ଡଃ ଅଜିତ ନାଥଙ୍କୁ ଭଗବାନ ବୁଦ୍ଧ ଜାତୀୟ ଫେଲୋସିପ ଆଓ୍ବାର୍ଡ

0

ସରଣ୍ଡା,26/12(ସଂସ୍କୃତି ମିଡ଼ିଆ ବ୍ୟୁରୋ )-୩୯ ତମ ଭାରତୀୟ ଦଳିତ ସାହିତ୍ୟ ଏକାଡେମୀ ଦିଲ୍ଲୀ ଦ୍ବାରା ଆୟୋଜିତ ଦଳିତ ସାହିତ୍ୟକାର ସମ୍ମେଳନ- ୨୦୨୩ ରେ ଓଡିଶାର ବିଭିନ୍ନ ପ୍ରାନ୍ତରୁ ୨୪ ଜଣ ଲେଖକ ଓ ସମାଜସେବୀଙ୍କୁ ଜାତୀୟ ଫେଲୋସିପରେ ସମ୍ବର୍ଦ୍ଧିତ କରାଯାଇଅଛି । ଏହି ଅବସରରେ ବରଗଡ ଜିଲ୍ଲା ଅତାବିରା ବ୍ଲକ ସ୍ଥିତ ଟାମ୍ପରସରା ଗ୍ରାମର ତଥା ଲରମ୍ଭା କଲେଜର ଓଡିଆ ଅଧ୍ୟାପକ ଡଃ ଅଜିତ କୁମାର ନାଥଙ୍କୁ ଭଗବାନ ବୁଦ୍ଧ ଜାତୀୟ ଫେଲୋସିଫ ସମ୍ମାନରେ ସମ୍ମାନିତ କରାଯାଇଅଛି । ସମାଜସେବା ତଥା ସାହିତ୍ୟକ୍ଷେତ୍ର ରେ ଲୋକଜୀବନର ସଂସ୍କୃତିକୁ ନେଇ ଉପାଦେୟ ଲେଖା ଗୁଡିକ ପତ୍ରପତ୍ରିକାରେ ପ୍ରକାଶିତ ହୋଇଥିବାରୁ ତାଂକୁ ଏହି ସମ୍ବର୍ଦ୍ଧିନା ଦିଆଯାଇଅଛି। ଚଳିତ ଡିସେମ୍ବର ମାସ ଦଶ ଓ ଏଗାର ତାରିଖରେ ଦିଲ୍ଳୀ ସ୍ଥିତ ଆମ୍ବେଦକର ମଣ୍ଡପ ପଞ୍ଚଶୀଳ ଆଶ୍ରମରେ ଏହା ଅନୁଷ୍ଠିତ ହୋଇଥିଲା । ତାଂକ ମା’ଙ୍କର ଶାରୀରିକ ଅସୁସ୍ଥତା ହେତୁ ଧାର୍ଯ୍ୟ ସମୟରେ ଯୋଗଦେଇ ପାରିନଥିଲେ । ଏହି ଅବସରରେ ଓଡିଶା ସାଂସ୍କୃତିକ ସମାଜ ଭବନ ସମ୍ବଲପୁରଠାରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ତାଙ୍କୁ ଏହି ସମ୍ମାନ ଦିଆଯାଇଅଛି। ଅନୁଷ୍ଠାନର ରାଜ୍ୟସଭାପତି ଶ୍ରୀ ନିହାଲ ସିଂ ସମ୍ପାଦିକା ମୋମିନା ଖାତୁନ ସମେତ ଶିକ୍ଷାବିତ ଶ୍ରୀ କୈଳାସ ମହାରଣା, ଗୀତିକାର ଶିବ ଶଂକର ପ୍ରଧାନ, ଏମ.ଡି ନବାବ ମଂଚାସୀନ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।


Leave a Reply

Your email address will not be published. Required fields are marked *

error: Content is protected !!