରେ ଥିଲେ ତଥା ଅଶୋକ ବଘେଲ ଏବଂ ନକୁଳ ନାଏକ ମ୍ୟାଚ୍ ର ଧାରା ବିବରଣୀ ପ୍ରଦାନ କରିଥିଲେ। ଆସନ୍ତା କାଲି ବିଲାସପୁର ଏସ ଏସ ସି ଏ ଓ ସମ୍ବଲପୁର ଜେ ସି ସି ଦଳ ମଧ୍ୟରେ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବ।


Leave a Reply

Your email address will not be published. Required fields are marked *

error: Content is protected !!