ଓଡିଶା ଦଳିତ ସାହିତ୍ୟ ଏକାଡେମୀ ପକ୍ଷରୁ ରାଷ୍ଟ୍ରୀୟ ସମ୍ମାନ ପାଇଥିବା ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧନା

0

ସମ୍ବଲପୁର:ତା.26/12 (ସଂସ୍କୃତି ମିଡିଆ ବ୍ୟୁରୋ) ସମ୍ବଲପୁର ସ୍ଥିତ ଓଡ଼ିଶା ସାଂସ୍କୁତିକ ସମାଜ ଭବନଠାରେ ସୋମବାର ଭାରତୀୟ ଦଳିତ ସାହିତ୍ୟ ଏକାଡେମୀ ରାଜ୍ୟ କମିଟି ପକ୍ଷରୁ ରାଷ୍ଟ୍ରୀୟ ସମ୍ମାନ ପାଇଥିବା ପ୍ରତିଭାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଭାରତୀୟ ଦଳିତ ସାହିତ୍ୟ ଏକାଡେମୀ ରାଜ୍ୟ ସଭାପତି ନିହାଲ ସିଂଙ୍କ ସଭାପତିତ୍ବରେ ଓ ସାଧାରଣ ସମ୍ପାଦକ ଶିବଶଙ୍କର ପଧାନଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ମୁରଲିଧର ନାଏକ, ସମ୍ମାନିତ ଅତିଥି ଭାବରେ ସମାଜସେବୀ ରୁପାଞ୍ଚଳି ରଣବିଡା, ମହମ୍ମଦ ମୁସ୍ତିକିମ ଓ ଶିକ୍ଷାବିତ୍ କୈଳାଶ ମହାରଣା ପ୍ରମୁଖ ମଞ୍ଚାସୀନ ଥିଲେ। ଏହି ଅବସରରେ ଭାରତୀୟ ଦଳିତ ସାହିତ୍ୟ ଏକାଡେମୀ, ନୂଆଦିଲ୍ଲୀରୁ ରାଷ୍ଟ୍ରୀୟ ସମ୍ମାନରେ ସମ୍ମାନିତ ହୋଇଥିବା ଦୀପକ ପାଣ୍ଡେ, ମହମ୍ମଦ ନୱାବ, ଅଶ୍ଵିନୀ ମେହେର, ରେଖା ପ୍ରଧାନ, ବନ୍ଦିତା ପୁଝାରୀ, ମୁରଲିଧର ନାଏକଙ୍କୁ ରାଜ୍ୟ କମିଟି ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଏଥିସହିତ ରାଷ୍ଟ୍ରୀୟ ଫେଲୋସିପ ସମ୍ମାନ-୨୦୨୩ରେ ସମ୍ମାନିତ ହୋଇଥିବା ୨୫ ଜଣଙ୍କ ମଧ୍ୟରୁ ସମ୍ବଲପୁର ଜିଲ୍ଲାର ସୁର୍ଯ୍ୟ ପାଣିଗ୍ରାହୀ, ମୋମିନା ଖାତୁନ, କାମରାଜ ଦୋରା, ପ୍ରମିଳା ବେହେରାଙ୍କୁ ମଧ୍ୟ କାର୍ଯ୍ୟକ୍ରମରେ ସମ୍ମାନିତ କରାଯାଇଥିଲା। ଆଗାମୀ ଦିନରେ ଓଡ଼ିଶାରେ ଦଳିତ ମହାପୁରୁଷମାନଙ୍କ ଜୀବନୀ ଉପରେ ଅଧିକ ଲେଖନି ଚାଳନା କରିବାକୁ ଅନୁଷ୍ଠିତ ବୈଠକରେ ଆହ୍ୱାନ ଦିଆଯାଇଥିଲା। ଶେଷରେ ସମ୍ପାଦକ ଫଗନୁ କୁମ୍ଭାର ଧନ୍ୟବାଦ ଦେଇଥିଲେ। ହମିତ ରହମାନ, କଳ୍ପନା ସାହୁ, ବବି ପରିଡ଼ା, ହେମଲତା ଭୁଏ ପ୍ରମୁଖ ଆୟୋଜନରେ ସକ୍ରୀୟ ସହଯୋଗ କରିଥିଲେ।


Leave a Reply

Your email address will not be published. Required fields are marked *

error: Content is protected !!