ସରଣ୍ଡା ଛକରେ ବାଇକ ଦୁର୍ଘଟଣା,ମହିଲା ମୃତ, 6 ଦିନରେ 4 ମୃତ

0

ସରଣ୍ଡା,29/12(ସଂସ୍କୃତି ମିଡ଼ିଆ ବ୍ୟୁରୋ )- ଶୁକ୍ରବାର ଅପରାହ୍ନ ୩ଟା ସମୟରେ ବରଗଡ ଜିଲ୍ଲା ଅତାବିରା ଥାନା ଅଧିନ ସରଣ୍ଡା ଛକରେ ବାଇକ ଦୁର୍ଘଟଣା ଜଣେ ମହିଲା ମୃତ୍ୟୁ ବରଣ କରିଛନ୍ତି l ମୃତ ମହିଳାଙ୍କ ନାମ ଶୁଭଶିନୀ ଭୋଇ (63) ଏବଂ ତାଙ୍କ ଘର ଅତାବିରା ଥାନା ଲାରସରା ଗ୍ରାମପଞ୍ଚାୟତ ର ଖଇରପାଲି ପୁଆଳପୁଡ଼ା ବୋଲି ସୂଚନା ମିଳିଛି l ସୂଚନା ଅନୁସାରେ  OR 17 G 5768 ନମ୍ବର ଥିବା ଗୋଟିଏ ବାଇକରେ ଅତାବିରା ଥାନା ଅଧିନ ଲରାସରା ପଞ୍ଚାୟତ ଖଇରପାଲି ପୁଆଳପୁଡ଼ା ଗ୍ରାମର ମାଁ ଶୁବାଶିନୀ ଓରଫ ଦ୍ରୌପଦୀ ଓ ତାଙ୍କ ପୁଅ ଜୟ ପ୍ରକାଶ ଭୋଇ ସରଣ୍ଡା ଯାଉଥିବା ସମୟରେ ସମ୍ବଲପୁର – ବରଗଡ଼ 53 ନମ୍ବର ଜାତୀୟ ରାଜପଥ ଅତିକ୍ରମ କରୁଥିଲେ l ଏହି ସମୟରେ CG 06 GP 1757 ନମ୍ବର ଥିବା ଗୋଟିଏ ପ୍ଲା୍ଟିନା ବାଇକ ଦ୍ରୁତ ଗତିରେ ମାଁ ପୁଅଙ୍କୁ ଧକ୍କା ଦେଇଥିଲା l ଯାହାଫଳରେ ଦୁର୍ଘଟଣା ଘଟି ବାଇକରେ ବସିଥିବା ଖଇରପାଲିର ମହିଲା ଜଣକ ଗୁରୁତର ଆହତ ହୋଇଥିଲେ l ଆହତ ମହିଲାଙ୍କୁ ସରଣ୍ଡା ଅଞ୍ଚଳର ସମାଜସେବୀ ସୁଜିତ କୁମାର ଦାଶ ଓ ସ୍ଥାନୀୟ ଲୋକେ ଉଦ୍ଧାରକରି 108  ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ଅତାବିରା ସରକାରୀ ମେଡିକାଲକୁ ନେଇଥିଲେ l ସେଠାରୁ ସଙ୍ଗେ ସଙ୍ଗେ ସୁଭାଶିନୀଙ୍କୁ ବୁର୍ଲା ଭି ଏସ ଏସ ମେଡିକାଲ କୁ ପଠାଯାଇଥିଲା l ହେଲେ ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ସନ୍ଧ୍ୟାରେ ତାଙ୍କ ପ୍ରାଣ ବାୟୁ ଉଡିଯାଇଥିଲା l ଅନ୍ୟ ପକ୍ଷେ ଦୁର୍ଘଟଣା ଘଟଇଥିବା ପ୍ଲା୍ଟିନା ବାଇକର ଚାଳକ ମହମ୍ମଦ ସ୍ୱାଏତଦ (23) ଙ୍କୁ ଅତାବିରା ଡାକ୍ତରଖାନା ରେ ଚିକିତ୍ସା ପରେ ଅତାବିରା ଥାନାରେ ଅଟକ ରଖାଯାଇଛି l
53 ନମ୍ବର ଜାତୀୟ ରାଜପଥର ଅତାବିରା ଥାନା ଅଞ୍ଚଳରେ ଗତ ୧ ସପ୍ତାହ ମଧ୍ୟରେ ୩ଟି ଦୁର୍ଘଟଣାରେ 4 ଜଣଙ୍କ ଅକାଳ ବିୟୋଗ ହୋଇଛି l ଗତ ରବିବାର ସକାଳ ପ୍ରାୟ ୬ ଟା ସମୟରେ ବରଗଡ ଜିଲ୍ଲା ଅତାବିରା ଥାନା ଅଧିନ ୫୩ ନମ୍ବର ଜାତୀୟ ରାଜପଥ ରେଂଗାଲିକେମ୍ପ ଛକ ପାଖରେ ଅଜଣା ଗାଡି ଧକ୍କାରେ ଜଣେ ବ୍ଯକ୍ତିର ମୁତ୍ଯୁ ଘଟିଥିବା ସୂଚନା ମିଳିଛି ାସୂଚନା ଅନୁସାରେ ବରଗଡ ସଦର ବ୍ଲକ ଅଧିନ ତାଲଶ୍ରୀଗିଡା ଗ୍ରାମର ଲୋକନାଥ ଭୋଇଙ୍କ ପୁତ୍ର ନୟନ ଭୋଇ(45)   ସାଇକେଲରେ ରେଂଗାଲିକେମ୍ପ ଛକକୁ ନିଜେ ଚାଷ କରିଥିବା ପନିପରିବା ବିକ୍ରି କରିବାକୁ ଆସିଥିଲେ ଓ ସାଇକେଲରେ ବରଗଡ ପଟକୁ ଯାଉଥିବା ସମୟରେ ଗୋଟିଏ ଅଜଣା ଗାଡି ପଛପଟେ ଧକ୍କା ଦେଇଥିଲା ଯାହାଫଳରେ ଘଟଣା ସ୍ଥଳରେ ନୟନର ମୁତ୍ଯୁ ଘଟିଥିଲା l ସେହି ରବିବାର ବିଳମ୍ବିତ ରାତ୍ରିରେ ସରଣ୍ଡା ଝାଉଁଯୋର ପୋଲ ପାଖରେ ଅନ୍ୟ ଏକ ଦୁର୍ଘଟଣାରେ ବାଇକ କୁ ଅଜଣା ଗାଡି ଧକ୍କା ଦେବାରୁ ବାଇକ ଚାଳକ ଅତାବିରା ଥାନା ଗୌରଟିକ୍ରା ଟାଙ୍ଗରଟିକ୍ରା ଗ୍ରାମର ଶତ୍ରୁଘନ ପଟେଲ ଓ ଏକ ୩ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ ଘଟିଥିଲା l ଦୁର୍ଘଟଣା ବଢ଼ୁଥିବାବେଳେ ଏହାକୁ ରୋକିବାରେ ବିଭାଗୀୟ ଅଧିକାରୀ ଚେଇଁ ଶୋଇ ପଡିଛି l


Leave a Reply

Your email address will not be published. Required fields are marked *

error: Content is protected !!